Advertisment

ସରକାରରୁ ହଟିଲେ ଗାଦି ମଡ଼ା ବାବୁ, ନବୀନ ସରକାରର ଗୁଡ୍ ବୁକରେ ଥିବା ଅଫିସରଙ୍କ ବଦଳି

ଗାଦିମଡ଼ା IASଙ୍କ ବଦଳିକୁ ନେଇ ପାୱାର କରିଡର ହଲଚଲ । ପୂର୍ବ ପ୍ରଶାସକଙ୍କ ମତ, ବଦଳି ନୁହେଁ ଦରକାର କାର୍ଯ୍ୟାନୁଷ୍ଠାନ ।

IAS Officers

IAS Officers

Advertisment

ଯାହା ଆଶା କରାଯାଉଥିଲା, ସେୟା ହେଲା। ବିଦାହେଲେ ଗାଦି ମଡା ଆଇଏଏସ୍। ମୋହନ ସରକାରର ବଡ଼ ଆଇଏଏସ୍ ରିସଫଲ୍। ସ୍କାନରରେ ପାଣ୍ଡିଆନଙ୍କ କୋଟେରୀ ଗ୍ରୁପ୍ ଅଫିସର। ନବୀନ ସରକାରର ବ୍ଲୁ-ଆଇଏଡ୍ ଅଫିସର ଜି.ମାଥିଭାଥନନ୍ ଓ ଭିନିଲ କ୍ରିଷ୍ଣାଙ୍କୁ ସରକାର ଲୋକସେବା ଭବନରୁ ବାହାର ରାସ୍ତା ଦେଖାଇଛନ୍ତି। ୧୦ ବର୍ଷ ଧରି ମାଥିଭାଥନନ୍ ନଗର ଉନ୍ନୟନ ବିଭାଗର ସଚିବ ଭାବେ ଗାଦି ମାଡ଼ି ବସିଥିଲେ। ତାଙ୍କୁ ନୂଆ ସରକାର, ଗୋପବନ୍ଧୁ ଏକାଡେମୀର ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି।

Advertisment

ଏହାସହ ତାଙ୍କ ପାଖରେ ଥିବା ସଂସଦୀୟ ବ୍ୟାପାର ବିଭାଗକୁ ବି କାଢି ନିଆଯାଇଛି। ମାଥିଭାଥନନଙ୍କ ସ୍ଥାନରେ ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ଉଷା ପାଢୀଙ୍କୁ ନଗର ଉନ୍ନୟନ ବିଭାଗ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।

ସେହିପରି ଆଉ ଜଣେ କୋଟେରୀ ଗ୍ରୁପ୍ ଅଫିସର ହେଲେ ଭିନିଲ କ୍ରିଷ୍ଣା। ତାଙ୍କୁ ବି ବଦଳି କରିଛନ୍ତି ସରକାର। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗର ସଚିବ ପଦରୁ ହଟାଯାଇ ତାଙ୍କୁ ଜମିଜମା ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ତାଙ୍କ ସ୍ଥାନରେ ଭାସ୍କରଜ୍ୟୋତି ଶର୍ମା ପାଇଛନ୍ତି କ୍ରୀଡ଼ା ସଚିବ ଦାୟିତ୍ୱ। 

Advertisment

ନବୀନ ସରକାର ସମୟର ଆଉ ଜଣେ ପ୍ରଭାବଶାଳୀ ଆଇଏଏସ୍ ହେଉଛନ୍ତି ବିଶାଲ ଦେବ। ତାଙ୍କୁ ଅର୍ଥ ବିଭାଗରୁ ଅପସାରିତ କରି ଇଲେକ୍ଟ୍ରୋନିକ୍ ଓ ଆଇଟି ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ପୂର୍ବତନ ମୁଖ୍ୟଶାସନ ସଚିବଙ୍କ କହିବା ଅନୁଯାୟୀ, ପୂର୍ବ ସରକାରରେ ଦୁର୍ନୀତିଗ୍ରସ୍ତ ଓ କ୍ଷମତା ଅପବ୍ୟବହାରକାରୀ ଅଫିସରଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ। ବଦଳି ଏକ କାର୍ଯ୍ୟାନୁଷ୍ଠାନ ନୁହେଁ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସାଧାରଣ ପ୍ରଶାସନ ବିଭାଗ ସଚିବ ସୁରେନ୍ଦ୍ର କୁମାରଙ୍କୁ ଅତିରିକ୍ତ ଦାୟିତ୍ବ ଭାବେ ମିଳିଛି ସଂସଦୀୟ ବ୍ୟାପାର ବିଭାଗ । ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ଶାଶ୍ବତ ମିଶ୍ରଙ୍କୁ ଅର୍ଥ ଏବଂ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି।

Advertisment

ସେହିପରି ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ MSME ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ସରକାର। ତେବେ ପୁରୁଣା ସରକାରର ଆହୁରି ଅନେକ କୋଟେରୀ ଗ୍ରୁପ୍ ଅଫିସର ଏବେ ବି ଅଛନ୍ତି। ରାଜନୈତିକ ସମୀକ୍ଷକଙ୍କ ମତ ହେଲା, ନବୀନ ସରକାରରେ ଅଫିସର୍ ରାଜ୍ ର କାଳିମା ପୋଛିବା ଲାଗି ନୂଆ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ପ୍ରଥମେ ଓଏଏସ୍ ଅଧିକାରୀ ଆଉ ଏବେ ଆଇଏଏସ୍ ଅଧିକାରୀଙ୍କ ବଦଳି କରିଛନ୍ତି ସରକାର। ଏବେ ଚର୍ଚ୍ଚା ହେଉଛି ଖୁବ୍ ଶୀଘ୍ର ଆଇପିଏସ୍ ସ୍ତରରେ ବି ବଡ଼ ଧରଣର ଅଦଳ ବଦଳ ହୋଇପାରେ।

BJD IAS IAS Reshuffle BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles: