Advertisment

କର୍ଣ୍ଣାଟକରୁ ଠାବ ହେଲେ ନିଖୋଜ ଡାକ୍ତର ଅମ୍ଳାନ ଭୋଇ

ଡାକ୍ତର ଅମ୍ଳାନ ଭୋଇଙ୍କୁ ଠାବ କରିଛି ମାଲକାନଗିରି ପୋଲିସ ।

ଅଦ୍ୟତନ ହୋଇଛି
Missing Doctor Amlan Bhoi Rescued From Karnatak

Doctor Rescued

Advertisment

କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନିଖୋଜ ଡାକ୍ତର କର୍ଣ୍ଣାଟକରୁ ଠାବ । ଡାକ୍ତର ଅମ୍ଳାନ ଭୋଇଙ୍କୁ ଠାବ କରିଛି ମାଲକାନଗିରି ପୋଲିସ । ସେଠାରୁ ତାଙ୍କୁ ଅଣାଯାଉଛି ଓଡ଼ିଶା। ଗତ କିଛି ଦିନ ତଳେ ସେ ନିଖୋଜ ହୋଇଥିଲେ । ଅପହରଣ ଅଭିଯୋଗରେ ଥାନାରେ ଏତଲା ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ ।

Advertisment

ତେବେ ଏହାରି ମଧ୍ୟରେ ସବୁଠୁ ବଡ଼ ପ୍ରଶ୍ନ ସେ କାହିଁକି ଯାଇଥିଲେ କର୍ଣ୍ଣାଟକ ? ହଠାତ କାହାକୁ କିଛି ନ ଜଣାଇ କାହିଁକି ରାଜ୍ୟ ବାହାରକୁ ଯାଇଥିଲେ ? ନିଖୋଜର ପ୍ରକୃତ କାରଣ ଏଯାଏ ଜଣାପଡିନି। ସେ ମାଲକାନଗିରିରେ ପହଞ୍ଚିବା ପରେ ନିଖୋଜ ସସପେନ୍ସ ଉପରୁ ପରଦା ହଟିପାରେ ।

ପୂର୍ବରୁ କଳାହାଣ୍ଡି କେସିଙ୍ଗାରେ ଚାକିରୀ କରୁଥିବା ୨୭ ବର୍ଷିୟ ଡାକ୍ତର ଅମ୍ଲାନ ଗତ ୬ ମାସ ତଳେ ଜଏନ୍ କରିଥିଲେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ଏହି ସରକାରୀ କ୍ୱାଟର୍ସରେ ରହୁଥିଲେ ଡାକ୍ତର ଅମ୍ଲାନ। କିନ୍ତୁ ରବିବାର ସକାଳୁ ସେ କୁଆଡ଼େ ଯାଇଥିଲେ ଯେ ତାଙ୍କ ପତ୍ତା ମିଳିନଥିଲା। ଘର ସାମ୍ନାରେ ତାଙ୍କ ବାଇକ୍ ଥୁଆ ହୋଇଥିଲା ଏବଂ ଘର ଦୁଆର ମେଲା ପଡ଼ିଥିଲା । ସେହିପରି ତାଙ୍କ ମୋବାଇଲ୍ ବି ସୁଇଚ୍ ଅଫ୍ ରହିଥିଲା। ଏ ସଂପର୍କରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ପାଖ ପଡ଼ୋଶୀ ଜଣାଇବା ପରେ ମାଲକାନଗିରି ସିଡିଏମ୍ଓ କାଲିମେଳା ଥାନାରେ ଏତଲା ଦେଇଥିଲେ ।

Advertisment

ତେବେ ପରିବାରର ଅଭିଯୋଗ ଏବଂ ସିଡିଏମଓଙ୍କ ଏତଲା ଆଧାରରେ ପୋଲିସ ନିଖୋଜ ଡାକ୍ତର ଅମ୍ଲାନଙ୍କୁ ଖୋଜିଥିଲା । କାଲିମେଳାର ସରକାରୀ କ୍ୱାଟର୍ସରୁ ସିପିଆଇ ମାଓବାଦୀ ଲେଖାଥିବା ଏକ ହାତଲେଖା ଚିଠି ପାଇଥିଲା ପୋଲିସ। ତେଣୁ ଏହି ଅପହରଣ ପଛରେ ଅନେକ ସନ୍ଦେହ ଉପୁଜୁଥିଲା । ଘଟଣା ପଛରେ ମାଓବାଦୀଙ୍କ ସଂପୃକ୍ତି ଥିବା ବି ଚର୍ଚ୍ଚା ହେଉଥିଲା।

ତେବେ ଗତ କିଛି ଦିନ ତଳେ ଏକ ଶବ ବ୍ୟବଚ୍ଛେଦକୁ ନେଇ କିଛି ଲୋକଙ୍କ ସହ ଡାକ୍ତର ଅମ୍ଲାନଙ୍କ ବିବାଦ ଦେଖାଦେଇଥିଲା । ତେଣୁ ଏହି ଅପହରଣ ପଛରେ ଅନେକ ସନ୍ଦେହ ଉପୁଜୁଥିଲା ।

Advertisment
Doctors Missing Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ