Advertisment

Minister In Local Bus: ଲୋକଙ୍କ ସହ ବସ୍‌ରେ ୬୫୦ କି.ମି ଗଲେ ଗଣଶିକ୍ଷା ମନ୍ତ୍ରୀ-ବିଧାୟକ

‘ପୂର୍ବରୁ କୌଣସି ନେତାଙ୍କୁ ଆମେ ଏଭଳି ସାଧାରଣ ଜୀବନ ଯାପନ କରୁଥିବା ଦେଖିନଥିଲୁ । ଏହି ବିଧାୟକ ଆମ ସହ ବସ୍‌ରେ ଆସିଲେ ଆଉ ଆମ କଥା ସବୁ ଶୁଣିଲେ ।’

Nityanand Gond

ବସ୍‌ରେ ଯାତ୍ରା କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

Advertisment

ନାଲି ବତୀ ଗାଡ଼ିରେ ନୁହେଁ ସାଧାରଣ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ ଓ ବିଧାୟକ । ଆପଣ ଭାବୁଥିବେ ମନ୍ତ୍ରୀ-ବିଧାୟକମାନେ ଏମିତି ବସ୍‌ରେ ଯାତ୍ରା କରିଥାନ୍ତି । ଆଉ କିଛି ସମୟ ପରେ ବା କିଛି ବାଟ ଗଲା ପରେ ଫଟୋ ଉଠା ସାରି ପୁଣି ଓହ୍ଲାଇ ପଡ଼ନ୍ତି ।

Advertisment

ଆଜ୍ଞା ହଁ ଆପଣ ଯାହା ଭାବୁଛନ୍ତି ତାହା ଠିକ୍‌ । କିନ୍ତୁ ଏଠି କାହାଣୀ ସମ୍ପୂର୍ଣ୍ଣ ଅଲଗା । ଆମେ ଯେଉଁ ବିଧାୟକ ଓ ମନ୍ତ୍ରୀଙ୍କ କଥା କହୁଛୁ ସେମାନେ କିଛି ସମୟ ପାଇଁ ନୁହେଁ ବରଂ ୬୫୦ କିଲୋମିଟର ଯାତ୍ରା କରିଛନ୍ତି ସାଧାରଣ ବସ୍‌ରେ । ଏହି ସମୟରେ ସେମାନେ ଲୋକଙ୍କ ସହ ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିଛନ୍ତି । ଏମିତିକି ସେମାନଙ୍କ ଅଭିଯୋଗ ମଧ୍ୟ ଗ୍ରହଣ କରିଛନ୍ତି ।

ଆଉ ଏହି ଦୁଇ ନେତା ହେଲେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝି । ଆଉ ତାଙ୍କ ସହ ବସ୍‌ରେ ଥିଲେ ଆମ ରାଜ୍ୟର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏହି ଦୁଇ ନେତାଙ୍କ ଏଭଳି ସରଳ ଜୀବନ ଶୈଳୀ ପାଇଁ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । କାରଣ ଓଡ଼ିଶାବାସୀ ଆଗରୁ କେବେ ଏଭଳି ନେତା ବା ମନ୍ତ୍ରୀ ଦେଖିନାହାନ୍ତି । ଯିଏ କି ନାଲିବତୀ କାର୍‌ ଛାଡ଼ି ଲୋକଙ୍କ ସହ ସାଧାରଣ ବସ୍‌ରେ ଯାଆ ଆସ କରିଛନ୍ତି ।

Advertisment

ଏହି ଦୁଇ ନେତା ବସ୍‌ରେ ଯିବା ସହ ବସ୍‌ଯାତ୍ରୀଙ୍କ ସହ ରାତିରେ ଢ଼ାବାରେ ଖାଇଛନ୍ତି । ଆଉ ତାଙ୍କର ସମସ୍ୟା କଥା ଶୁଣିଛନ୍ତି । ମନ୍ତ୍ରୀଙ୍କୁ ଏଭଳି ପାଖରେ ପାଇ ବସ୍‌ଯାତ୍ରୀ ବି ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି । ଆଉ ମନ୍ତ୍ରୀଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ସେମାନେ କହିଛନ୍ତି ଏଭଳି ମନ୍ତ୍ରୀଙ୍କୁ ପାଇ ଆମେ ଗର୍ବିତ । ଅନ୍ୟପଟେ ବିଧାୟକଙ୍କୁ ମଧ୍ୟ ଲୋକେ ପ୍ରଶଂସା କରିଛନ୍ତି । ‘ଏଭଳି ବିଧାୟକଙ୍କ ପାଇଁ ମଧ୍ୟ ଆମେ ଖୁବ୍‌ ଗର୍ବିତ । ବିଧାୟକ ଆମ ସହ ଯାତ୍ରା କଲେ ଆମେ ବହୁତ ଖୁସି । ପୂର୍ବରୁ କୌଣସି ନେତାଙ୍କୁ ଆମେ ଏଭଳି ସାଧାରଣ ଜୀବନ ଯାପନ କରୁଥିବା ଦେଖିନଥିଲୁ । ଏହି ବିଧାୟକ ଆମ ସହ ବସ୍‌ରେ ଆସିଲେ ଆଉ ଆମ କଥା ସବୁ ଶୁଣିଲେ ।’

ମିଳିଥିବା ସୂଚନା ଅନୁସାରେ ଦୁଇ ଦିନିଆ ନବରଙ୍ଗପୁର ଗସ୍ତରେ ଆସିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସାବିତ୍ରୀ ଠାକୁର । କେନ୍ଦ୍ରମନ୍ତ୍ରୀ ଆସୁଥିବା ଖବର ପାଇବା ପରେ ଏହି ଦୁଇ ନେତା ତୁରନ୍ତ ବସ୍‌ ସହ ଯୋଗାଯୋଗ କରିଥିଲେ । ଆଉ ବସ୍‌ରେ ଯାତ୍ରା କରିଥିଲେ । ରାତିରେ ବସ୍‌ରେ ବସିଲେ ଆଉ ସକାଳୁ ସକାଳୁ ନବରଙ୍ଗପୁରରେ ପହଞ୍ଚିଥିଲେ । ତାଙ୍କର ଏଭଳି ଚିନ୍ତାଧାରାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Advertisment

ତେବେ ମନ୍ତ୍ରୀ କହିଛନ୍ତି ‘ମୁଁ ପୂର୍ବରୁ ମଧ୍ୟ ବହୁବାର ବସରେ ଯାତ୍ରା କରିଛି l ଆମେ ଜନତାଙ୍କ ସେବକ । ଆମେ ସେବା କରିବାର ସୌଭାଗ୍ୟ ପାଇଛୁ । ବସରେ ସମସ୍ତେ ଆସୁଛନ୍ତି ତ ଆମେ ବି ଆସିଲୁ ।

BJD BJP Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ