ରାତିରେ ଶ୍ରୀମନ୍ଦିର ଉପରେ ଉଡ଼ିଲେ ଶହ ଶହ ପକ୍ଷୀ । ଏତେ ସଂଖ୍ୟକ ପକ୍ଷୀ ଶ୍ରୀମନ୍ଦିର ଉପରେ ଉଡ଼ୁଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପର୍ଯ୍ୟଟକ । ସମୁଦ୍ରରେ ବାତ୍ୟା ସୃଷ୍ଟି ହେବାରୁ ପାଗ ପରିବର୍ତ୍ତନ ଯୋଗୁ ବିଦେଶୀ ପକ୍ଷୀ ଦିଗ ପରିବର୍ତ୍ତନ କରି ଶ୍ରୀମନ୍ଦିର ଉପରେ ଉଡ଼ୁଥିବା ଅନୁମାନ କରାଯାଉଛି ।
ଶୀତ ଆରମ୍ଭ ହେଉଥିବାରୁ ଏହି ସମୟରେ ବିଦେଶୀ ପକ୍ଷୀ ଚିଲିକା ଅଭିମୁଖେ ଯାଇଥାନ୍ତି । ତେବେ ସମୁଦ୍ର ଭିତରେ ପାଗ ପରିବର୍ତ୍ତନ ଯୋଗୁ ବୋଧହୁଏ ଏହି ପକ୍ଷୀ ଶ୍ରୀମନ୍ଦିର ଉପରକୁ ଚାଲିଆସିଥିବା ଅନୁମାନ କରାଯାଉଛି।