ନାଗକୁ ଧରି ନାଗିନ୍ ଡ୍ୟାନ୍ସ
ଉଧତ...ଉନ୍ମକ୍ତ...ଉତପାତ...ବିଚ୍ ରାସ୍ତା ଉପରେ ନାଗ ସାପକୁ ଧରି ନାଗିନ୍ ଡ୍ୟାନ୍ସ । ତା ପୁଣି ତିନିଟି ନାଗ ସହ ଶତାଧିକ ଲୋକଙ୍କ ଭିତରେ । ଏଭଳି କିଛି ଉତପାତ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଧାମରା ବ୍ଲକ ଛେଡ଼କା ଗାଁରେ । ୩ଟି ନାଗ ସାପକୁ ଧରି ବରଯାତ୍ରୀରେ ଏମିତି ନାଚୁଥିଲେ କିଛି ଲୋକେ ଓ କିନ୍ନର ।
ବନ୍ୟପ୍ରାଣୀ ଆଇନକୁ ଖୋଲାଖୋଲି ଉଲ୍ଲଘଂନ କରି ଏଠି ନାଗ ସାପକୁ ନିଜ ମନୋରଞ୍ଜନ ପାଇଁ ବ୍ୟବହାର କରିଛନ୍ତି। ଘଟଣାକୁ ଲୋକେ ଦେଖୁଥିଲେ ବି କେହି ଆକଟ କରୁନଥିଲେ । ଘଣ୍ଟା ଘଣ୍ଟା ଧରି ଏପରି ଚାଲିବା ପରେ ଶେଷରେ ବନ ବିଭାଗ ଆସି ନାଗ ସାପକୁ ଉଦ୍ଧାର କରିଛି । ହେଲେ ଘଟଣାରେ କେହି ବି ଅଟକ ନାହାନ୍ତି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣାରେ ସ୍ଥାନୀୟ ଡିଏଫଓ କହିଛନ୍ତି, ପୁରା ଘଟଣାର ତଦନ୍ତ ଚାଲିଛି ।
ଅଧିକ ପଢ଼ନ୍ତୁ: ମନ୍ତ୍ରୀ ଦେଲେ ବଡ଼ ଅପଡେଟ୍: SCB ଯାଏଁ ଗଡ଼ିବ ମେଟ୍ରୋ
ତେବେ ଏପରି ଘଟଣା ଯେମିତି ଆମ ଓଡ଼ିଶା ପାଇଁ କିଛି ନୂଆ ନୁହେଁ ପୂର୍ବରୁ ଆନେକ ସ୍ଥାନରେ ସାପକୁ ନେଇ ଦେଖିବାକୁ ମିଳିଛି ଅନେକ କାରନାମା । ୨୪ ଜୁନ୍ ୨୦୨୪ରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମେଣ୍ଡାମାଳ ଗାଁର ଏହି ଘଟଣା । ସାପ କାମୁଡାରେ ଜଣେ ସାପ ଧରାଳିଙ୍କ ମୃତ୍ୟୁ ହୋଇଥିଲା । ସାମାନ୍ୟ ଅସାବଧାନତାରୁ ଅକାଳରେ ଚାଲିଯାଇଥିଲା ଜୀବନ । ପ୍ଲାଷ୍ଟିକ ଜାରରେ ବିଷଧର ସାପକୁ ଭର୍ତ୍ତି କରିବା ବେଳେ ସାପ ଧରାଳି ଗୌର ଜଗଦଲା ହାତକୁ ଦଂଶିଥିଲା ବିଷଧର ନାଗ । ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ତାଙ୍କର ଜୀବନ ଚାଲିଯାଇଥିଲା । ଏହି ଘଟଣା ପରେ ମଧ୍ୟ ଓଡ଼ିଶାର ଅନେକ ସ୍ଥାନରେ ଏମିତି ଦେଖିବାକୁ ମିଳିଛି । ହେଲେ କଠୋର କାର୍ଯ୍ୟାନୁଷ୍ଠାନ ନନେବା ଫଳରେ ଏହି ସବୁ ଘଟଣାରେ ରୋକ୍ ଲାଗୁନଥିବା ସାଧାରଣରେ କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746098219.jpg)