Advertisment

ମହଙ୍ଗା ପଡ଼ିଲା ତାମିଲ ଠିକାଦାର ପ୍ରୀତି; କାମ ଅଧପନ୍ତରିଆ କରି ଛୁ ମାରିଲେ ଅଣଓଡ଼ିଆ ଠିକାସଂସ୍ଥା...

ଦୁର୍ନୀତି ଓ ହରିଲୁଟରେ ଛନ୍ଦି ହୋଇପଡ଼ିଛି କି ଯାଜପୁର ଜିଲ୍ଲା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ? ଅଣ ଓଡ଼ିଆ ଠିକାଦାରଙ୍କୁ ପୋଷିବା ପାଇଁ ପୂର୍ବ ବିଜେଡି ସରକାର କରିଥିଲେ କି ଗଳାବାଟ ?

undefined

Tamil Nadu Contractor

Advertisment

ଯାଜପୁର ଜିଲ୍ଲାକୁ ମହଙ୍ଗା ପଡ଼ିଛି ତାମିଲ କଂପାନୀ ପ୍ରୀତି। ବିଭିନ୍ନ ମେଗା ପାନୀୟ ଜଳ ପ୍ରକଳ୍ପ ନାଁରେ କୋଟି କୋଟି ଟଙ୍କା ଉଠାଇ କାମ ଅଧା ଛାଡ଼ି ଛୁ ମାରିଛନ୍ତି ରାଜ୍ୟ ବାହାର ଠିକାଦାର। RTI ତଥ୍ୟ କହୁଛି, ସଂପୃକ୍ତ ଅଣଓଡ଼ିଆ ଠିକାସଂସ୍ଥା କେବଳ ଅନୁଦାନ ଅର୍ଥ ଶ୍ରାଦ୍ଧ କରିନାହାନ୍ତି, ବରଂ ଅଧିକାଂଶ ପ୍ରକଳ୍ପ କାମ ଅଧା ଅଧୁରା କରି ଛାଡ଼ିଦେଇଛନ୍ତି । ଯାହାକୁ ନେଇ ଧର୍ମଶାଳା ବିଧାୟକ ପ୍ରଶ୍ନ ଉଠାଇବା ସହ ପୂର୍ବ ବିଜେଡି ସରକାର ଆଡକୁ ଅଙ୍ଗୁଳି ଉଠାଇଛନ୍ତି। ତେଣେ ବିଭାଗୀୟ ମନ୍ତ୍ରୀ କହିଛନ୍ତି, କାହାକୁ ବି ଆମେ ଛାଡିବୁନି।

Advertisment

ଦୁର୍ନୀତି ଓ ହରିଲୁଟରେ ଛନ୍ଦି ହୋଇପଡ଼ିଛି କି ଯାଜପୁର ଜିଲ୍ଲା ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ? ଅଣ ଓଡ଼ିଆ ଠିକାଦାରଙ୍କୁ ପୋଷିବା ପାଇଁ ପୂର୍ବ ବିଜେଡି ସରକାର କରିଥିଲେ କି ଗଳାବାଟ ? ଶହେ କି ଦୁଇ ଶହ ନୁହଁ, ହଜାର ହଜାର କୋଟି ଟଙ୍କାର ପ୍ରକଳ୍ପର ସ୍ଥିତି ଓ ସ୍ଥାୟିତ୍ବକୁ ନେଇ ଏବେ ଉଠିଛି ପ୍ରଶ୍ନ। ଓଡ଼ିଶା ସୂଚନା ଅଧିକାର ଅଭିଯାନ- 'ଓସା'ର ସୂଚନା ଅନୁଯାୟୀ, ୭ଟି ବ୍ଲକରେ ମେଗା ୱାଟର ପ୍ରକଳ୍ପ କାମ ପାଇଁ ଦିଆଯାଇଛି ପ୍ରାୟ ୯ ଶହ କୋଟି। କିନ୍ତୁ ୪ ବର୍ଷ ବିତିଥିଲେ ବି ପ୍ରକଳ୍ପ ଏବେ ବି ଅଧା ଅଧୁରା । ଧର୍ମଶାଳା ବ୍ଲକ୍ ରାଇଛନ୍ଦା ପଞ୍ଚାୟତର ବାଲିକୁଦିଆ ମେଗା ପାନୀୟ ଜଳ ପ୍ରକଳ୍ପ ଗତ ବିଜେଡି ସରକାର ବେଳେ ଧର୍ମଶାଳା ବ୍ଲକରେ ଲୋକଙ୍କ ଜଳକଷ୍ଟ ଦୂର ଲକ୍ଷ୍ୟରେ ୩୨୫ କୋଟି ଟଙ୍କାରେ ଆରମ୍ଭ ହୋଇଥିଲା ଏହି ପ୍ରକଳ୍ପ। କିନ୍ତୁ ଅଣଓଡ଼ିଆ ଠିକାସଂସ୍ଥା ପ୍ରାୟ ୩୨୪ କୋଟି ଟଙ୍କା ନେଇସାରିଥିଲେ ବି ପ୍ରକଳ୍ପ କିନ୍ତୁ ଅଧପନ୍ତରିଆ। 

ଯାଜପୁର ଜିଲ୍ଲାର ଏହି ପ୍ରକଳ୍ପ ଭାତ ହାଣ୍ଡିରୁ ଗୋଟିଏ। ଏଭଳି ଭାବେ ପାନୀୟ ଜଳ ପ୍ରକଳ୍ପ ପାଇଁ ଦଶରଥପୁର ବ୍ଲକକୁ ୧୭୮ କୋଟି, ବିଞ୍ଝାରପୁର ବ୍ଲକକୁ ୨୪୬ କୋଟି ଏବଂ ଦାନଗଦିକୁ ୮୭ କୋଟି ଟଙ୍କା ଦେଇଛନ୍ତି ପୂର୍ବ ସରକାର। କିନ୍ତୁ ସରକାର ବଦଳିଗଲା ସିନା, ସରି ପାରିଲାନି ପ୍ରକଳ୍ପ କାମ। ତେଣୁ ଏସବୁର ସମୀକ୍ଷା ସହ ଅଣ ଓଡ଼ିଆ ଠିକାଦାର ଏବଂ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଯାଜପୁର ବାସିନ୍ଦା ଏବଂ ଓସା। 

Advertisment

ତେବେ କାହିଁକି ଅଧିକାଂଶ ପ୍ରକଳ୍ପର ନିର୍ମାଣ କାମ ଅଣଓଡ଼ିଆ ଠିକା ସଂସ୍ଥା ହାତରେ ଟେକି ଦିଆଯାଇଥିଲା ? ଏହା ପଛରେ ତତ୍କାଳୀନ ପାୱାରଫୁଲ୍ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଭୂମିକାକୁ ନେଇ ପରୋକ୍ଷରେ ଇଙ୍ଗିତ କରିଛନ୍ତି ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ। କହିଛନ୍ତି, କାଗଜପତ୍ରରେ ୭୫ରୁ ୮୫ପ୍ରତିଶତ କାମ ସରିଛି। କିନ୍ତୁ ୯୦ ପ୍ରତିଶତ ଟଙ୍କା ଉଠାଇ ନେଇଛନ୍ତି ରାଜ୍ୟ ବାହାରର କମ୍ପାନୀ।

 କେବଳ 2019-20 ଓ 20-21ରେ ୧୭ ଜଣ ଅଣଓଡ଼ିଆ ଠିକାଦାରଙ୍କୁ ୩୫ ହଜାର କୋଟି ଟଙ୍କାର କାମ ଦେଇଥିଲେ ନବୀନ ସରକାର। ଏମାନେ ୱାଟକୋ, RWSS, OPTCL ଭଳି କମ୍ପାନୀରୁ କାମ ନେଇଛନ୍ତି। ଆଉ ସଠୁବୁ ଅଧିକ କାମ ପାଇଛନ୍ତି ତାମିଲନାଡୁ କଂପାନୀ। କାମ ନସରୁଣୁ କିଛି ଠିକା ସଂସ୍ଥା ସରଞ୍ଜାମ ଚୋରି ନାଁରେ ୩୦ ପ୍ରତିଶତ ଟଙ୍କା ବୀମା କମ୍ପାନୀରୁ ନେଇଥିବା ମଧ୍ୟ ହିମାଂଶୁ ଅଭିଯୋଗ କହିଛନ୍ତି।ତେବେ ଏନେଇ ବିଜେଡି, କି ବବି ଦାସ କିମ୍ବା ସଂପୃକ୍ତ କମ୍ପାନୀଗୁଡ଼ିକ ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନାହିଁ। ଅପର ପକ୍ଷରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ କହିଛନ୍ତି, ଯେଉଁମାନଙ୍କୁ କାମ ଦିଆଯାଇଛି ସେମାନେ ଆନ୍ଧ୍ର ଓ ତାମିଲନାଡୁ କମ୍ପାନୀ। ତଦନ୍ତ ପରେ ଆକସନ ନିଆଯିବ।

Advertisment

BJD Contractor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ