Advertisment

ସରକାରୀ ଜମି ହଡ଼ପର ନୂଆ ତରିକା, ବେଳାଭୂମିରେ ଖୁଣ୍ଟ ପୋତି ପାଚେରି ବୁଲାଉଛନ୍ତି ମାଫିଆ

ବେଳାଭୂମିରେ ଆସି ମଥା ପିଟୁଛି ସମୁଦ୍ରର ମାଳ ମାଳ ଢେଉ...ସୁଁ ସୁଁ ଗର୍ଜନରେ ଫାଟି ପଡୁଛି ଇଲାକା...ଆଉ ତାହାରି ଭିତରେ ମୁଣ୍ଡ ଟେକୁଛି ଇଟା, ବାଲି ଓ ସିମେଣ୍ଟର ବେଆଇନ ନିର୍ମାଣ ।

ଅଦ୍ୟତନ ହୋଇଛି
undefined

Puri Sea Beach

Advertisment

ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବାଦ୍ ପଡ଼ିନି ପୁରୀ ବେଳାଭୂମି । ଖଣ୍ଡ ଖଣ୍ଡ କରି ପ୍ଲଟିଂ କରାଯାଉଛି । ବିକ୍ରି ପାଇଁ ମସୁଧା ଚାଲିଥିବା ଅଭିଯୋଗ ଆସିଛି । CRZ ଆଇନ ଆଖିରେ ଧୂଳି ଦେଇ ପୁରୀ ସିପସରୁବାଲି ମୌଜା ବେଳାଭୂମିରେ ଚାଲିଛି, ନୂଆ ତରିକାରେ ଜମିଦୁର୍ନୀତିର ବଡ଼ ସଉଦା । ମାଫିଆ ଓ ପ୍ରଶାସନର ମଧୁଚନ୍ଦ୍ରିକାରେ ପ୍ରାୟ ୨୮ ଶହ ଏକରର ଜମି ଦୁର୍ନୀତିର ଅଭିଯୋଗ ହୋଇଛି । ଯାହାର ସିବିଆଇ ତଦନ୍ତ ଦାବି କରିଛନ୍ତି ବିଭିନ୍ନ ବର୍ଗ ।

Advertisment

ବେଳାଭୂମିରେ ଆସି ମଥା ପିଟୁଛି ସମୁଦ୍ରର ମାଳ ମାଳ ଢେଉ...ସୁଁ ସୁଁ ଗର୍ଜନରେ ଫାଟି ପଡୁଛି ଇଲାକା...ଆଉ ତାହାରି ଭିତରେ ମୁଣ୍ଡ ଟେକୁଛି ଇଟା, ବାଲି ଓ ସିମେଣ୍ଟର ବେଆଇନ ନିର୍ମାଣ । ପୋତାଯାଇଛି ଶତାଧିକ ହଳଦିଆ ଖୁଣ୍ଟି, ବୁଲା ଯାଉଛି ପାଚେରୀ । ମଙ୍ଗଳାନଦୀ ମୁହାଁଣର ପଛୁଆ ପାଣି ଆସି ସମୁଦ୍ରରେ ମିଶୁଥିବା ସିପସରୁବାଲି ବେଳାଭୂମି ଅଞ୍ଚଳ ।

ଏହି ଇଲାକାରେ ଯୁଆଡ଼େ ଅନାଇବେ, ସେଆଡ଼େ ପାଇବେ ନିର୍ମାଣ କାର୍ଯ୍ୟ । ଏନେଇ ଆପତ୍ତି ଉଠାଇ ସଂଗୀନ ଅଭିଯୋଗ ଆଣିଛନ୍ତି ଓଡ଼ିଶା ବେଳାଭୂମି ସୁରକ୍ଷା ପରିଷଦ ସଭାପତି । ୧୯୨୭ ମସିହା ସାବକ ଖାତା ନମ୍ବର-୭୦ । ଯେଉଁଥିରେ ଥିଲା ୩ ହଜାର ୪ଶହ ଏକର ଜମି ।

Advertisment

ତା’ମଧ୍ୟରୁ ୧୯୭୭ର ହାଲ୍ ରେକର୍ଡ ଅନୁସାରେ ୨୮ ଶହ ଏକର ଜମିକୁ ବେଆଇନ ଭାବରେ ବିଭିନ୍ନ ଲୋକଙ୍କ ନାଁରେ ରେକର୍ଡଭୁକ୍ତ କରାଯାଇଛି । ଅର୍ଥାତ ସିପସରୁବାଲି ମୌଜାରେ ପ୍ରାୟ ୩ହଜାର କୋଟି ଟଙ୍କାର ହୋଇଛି ଜମି ଘୋଟାଲା । ୨୦୧୦ ଓ ୨୦୧୨ରେ ଏହାର ସିବିଆଇ ତଦନ୍ତ ଦାବି ବି କରାଯାଇଥିଲା ।

ତତ୍କାଳୀନ ସରକାର ଭିଜିଲାନ୍ସକୁ ତଦନ୍ତ ଭାର ଦେଇଥିଲେ ସତ, କିନ୍ତୁ କାର୍ଯ୍ୟାନୁଷ୍ଠାନ ହେଲାନି । ଫଳରେ କଙ୍କଡ଼ାକୁ ଗୋଳିଆ ପାଣି ଭଳି ଦୁର୍ନୀତିଖୋର୍ ସରକାରୀ ବାବୁଙ୍କୁ ହାତ କରି ଜମି ମାଫିଆ ବେଆଇନ ପ୍ଳଟିଂ କରୁଛନ୍ତି । ଏବେ ଏହାର ସିବିଆଇ ତଦନ୍ତ ଦାବି ଉଠାଇଛନ୍ତି ଆଇନଜୀବୀଙ୍କ ସହ ଓଡ଼ିଶା ବେଳାଭୂମି ସୁରକ୍ଷା ପରିଷଦ ।

Advertisment

ସମୁଦ୍ର ଜଳରାଶି ଓ ଏହାର ଜୈବିକ ବିବିଧତାର ସୁରକ୍ଷା ପାଇଁ ଲାଗୁ କରାଯାଇଛି କୋଷ୍ଟାଲ୍ ରେଗୁଲେସନ୍ ଜୋନ-CRZ ନିୟମ । କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଗେଜେଟ୍ ନୋଟିଫିକେସନରେ ମଧ୍ୟ ସ୍ପଷ୍ଟ ଉଲ୍ଲେଖ ରହିଛି । ୪ ଭାଗରେ ବିଭକ୍ତ ସିଆରଜେଡ୍ ଭିତରୁ ସମୁଦ୍ର ଜଳରାଶି ସଂଲଗ୍ନ କୂଳବର୍ତ୍ତୀ ଅଞ୍ଚଳ ସିଆରଡେଜ୍-୧ ଓ ସିଆରଜେଡ୍ -୨ରେ ଆସୁଛି ।

ଆଇନ-୧୯୮୬ର ସେକ୍ସନ୍-ଥ୍ରି କହୁଛି, CRZ ଅଞ୍ଚଳରେ ଖନନ ଓ ନିର୍ମାଣ ଦଣ୍ଡନୀୟ ଅପରାଧ । ଅର୍ଥାତ କୌଣସି ପରିସ୍ଥିତିରେ କଂକ୍ରିଟ୍ ନିର୍ମାଣ ହୋଇପାରିବନି । ତେବେ କିଭଳି ଭାବେ ଅନ୍ୟ ଲୋକଙ୍କ ନାଁରେ ଏହି ଜମିକୁ ରେକର୍ଡଭୁକ୍ତ କରାଗଲା ? ଏଥିପାଇଁ କିଏ ଦେଲା ଅନୁମତି ?

ନା ସରକାରୀ ବାବୁଙ୍କ ସହ ସଲାସୁତରାରେ ବେଳାଭୂମି ଜମିକୁ ହଡ଼ପ ପାଇଁ କରାଯାଉଛି ମସୁଧା ? ଏଭଳି ବେଆଇନ ନିର୍ମାଣକାରୀମାନେ କିଏ ? ଏଭଳି ନାନା ପ୍ରଶ୍ନ ଭିତରେ ଜମି କାରବାରକୁ ବେଆଇନ ଦର୍ଶାଇ ଉପ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ।

ପୁରୀ ସହର ଓ ତଳି ଅଞ୍ଚଳରେ ସରକାରୀ ଜମିର ଅବାଧ ଦଖଲକାରୀ ମାଫିଆ ଏବେ ବେଳାଭୂମି ଭଳି ପ୍ରକୃତିର ବିରଳ ପରିବେଶକୁ ଖିନଭିନ୍ କରିବାକୁ ଷଡ଼ଯନ୍ତ୍ର ରଚିଛନ୍ତି । ଅପେକ୍ଷା, ଏହି ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କି ଆକ୍ସନ ନେଉଛି ପୁରୀ ପ୍ରଶାସନ ।

Puri Sea Beach Building
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ