Advertisment

CM Mohan Majhi Announces: ପାଟଣାରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ନିଜ ଜନ୍ମମାଟି କେନ୍ଦୁଝର ଗସ୍ତରେ ଯାଇଥିଲେ। ସେ ଚମ୍ପୁଆ ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ଯୋଗଦେଇଥିଲେ। ଚମ୍ପୁଆ ଚନ୍ଦ୍ରଶେଖର କଲେଜକୁ ଅଟୋନୋମସ୍‌ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
CM

CM

Advertisment

ପାଟଣାରେ ହେବ ମେଗା ଷ୍ଟିଲ୍‌ ପ୍ଲାଣ୍ଟ। ୩୦ ହଜାରରୁ ୪୦ ହଜାର କୋଟି ଟଙ୍କା ବ୍ୟୟରେ JSW ଓ Posco କରିବେ ଷ୍ଟିଲ୍‌ ପ୍ଲାଣ୍ଟ। ଏଥିପାଇଁ ରାଜ୍ୟ ସରକାରଙ୍କ ସହିତ MOU ସ୍ୱାକ୍ଷର ହୋଇଛି। ଆଜି ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ନିଜ ଜନ୍ମମାଟି କେନ୍ଦୁଝର ଗସ୍ତରେ ଯାଇଥିଲେ। ସେ ଚମ୍ପୁଆ ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ଯୋଗଦେଇଥିଲେ। ଚମ୍ପୁଆ ଚନ୍ଦ୍ରଶେଖର କଲେଜକୁ ଅଟୋନୋମସ୍‌ କଲେଜରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏଥିସହିତ କଲେଜ ପାଇଁ ୪ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି।

ସୂଚନାରୁ ପ୍ରକାଶ, ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୟୂରଭଞ୍ଜ ଗସ୍ତରେ ଯାଇଥିଲେ। ସେଠାରେ ମେଗା ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ। ଆଜି ନିଜ ଜନ୍ମ ମାଟି କେନ୍ଦୁଝରକୁ ଫେରି ପାଟଣାବାସୀଙ୍କୁ ଖୁସି ଖବର ଦେଇଥିଲେ ମୁଖ୍ୟମନ୍ତ୍ରୀ।

Advertisment

ସେପଟେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ଆଞ୍ଚଳିକ ଯନ୍ତ୍ରପାତି ମେଳା ଉଦ୍‌ଘାଟନ କରିଥିଲେ। ଏଥିସହ ଇ-ରିକ୍ସାରେ ସମସ୍ତ ଷ୍ଟଲ୍‌ ବୁଲି ଦେଖିଲେ। ପରେ ମୁଖ୍ୟମନ୍ତ୍ରୀ ପୂର୍ବତନ ସରକାର ଉପରେ ବର୍ଷିଥିଲେ। ସେ କହିଥିଲେ, ଯଦି ପୂର୍ବ ସରକାର ଚାଷୀଙ୍କ ପାଇଁ ଏତେ ଚିନ୍ତା କରୁଥିଲେ, ତାହାହେଲେ ସର୍ବ ଭାରତୀୟ ସ୍ତରରେ ଓଡ଼ିଶାର ଚାଷୀଙ୍କର ମାସିକ ହାରାହାରି ଆୟ ତଳ ଆଡ଼ୁ କାହିଁକି ଦ୍ୱିତୀୟ ହେଲା? ନୂତନ ସରକାର ଯାହା କହିଥିଲେ, ତାହା କରି ଦେଖାଇଛନ୍ତି। ପୂର୍ବ ସରକାର ଜଗନ୍ନାଥଙ୍କୁ ଗାଡ଼ିରେ ବୁଲାଇ ନେତାଙ୍କ ବଡ଼ ହୋର୍ଡିଂ ଲଗାଇ କେବଳ ଭୋଟ୍‌ ବ୍ୟାଙ୍କ ପାଇଁ ଲୋକଙ୍କଠାରୁ ଉଷୁନା ଓ ଅରୁଆ ଚାଉଳ ସଂଗ୍ରହ କରୁଥିଲେ। ମହିଳା ସଶକ୍ତିକରଣ ନାଁରେ ଗତ ସରକାର କେବଳ ବ୍ୟାଙ୍କରୁ କିଛି ଋଣ ଦେଇ ମହିଳାଙ୍କୁ ଠକୁଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଅଧିକ ପଢ଼ନ୍ତୁ: ଦାଦନରୁ ଫେରି ମାଟ୍ରିକ ପରୀକ୍ଷା ଦେଲେ ଧନମତୀ

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ପୂର୍ବ ସରକାର ଚାଷୀମାନଙ୍କୁ ୧୦୦ ଟଙ୍କା ବେନସ୍ ଦେଇ ପାରିଲେ ନାହିଁ। ହେଲେ ଆମ ସରକାର ଚାଷୀଙ୍କୁ ୨୩ ଶହ ଟଙ୍କା ଉପରେ ୮ଶହ ଟଙ୍କା ସହ ସମୁଦାୟ ୩୧ଶହ ଟଙ୍କା ପ୍ରଦାନ କରୁଛି। ଆସନ୍ତା ୮ ତାରିଖରେ ବ୍ରହ୍ମପୁରରେ ସମୁଦାୟ ୧ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ। ସରକାର ଖରିଫ୍‌ ଋତୁରେ ଚାଷୀମାନଙ୍କୁ ୫ହଜାର କୋଟି ଟଙ୍କାର ଇନ୍‌ପୁଟ୍‌ ସହାୟତା ପ୍ରଦାନ କରିଛି। ଚାଷୀଙ୍କୁ ପିଏମ୍‌ କିଶାନ୍‌ ଯୋଜନାରେ ୬ ହଜାର ଟଙ୍କା ଓ ସିଏମ୍‌ କିଶାନ୍‌ ଯୋଜନାରେ ୪ ହଜାର ଟଙ୍କା ଏପରି ବର୍ଷକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ପାଇଁ ଆସନ୍ତା ବଜେଟ୍‌ରେ ୫ ହଜାର କୋଟି ଟଙ୍କାରୁ ବୃଦ୍ଧିକରି ୭ ହଜାର କୋଟି ଟଙ୍କା କରାଯିବ। ନବୀନବାବୁ ପ୍ରତି ବ୍ଲକରେ ୩୫ ପ୍ରତିଶତ ଜଳସେଚନ କରିବେ ବୋଲି କହିଥିଲେ। ପରେ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରିବେ ବୋଲି କହିଥିଲେ। ହେଲେ ସେ ସବୁ କିଛି ହେଲାନାହିଁ। ନୂତନ ସରକାର ଏବର୍ଷ ୧୫ ଲକ୍ଷ ହେକ୍ଟର ଜମିକୁ ଜଳସେଚିତ କରିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ।

BJP Kendujhar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ