Advertisment

ମୋହନ ସରକାର @୧୦୦, ବିଜେପି ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମ

ମୋହନ ସରକାରକୁ ପୂରିଲା ୧୦୦ ଦିନ । ଏଥିପାଇଁ ପୁରୀରେ ବିଜେପି ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମ କରାଯାଇଛି । ଲୋକଙ୍କ ପାଖରେ ଉପଲବ୍ଧି ପହଞ୍ଚାଇବାକୁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ଜିଲ୍ଲା, ନିର୍ବାଚନ ମଣ୍ଡଳୀରେ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ଅଦ୍ୟତନ ହୋଇଛି
100 Days Of mohan majhi Govt

mohan majhi

Advertisment

ରାଜ୍ୟରେ ମୋହନ ସରକାରକୁ ଆଜି ୧୦୦ ଦିନ ପୁରୁଛି। ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ ଉପଲବ୍ଧି ପହଞ୍ଚାଇବାକୁ ପୁରୀରେ ବଡ଼ ଆୟୋଜନ କରିଛି ବିଜେପି। ଶହେ ଦିନ ପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କାର୍ଯ୍ୟକ୍ରମରେ ରାଜ୍ୟ କ୍ୟାବିନେଟ, କେନ୍ଦ୍ରମନ୍ତ୍ରୀ, ସମସ୍ତ ବିଧାୟକ ଏବଂ ସାଂସଦ ସାମିଲ ହେବେ।

Advertisment

ସରକାରର ଶହେ ଦିନ ଭିତରେ ଶ୍ରୀମନ୍ଦିର ଚାରି ଦ୍ବାର ସହ ରତ୍ନଭଣ୍ଡାର ବି ଖୋଲାଯାଇଛି। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫୦ ହଜାର ସହାୟତାର ପ୍ରଥମ କିସ୍ତି ବି ମିଳିଛି। ଏହାରି ଭିତରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା। ଏଥିପାଇଁ କମିଟି ଗଠନ ହୋଇ ଆଇନଗତ ଦିଗକୁ ତର୍ଜମା କରୁଛି। ଏସବୁ ଉପଲବଧିକୁ ନେଇ ପ୍ରସ୍ତୁତ ରିପୋର୍ଟ କାର୍ଡକୁ ରାଜ୍ୟବାସୀଙ୍କୁ ଦେବେ ମୋହନ ସରକାର। ପୁରୀରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ପରେ ୨୦ରୁ ୨୨ ତାରିଖ ଯାଏଁ ଜିଲ୍ଲା ଏବଂ ନିର୍ବାଚନ ମଣ୍ଡଳୀରେ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ। ତେଣେ ଜିଲ୍ଳା ପୋଲିସ ପ୍ରଶାସନ ପକ୍ଷରୁ ଆବଶ୍ୟକ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅଧିକ ପଢ଼ନ୍ତୁ: ସୁଭଦ୍ରା ଟଙ୍କା ପାଇଁ ବ୍ୟାଙ୍କ ଆଗରେ ଲମ୍ବା ଲାଇନ୍; ନେଟୱର୍କ ନଥିବାରୁ ପାହାଡ଼ ଚଢୁଛନ୍ତି ହିତାଧିକାରୀ...

Advertisment

ସୂଚନା ଅନୁସାରେ ଶହେ ଦିନ ଭିତରେ ସମସ୍ତ ପ୍ରତିଶ୍ରୁତି ତଥା ନିର୍ବାଚନୀ ଇସ୍ତାହାର ପୂରଣ କରାଯାଇଥିବାରୁ ଏନେଇ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ। ବିଜେପି ସରକାର ଆଗାମୀ ଦିନରେ ଓଡ଼ିଶା ବାସୀଙ୍କ ଉନ୍ନତି ପାଇଁ ବଦ୍ଧ ପରିକର ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ଦିଆଯିବ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଗତକାଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରୀ ଗସ୍ତରେ ଆସି ଶରଧାବାଲି ଠାରେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ, ଏସପି ଉପସ୍ଥିତ ରହି ସମସ୍ତ ପ୍ରସ୍ତୁତି ବିଷୟରେ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଥିଲେ ବିଜେପି ସରକାର ଗଠନ ହେବାର ଶହେ ଦିନ ପୂର୍ତ୍ତି ଉତ୍ସବ ଶରଧାବାଲିରୁ ଆରମ୍ଭ ହେଉଥିବା ବେଳେ ଏହା ଜିଲ୍ଲା ସ୍ତରରେ ମଧ୍ୟ ଆୟୋଜନ କରାଯିବ। ବିଜେପି ସରକାର ଆଗାମୀ ଦିନରେ ଓଡ଼ିଶା ବାସୀଙ୍କ ଉନ୍ନତି ପାଇଁ କିଭଳି କାର୍ଯ୍ୟ କରିବ ସେନେଇ ମଧ୍ୟ ଜନସାଧାରଣଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅବଗତ କରାଯିବ।

Advertisment

ପୁରୀରେ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ଏସପିଙ୍କ ସୂଚନା ଅନୁସାରେ ପ୍ରାୟ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ। ଶ୍ରୀମନ୍ଦିରରେ ମଧ୍ୟ ମନ୍ତ୍ରୀ ପରିଷଦ ଏବଂ ସାଂସଦ ମାନେ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାରୁ ସେଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ। ସେହିପରି ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି

Odisha CM Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ