ଅଧିକ ପଢନ୍ତୁ:ଆଜିଠୁ ଯୁକ୍ତ ୨ ପରୀକ୍ଷା, କପି ରୋକିବାକୁ ୫ ସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା
ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ଓପନ୍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପାଇଁ ହଲରେ ବସିବେ ମୋଟ୍ ୫ ଲକ୍ଷ ୨୨ ହଜାର ୩୩୬ ଛାତ୍ରଛାତ୍ରୀ । ଏଥିପାଇଁ ୩ ହଜାର ୧୩୩ଟି ପରୀକ୍ଷା କେନ୍ଦ୍ର ହୋଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପରୀକ୍ଷା ଚାଲିବ । କପି ରୋକିବା ପାଇଁ ଚାରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଛି । ୬ଶହ କେନ୍ଦ୍ରରେ ଲାଇଭ ଭିଡିଓ ବ୍ୟବସ୍ଥା ହୋଇଛି । ପ୍ରଶ୍ନପତ୍ର ଭାଇରାଲ୍ ରୋକିବା ପାଇଁ କ୍ୟୁଆର୍ କୋର୍ଡ ବ୍ୟବସ୍ଥା କରାଯାଇଛି ।
ପରୀକ୍ଷା ପୂର୍ବରୁ ବୋର୍ଡ ପକ୍ଷରୁ ଗତକାଲି ୬ଶହଟି ପରୀକ୍ଷା କେନ୍ଦ୍ର ଓ ୩୧୪ଟି ନୋଡାଲ୍ ସେଣ୍ଟରରୁ ଲାଇଭ ଷ୍ଟ୍ରିମିଂର ଡ୍ରାଏ ରନ କରାଯାଇଥିଲା । କଟକ ସ୍ଥିତ କମାଣ୍ଡ କଣ୍ଟ୍ରୋଲ ରୁମରୁ ହୋଇଥିଲା ଏଭଳି ଡ୍ରାଏ ରନ୍ । ଅର୍ଥାତ ପରୀକ୍ଷା ବେଳେ ସୁପରିଚାଳନା, ପ୍ରଶ୍ନପତ୍ରର ସୁରକ୍ଷା ଏବଂ କପି ରୋକିବା ପାଇଁ ଛାତ୍ରଛାତ୍ରୀଙ୍କ ଉପରେ ଫୋକସ୍ ରହିବ । ଏପରିକି ପ୍ରଶ୍ନପତ୍ର ଲିକ୍ ଭଳି ପ୍ରସଙ୍ଗ ଆସିଲେ ଲାଇଭ ମୋଡରୁ ଦେଖି ତ୍ୱରିତ ଆକ୍ସନ ନେଇ ହେବ ।
ପରୀକ୍ଷାରେ ମୋବାଇଲ ବାରଣ ସହ ୪ ଥାକିଆ ସ୍କ୍ବାର୍ଡ ବ୍ୟବସ୍ଥା କରାଯାଇଛି । ସେହିପରି ପ୍ରତ୍ୟେକ ପ୍ରଶ୍ନପତ୍ରର ପ୍ରତି ପୃଷ୍ଠାରେ ରହିଛି ୱାଟର ମାର୍କ । ଏହାଦ୍ବାରା କିଏ ପ୍ରଶ୍ନପତ୍ର ଭାଇରାଲ୍ କିମ୍ବା ଲିକ୍ କରିଛି ତାହା ସ୍ପଷ୍ଟ ହେବ । ପରୀକ୍ଷା ପରିଚାଳନାରେ ଯେଭଳି କୌଣସି ବିଭ୍ରାଟ ନଘଟେ ତାଉପରେ ଗୁରୁତ୍ୱ ଦିଆଯାଇଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଆଜିଠୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୬ ପର୍ଯ୍ୟନ୍ତ ଚାଲିବ ।