Advertisment

କହିଲା ଆସିବ ବୋଲି, ହେଲେ ମା’କୁ ସବୁଦିନ ପାଇଁ ଠକିଦେଲା

ପୁଅ କଥା ଦେଇଥିଲା। ବୋଉ ଲୋ…କାମ ଅଛି ଟିକେ ଟାଟା ଯାଉଛି। ହେବ ଯଦି ସଞ୍ଜ ବେଳେ ଫେରିବି। ହେଲେ ରାତିରେ ଫୋନ କଲା, ଆଜି ନୁହେଁ କାଲି ଫେରିବି। କିନ୍ତୁ କିଏ ଜାଣିଥିଲା କଥା ଦେଇଥିବା ପୁଅ ଏମିତି ଠକିଦେବ ବୋଲି।

Jharkhand Train Mishap

Jharkhand Train Mishap

Advertisment

ପୁଅ କଥା ଦେଇଥିଲା। ବୋଉ ଲୋ…କାମ ଅଛି ଟିକେ ଟାଟା ଯାଉଛି। ହେବ ଯଦି ସଞ୍ଜ ବେଳେ ଫେରିବି। ହେଲେ ରାତିରେ ଫୋନ କଲା, ଆଜି ନୁହେଁ କାଲି ଫେରିବି। କିନ୍ତୁ କିଏ ଜାଣିଥିଲା କଥା ଦେଇଥିବା ପୁଅ ଏମିତି ଠକିଦେବ ବୋଲି। କିଏ ଜାଣିଥିଲା, ତାର ସେ ଫୋନ କଲ୍ ଜୀବନର ଶେଷ ଫୋନକଲ ହେଇଯିବ ବୋଲି ! କିନ୍ତୁ ଏ ନିଷ୍ଠୁର ସତକୁ ମାନିବାକୁ ପଡିବ। ବୋହୂର ବିଧବା ମୁହଁକୁ ଚାହିଁବାକୁ ପଡିବ। ଯାହା ହାତର ନିଆଁରେ ସେ ମୋକ୍ଷ ପାଇଥାନ୍ତେ, ଏବେ ଆଖି ସାମ୍ନାରେ ତାକୁ ଜୁଇରେ ଶୋଇ ଦେବାକୁ ପଡିବ। ଲୁହକୁ ଆପଣାର କରି ଏ ଦୁଃଖ ବି ସହିବାକୁ ପଡିବ।

Advertisment

ପରିଣତ ବୟସରେ ପହଞ୍ଚିଥିବା ମା’ର କୋଳ ଉଜୁଡିଛି। କିନ୍ତୁ ଏଠି ଅଧା ଜୀବନର ଆଧାରକୁ ହରେଇଛନ୍ତି ହତଭାଗିନୀ ସ୍ତ୍ରୀ । ହତଭାଗିନୀ ସ୍ତ୍ରୀଙ୍କୁ କିଏ ବା ପ୍ରବୋଧନା ଦେବ। କିଏ କ’ଣ କହି ବୁଝାଇଦେବ, ଆଉ କାନ୍ଦନି, କାନ୍ଦିଲେ କିଛି ଲାଭ ନାହିଁ। ଗଲା ଲୋକ ଗଲାଣି, ଏବେ ଏକା ଏକା ଜୀବନ ନଉକାକୁ ବାହିବାକୁ ପଡିବ।  ଆମେ କହୁଛୁ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଜିତ୍ ସାମଲଙ୍କ ସେଇ ହତଭାଗିନୀ ପତ୍ନୀ।

ଗତକାଲି ସକାଳେ ହାୱଡା-ମୁମ୍ବାଇ ମେଲ୍ ଦୁର୍ଘଟଣା ନେଇଛି ୨ ଓଡ଼ିଆଙ୍କ ଜୀବନ । ଆଉ ଇଏ ହେଉଛି ମୃତକ ଅଜିତ ସାମଲଙ୍କ ଘର। ଯେଉଁଠି ଅସମ୍ଭବ ନୀରବତା। ଗୁମୁରି ଗୁମୁରି କାନ୍ଦୁଥିବା ପତ୍ନୀ ଆଉ ମା’ଙ୍କ ମୁହଁକୁ ଚାହିଁ ହେଉନି। ଅପେକ୍ଷା ପୁଅର ଶବକୁ। ଆଉ ଏ ଫଟୋଗୁଡାକ ବଖାଣୁଛି ତାଙ୍କ ଅତିତର କଥା। ପତ୍ନୀଙ୍କ ସହ, ନିଜ ଜୀବନ ସହ ବିନ୍ଦାସ୍ ବଞ୍ଚୁଥିବା ଗୋଟାଏ ମଣିଷର କଥା।

Advertisment

ଟ୍ରେନ ଦୁର୍ଘଟଣା କଥା ଶୁଣିଲେ ମନେପଡୁଛି, ସେହି ବାହାନଗା ଟ୍ରେନ ଟ୍ରାଜିଡିର କଥା। ଗତକାଲି ଓଡ଼ିଶା ସୀମାନ୍ତ ଝାଡଖଣ୍ଡର ରାଜଖରସୁଆଁରେ ଭୋର ୩ଟା ୪୫ମିନିଟରେ ଲାଇନଚ୍ୟୁତ ହୋଇଥିଲା ହାୱଡା-ମୁମ୍ବାଇ ମେଲ୍ । ଆଉ ଏଇ ଦୁର୍ଘଟଣାରେ ଉଜୁଡି ଯାଇଥିଲା ଅଜିତ ସାମଲଙ୍କ ପରିବାର।

Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ