Teacher Recruitment
ଶ୍ରେଣୀଗୃହରେ ଶିକ୍ଷକ ପ୍ରସ୍ତୁତ, କିନ୍ତୁ ଅନୁପସ୍ଥିତ ଛାତ୍ରଛାତ୍ରୀ। ଘଣ୍ଟା ଘଣ୍ଟାର ଅପେକ୍ଷା ପରେ ବି ସ୍କୁଲକୁ ଆସିଲେନି ଜଣେ ହେଲେ ପିଲା। ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବିକୁ ନେଇ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଚାଲିଥିବା ଆନ୍ଦୋଳନର ଏନୂଆ ତରିକା ଦେଖିବାକୁ ମିଳିଛି ନବରଙ୍ଗୁପର ଜିଲ୍ଲାର କିଛି ସ୍କୁଲରେ।
ଝରିଗାଁ ବ୍ଲକ କାନାକୋଟା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଏଠି କ୍ଲାସ ରୁମରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ପାଠ ପଢାଇବାକୁ ପ୍ରସ୍ତୁତ ଥିଲେ ବି ସ୍କୁଲ ଆସି ନାହାନ୍ତି ପିଲା। କୁହାଯାଉଛି, ଜିଲ୍ଲା ଭିତ୍ତିକ ଶିକ୍ଷକ ନିଯୁକ୍ତି ଦାବି ନେଇ କ୍ରିୟାନୁଷ୍ଠାନ କମିଟିର ଦାବିକୁ ସରକାର ମାନି ନଥିବାରୁ ଏଣିକି ପିଲାଙ୍କୁ ଆଉ ସ୍କୁଲ ନପଠାଇ ଅସହଯୋଗ ଆନ୍ଦୋଳନ ଆରମ୍ଭ କରିଛି କମିଟି। ଆଉ ତାର ପ୍ରଭାବ ଏବେ ପାଠପଢା ଉପରେ ପଡ଼ିଛି।
ସେହିପରି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ସିରଲିଗୁଡା ବିଦ୍ୟାଳୟରେ ବି ଦେଖିବାକୁ ମିଳିଛି ସମାନ ଅବସ୍ଥା । ଏଠି ମଧ୍ୟ ଅନୁରୂପ ସ୍ଥିତି। ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ଆଜି ଜଣେ ହେଲେ ଅଭିଭାବକ, ସେମାନଙ୍କ ପିଲାଙ୍କୁ ସ୍କୁଲ ନପଠାଇ ଏଭଳି ଭିନ୍ନ ଧରଣର ଆନ୍ଦୋଳନାତ୍ମକ ପନ୍ଥାକୁ ଆପଣେଇ ନେଇଛନ୍ତି। ଏପରିକି ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ପିଲାଙ୍କୁ ଆଉ ସ୍କୁଲ ନଛାଡ଼ିବାକୁ ନିଷ୍ପତ୍ତି ନେଇଥିବା କିଛି ଅଭିଭାବକ ସ୍ପଷ୍ଟ ଭାବେ କହିଛନ୍ତି। ସେପଟେ ସ୍କୁଲକୁ ପିଲା ନଆସିବା ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିବା କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ।
କେବଳ ଝରିଗାଁ କି ଉମରକୋଟ ନୁହେଁ, ଆଜି ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ସ୍କୁଲରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729263101.jpg)