Advertisment

Ration Card corruption: ରାସନ କାର୍ଡରେ ଅଛନ୍ତି ଶତାଧିକ ସରକାରୀ ଚାକିରିଆ

ଏଚଆରଏମଏସ୍ ତଥ୍ୟ ଅନୁସାରେ ବାଲେଶ୍ବର ଜିଲ୍ଲାର ଭୋଗରାଇରେ ୩୦୨ ଓ ଜଳେଶ୍ବରରେ ୧୮୦ ଜଣ ସରକାରୀ ଚାକିରିଆ ବର୍ଷ ବର୍ଷ ଧରି ରାସନ ସାମଗ୍ରୀ ହାତୋଉଥିବା ଇକେୱାଇସିରୁ ଧରା ପଡ଼ିଛି। ତେଣୁ ସେମାନଙ୍କୁ ଚିହ୍ନଟ କରି କାର୍ଡ ପ୍ରତ୍ୟାହାର ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଖାଦ୍ୟ ଓ ଯୋଗାଣ ବିଭାଗ ପ୍ରମୁଖ ସଚିବ।

undefined

Ration Card

Advertisment

ଭାତ ହାଣ୍ଡିରୁ ଗୋଟିଏ ଚିପିଲା ଭଳି ବାଲିଆପାଳ ବ୍ଲକର ରାସନ କାର୍ଡ ମ୍ୟାନେଜମେଣ୍ଟ ସିଷ୍ଟମରୁ ହସ୍ତଗତ ତଥ୍ୟ ସମସ୍ତଙ୍କୁ ଚମକାଇ ଦେଇଛି। ଜଣେ କି ଦୁଇ ଜଣ ନୁହେଁ ଏଠି ୧୬୫ଜଣ ସରକାରୀ ଚାକିରିଆ ପ୍ରତି ମାସରେ ଘରକୁ ବୁହାଇ ନେଉଛନ୍ତି ରାସନ ସାମଗ୍ରୀ। ରାସନ କାର୍ଡ ନମ୍ବର- ୦୨୦୨୦୧୧୦୪୭୩। ଏ ହେଲେ ଅଲଡିହା ଗାଁର ମକୁନ୍ଦଦେବ ପଦରାୟ, ଜଣେ ଜୁନିଅର ଇଞ୍ଜିନିୟର। ସେମିତି ୧୦ ନମ୍ବରରେ ଥିବା ବଢପାଳ ଗାଁର ଜନ୍ମେଜୟ ପାତ୍ର, ଜଣେ ଜିଏସଟି ଅଫିସର। ତାଲିକାର ୧୭ ନମ୍ବରରେ ରହିଛନ୍ତି ଜାଗାଇ ଗାଁର ଓଡ଼ିଆ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ଦାସ। ଯିଏ ଏବେ ବାଲିଆପାଳ ସୁବର୍ଣ୍ଣରେଖା ମହାବିଦ୍ୟାଳୟର ପ୍ରିନସିପାଲ୍। ତାଲିକାର ୫୧ ନମ୍ବରରେ ଥିବା ନାରାୟଣପୁର ଗାଁର ଶ୍ୟାମଘନ ବାରିକ ଜଣେ ହୋମିଓପ୍ୟାଥି ଡାକ୍ତର, ସେ ଏବେ ବାଲେଶ୍ବରରେ ଜିଲ୍ଲା ହୋମିଓପ୍ୟାଥି ମେଡିକାଲ ଅଫିସର। ୯୫ ନମ୍ବରରେ ଯିଏ ଅଛନ୍ତି ସେ ହେଲେ ବାଗଡ଼ା ଗାଁର ଜଣେ ପୋଲିସ୍ ବାବୁ, ସବଇନସପେକ୍ଟର ଭାବେ ବାରିପଦାରେ କାର୍ଯ୍ୟରତ। ଏ ତାଲିକା ବେଶ୍ ଲମ୍ବା। ଏମାନଙ୍କ ମଧ୍ୟରୁ ସୁବର୍ଣ୍ଣରେଖା ମହାବିଦ୍ୟାଳର ପ୍ରିନସିପାଲ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ରାସନ କାର୍ଡ କେମିତି ପାଇଲେ, ପଚରାଯିବାରେ ସେ ଗୋଳମାଳିଆ ଉତ୍ତର ରଖିଥିଲେ। ତେବେ ରାସନକାର୍ଡର ଏ ମହାଘୋଟାଲା ପାଇଁ ସ୍ଥାନୀୟ ଲୋକେ ସିଧାସଳଖ ବିଜେଡି ସରକାରଙ୍କୁ ଦୋଷ ଦେଇଛନ୍ତି।

Advertisment

ଅଧିକ ପଢନ୍ତୁ : ନବଙ୍କ ହତ୍ୟାକାଣ୍ଡ: ମୁଖ୍ୟ ଷଡ଼ଯନ୍ତ୍ରକାରୀ କିଏ ? ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଲେ ଦୀପାଳି...

ଖାଲି ବାଲିଆପାଳ ନୁହେଁ, ଏଚଆରଏମଏସ୍ ତଥ୍ୟ ଅନୁସାରେ ବାଲେଶ୍ବର ଜିଲ୍ଲାର ଭୋଗରାଇରେ ୩୦୨ ଓ ଜଳେଶ୍ବରରେ ୧୮୦ ଜଣ ସରକାରୀ ଚାକିରିଆ ବର୍ଷ ବର୍ଷ ଧରି ରାସନ ସାମଗ୍ରୀ ହାତୋଉଥିବା ଇକେୱାଇସିରୁ ଧରା ପଡ଼ିଛି। ତେଣୁ ସେମାନଙ୍କୁ ଚିହ୍ନଟ କରି କାର୍ଡ ପ୍ରତ୍ୟାହାର ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଖାଦ୍ୟ ଓ ଯୋଗାଣ ବିଭାଗ ପ୍ରମୁଖ ସଚିବ। ତେଣେ ଏସବୁ ଅଯୋଗ୍ୟ ହିତାଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଉଠିଲାଣି ଦାବି।

Advertisment

ସେପଟେ ବାଲେଶ୍ବର ଜିଲ୍ଲାରେ ରାସନ କାର୍ଡ ଘୋଟାଲା ସମ୍ପର୍କରେ ଜାଣିବାକୁ ଯୋଗାଣ ବିଭାଗ ଅଧିକାରୀ ଓ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ କେହି ବି କ୍ୟାମେରା ଆଗରେ କିଛି କହିନଥିଲେ। ଅନ୍ୟ ପକ୍ଷରେ ଯୋଗାଣ ମନ୍ତ୍ରୀ କହିଛନ୍ତି- ଇ କେୱାଇସି ଫଳରେ ସାରା ରାଜ୍ୟରୁ ଏଭଳି ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଧରାପଡିଛନ୍ତି। ସେମାନଙ୍କୁ ରାସନ କାର୍ଡ ଫେରାଇ ଦେବାକୁ ଅପିଲ୍ କରାଯାଉଛି। ଇ--କେୱାସି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଗଲେ, କି କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହା ବିଚାର କରାଯିବ।

ଅଧିକ ପଢନ୍ତୁ : ଆରଜି କର ମେଡିକାଲର ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା, ସଞ୍ଜୟ ରାୟକୁ ଆଜୀବନ କାରାଦଣ୍ଡ

Advertisment
Ration Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ