Advertisment

Mother Reunites : ୩ ବର୍ଷ ପରେ ଘରକୁ ଫେରିଲା ମାଆ, କାନ୍ଦି କାନ୍ଦି ସ୍ୱାଗତ କଲେ ପୁଅ-ଝିଅ

ମାନସିକ ସନ୍ତୁଳନ ହରାଇ ମଞ୍ଜୁ ଭୁଲବଶତଃ କେରଳ ଚାଲି ଯାଇଥିଲେ। ହେଲେ ସେଠାରେ ଶ୍ରଦ୍ଧା ଫାଉଣ୍ଡେସନ ନାମକ ସ୍ୱେଚ୍ଛାସେବୀ ସଙ୍ଗଠନ ତାଙ୍କୁ ଉଦ୍ଧାର କରିଥିଲା। ଆଉ ମେଣ୍ଟାଲ ହସ୍ପିଟାଲରେ ଚିକିତ୍ସା କରିଥିଲା। ପରେ ତାଙ୍କ ଠାରୁ ଘର ଠିକଣା ନେଇ ସଂଗଠନ ତାଙ୍କୁ ଘରେ ଛାଡ଼ିଥିଲା।

ଅଦ୍ୟତନ ହୋଇଛି
ଫେରିଲା ମାଆ

ଫେରିଲା ମାଆ

Advertisment

ମାଆକୁ ଜାବୁଡି ଧରି କଇଁ କଇଁ ହୋଇ କାନ୍ଦୁଛନ୍ତି ପୁଅ-ଝିଅ। ୩ବର୍ଷ ପରେ ସେ ଘରକୁ ଫେରିଥିବାରୁ ସତରେ ଯେମିତି ତାଙ୍କୁ ମିଳିଯାଇଛି କୋଟିନିଧି। ସେଥିପାଇଁ ତ ମାଆକୁ ଦେଖିବା ମାତ୍ରେ ତାଙ୍କ ଆଖିରୁ ଝରିଛି ଧାର ଧାର ଲୁହ। ଗଞ୍ଜାମ ଜିଲ୍ଲା ଆସିକା ଗଣ୍ଡପଲ୍ଲି 8 ନମ୍ବର ୱାର୍ଡ଼ର ଏ ହେଉଛନ୍ତି ଏସ.ମଞ୍ଜୁ। ସ୍ୱାମୀ ଡି.ଆଶୋକ ଓ କଥା କହିପାରୁ ନଥିବା କି ଶୁଣି ପାରୁ ନଥିବା ଏହି ପୁଅ ଝିଅକୁ ନେଇ ତାଙ୍କର ସଂସାର। ହେଲେ ଗତ 2021 ରେ ହଠାତ ତାଙ୍କ ସୁଖର ସଂସାର ରେ ଲାଗିଥିଲା ନିଆଁ।

Advertisment

ସ୍ୱାମୀ ଅନ୍ୟ ସ୍ତ୍ରୀ ସହ ସମ୍ପର୍କ ରଖି ଘରେ ମଞ୍ଜୁ ଓ ପୁଅଝିଅଙ୍କୁ ମାରଧର କରୁଥିଲେ। ଏହାକୁ ଚିନ୍ତା କରି କରି ମାନସିକ ଭାରସାମ୍ୟ ହରେଇଥିଲେ ମଞ୍ଜୁ। ଆଉ ପୁଅ ଝିଅକୁ ଘରେ ଛାଡ଼ି କେଉଁଆଡେ ନିଖୋଜ ହୋଇ ଯାଇଥିଲେ।

ବହୁତ ଖୋଜିଲା ପରେ ମଧ୍ୟ ମିଳିନଥିଲେ। ହେଲେ ଦୀର୍ଘ ୩ ବର୍ଷ ପରେ ହଜିଲା ମାକୁ ଫେରି ପାଇଛନ୍ତି ଦୁଇ ପିଲା। ଆଉ ଭୋ ଭୋ ହୋଇ କାନ୍ଦି ଉଠିଛନ୍ତି।

Advertisment

ମାନସିକ ସନ୍ତୁଳନ ହରାଇ ମଞ୍ଜୁ ଭୁଲବଶତଃ କେରଳ ଚାଲି ଯାଇଥିଲେ। ହେଲେ ସେଠାରେ ଶ୍ରଦ୍ଧା ଫାଉଣ୍ଡେସନ ନାମକ ସ୍ୱେଚ୍ଛାସେବୀ ସଙ୍ଗଠନ ତାଙ୍କୁ ଉଦ୍ଧାର କରିଥିଲା। ଆଉ ମେଣ୍ଟାଲ ହସ୍ପିଟାଲରେ ଚିକିତ୍ସା କରିଥିଲା। ପରେ ତାଙ୍କ ଠାରୁ ଘର ଠିକଣା ନେଇ ସଂଗଠନ ତାଙ୍କୁ ଘରେ ଛାଡ଼ିଥିଲା।

ଏବେବି ମଞ୍ଜୁଙ୍କ ମାନସିକ ସନ୍ତୁଳନ ସମ୍ପୂର୍ଣ୍ଣ ଠିକ ନାହିଁ। ତେଣୁ ତାଙ୍କ ପରିବାରକୁ ସହଯୋଗ କରିବା ପାଇଁ ତାଙ୍କ କୁଳ ସମାଜ ଅଣ୍ଟା ଭିଡିଛନ୍ତି ।

Advertisment

ମା ମାନସିକ ବିକାରଗ୍ରସ୍ତ ଆଉ ଏପଟେ ପୁଅ-ଝିଅ ଦିବ୍ୟାଙ୍ଗ। ତେଣୁ ମଞ୍ଜୁଙ୍କ ପରିବାର ଅବସ୍ଥା ଭାରି ଶୋଚନୀୟ। ତେଣୁ ତାଙ୍କ ପରିବାରକୁ ସରକାରୀ ସହୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ।

Missing Woman Reunites With Son Torture Extramarital Affair
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ