MP Baijayant Panda
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଦୁବାଇରୁ ସୁରକ୍ଷିତ ଫେରିଲେ ଶ୍ରମିକ । ୨୦୦୮ରେ ଚାକିରୀ ସନ୍ଧାନରେ ଦୁବାଇ ଯାଇଥିଲେ କେନ୍ଦ୍ରାପଡା ଆଳିର ରାଜୀବ ପରିଡା । ତେବେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ସ୍ବଦେଶ ଫେରିବା ସହ ରାଜୀବ ଓଡ଼ିଶାରେ ପହଞ୍ଚିଛନ୍ତି ।
ସୂଚନା ଅନୁସାରେ ଡାର୍କ ଆଣ୍ଡ ସ୍କଲଡ୍ କମ୍ପାନୀରେ ଷ୍ଟୋର୍ କିପର୍ ଭାବେ ରାଜୀବ ଦୁବାଇରେ କାମ କରୁଥିଲେ । ତେବେ ୨୦୨୧ ମସିହାରେ ରାଜୀବଙ୍କୁ କମ୍ପାନୀ ଟର୍ମିନେଟ୍ କରିଥିଲା । ତା’ପରେ ନା ଥିଲା ଦରମା ନା ରହିବାର ସୁବିଧା । ଏମିତିକି ବେଳେବେଳେ ତାଙ୍କୁ ଉପବାସରେ ରହିବାକୁ ପଡୁଥିଲା । ଶେଷରେ ରାଜୀବଙ୍କ ଭାଇ ରଜତ ପରିଡା ପୂରା ଘଟଣା ସମ୍ପର୍କରେ କେନ୍ଦ୍ରାପଡା ସାଂସଦଙ୍କୁ ଜଣାଇଥିଲେ । ଆଉ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରୟାସରେ ରାଜୀବ ଜନ୍ମମାଟିକୁ ଫେରିଛନ୍ତି । ବିମାନ ବନ୍ଦରରେ ପହଞ୍ଚିବା ପରେ ଖୁସି ପ୍ରକାଶ କରିବା ସହ ବୈଜୟନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725518020.jpg)