Advertisment

ମୋହନ ସରକାର ଆଗରେ ଅନେକ ଆହ୍ବାନ; କେଉଁ କ୍ଷେତ୍ରକୁ ମିଳିବ ପ୍ରାଥମିକତା ?

ଦାଦନମୁକ୍ତ ଓଡ଼ିଶା। ପେଟ ଓ ପାଟକୁ ପାଣି। ପ୍ରାକୃତିକ ସଂପଦର ସୁବିନିଯୋଗ। ନୂଆ ପିଢ଼ିର ଶିଳ୍ପ ସ୍ଥାପନ। ଏସବୁ ମୋହନ ସରକାର ପାଇଁ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ୍।

undefined

Mohan Majhi Cabinet

Advertisment

ରାଜସ୍ବ ବଳକା ରାଜ୍ୟ ଓଡ଼ିଶା, କିନ୍ତୁ ବିକାଶରେ ଢେର୍ ପଛୁଆ। ତେଣୁ ମୋହନ ମାଝୀ ସରକାରରେ କେଉଁ କ୍ଷେତ୍ରକୁ ମିଳିବ ପ୍ରାଥମିକତା ? ସରକାରଙ୍କ ପାଇଁ କ’ଣ ରହିବ ବଡ଼ ଚ୍ୟାଲେଞ୍ଜ ? ବିଶେଷଜ୍ଞଙ୍କ ମତରେ, କର୍ମ ନିଯୁକ୍ତି, ନୂଆ ଶିଳ୍ପ ପ୍ରତିଷ୍ଠା, ଜଳ ବିବାଦ ସମସ୍ୟାର ସମାଧାନ ନୂଆ ସରକାରଙ୍କ ପାଇଁ ସବୁଠୁ ବଡ଼ ଆହ୍ବାନ ରହିବ। ଏପରିକି ପାଣ୍ଠିର ସୁବିନିଯୋଗ ବି ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ଆଉ ସମସ୍ତଙ୍କ ନଜର ରହିବ, ନୂଆ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପରେ।

Advertisment

ଦାଦନମୁକ୍ତ ଓଡ଼ିଶା। ପେଟ ଓ ପାଟକୁ ପାଣି। ପ୍ରାକୃତିକ ସଂପଦର ସୁବିନିଯୋଗ। ନୂଆ ପିଢ଼ିର ଶିଳ୍ପ ସ୍ଥାପନ। ଏସବୁ ମୋହନ ସରକାର ପାଇଁ ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ୍। ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି କେତେ ଶୀଘ୍ର ପାଳନ କରିବ ରାଜ୍ୟର ନୂଆ ବିଜେପି ସରକାର ? ସେପଟେ ସତ୍ତା ପରିବର୍ତ୍ତନ କରିଥିବା ଭୋଟର ବି ଅନେଇ ବସିଛନ୍ତି ସରକାରଙ୍କ ନିଷ୍ପତ୍ତିକୁ। ଅର୍ଥନୀତି ବିଶାରଦଙ୍କ ମତ, ଗଲା ୨୪ ବର୍ଷର ସ୍ଥିର ସରକାରରେ ବିକାଶ ଧାରା ଯେଉଁଭଳି ବଢ଼ିବା କଥା, ତାହା ହୋଇପାରିନି। 

ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ରୂପ ନେଇଛି। ବହୁ ସରକାରୀ ପଦବି ଫାଙ୍କା ପଡ଼ିଥିଲେ ବି ଶିକ୍ଷିତ ଯୁବଗୋଷ୍ଠୀ ଚାକିରି ନ ପାଇ କାମଧନ୍ଦା ପାଇଁ ବାହାରା ରାଜ୍ୟକୁ ଯାଉଛନ୍ତି। ଜଳସେଚନ ସୁବିଧା ନ ଥିବାରୁ କୃଷିକ୍ଷେତ୍ର ଉଜୁଡ଼ିଗଲାଣି। ଖଣି, ଇସ୍ପାତକୁ ଛାଡ଼ି ଦେଲେ, ନୂଆ ପିଢ଼ିର ଶିଳ୍ପ ସ୍ଥାପନ ହୋଇପାରିନି । ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଢେର ସୁଯୋଗ ଥିଲେ ବି ସୁଧୁରିନି ସ୍ଥିତି। ନୂଆ ସରକାରଙ୍କ ପାଇଁ ସର୍ବାଧିକ ଆହ୍ବାନପୂର୍ଣ୍ଣ ହେବ ଏସବୁ କ୍ଷେତ୍ରର ବିକାଶ।

Advertisment

ରାଜସ୍ବ ବଳକା ଓଡ଼ିଶାରେ ଅର୍ଥର ଅଭାବ ନାହିଁ କି ବାହ୍ୟ ଋଣ ବୋଝ ବି ନାହିଁ । ଆଉ ଅର୍ଥ ବିଭାଗ ଏବେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ। ଆଶା କରାଯାଉଛି, ଖୁବ୍‌ଶୀଘ୍ର ବଜେଟରେ ଏହାର ପ୍ରତିଫଳନ ଦେଖିବାକୁ ମିଳିବ। ତେବେ ନୂଆ ସରକାର ପାଇଁ ସବୁଠୁ ବଡ଼ଚ୍ୟାଲେଞ୍ଜ ହେବ, ନବୀନ ସରକାର ଅମଳରେ ଲାଗୁ ହୋଇଥିବା ଲୋକାଭିମୁଖୀ ଯୋଜନାଗୁଡ଼ିକୁ କିଭଳି କରିବେ ପରିଚାଳନା ? ପୂର୍ବ ସରକାରର ପୁରୁଣା ସ୍କିମ୍ ବନ୍ଦ କରି, ନିଜସ୍ବ ନୂଆ ସ୍କିମ୍ ବି ଆଣିପାରନ୍ତି ମୋହନ ସରକାର।

ଏମିତି ସ୍ଥିତିରେ ଯଦି କାଳିଆ ଓ BSKY ଭଳି ଯୋଜନାକୁ ଚାଲୁ ରଖି ନୂଆ ସ୍କିମ୍ ଆଣନ୍ତି, ହୁଏତ ରାଜ୍ୟ ପୁଣି ଥରେ ଅର୍ଥ ସଙ୍କଟ ଭିତରକୁ ଚାଲି ଯାଇପାରେ । ଏବେ ଅପେକ୍ଷା ନୂଆ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍କୁ। ଏ ବଜେଟ୍ ହିଁ ସ୍ପଷ୍ଟ କରିବ, ଆଗକୁ କିଭଳି ଜାରି ରହିବ ରାଜ୍ୟର ବିକାଶ ଧାରା। 

Advertisment

Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ