Revenshaw University
ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ଜୋର ଧରିଛି ବିବାଦ। ମୁହାଁମୁହିଁ ପୁରାତନ ଛାତ୍ର ଓ ବିଭିନ୍ନ ଛାତ୍ର ସଙ୍ଗଠନ। ବିଶ୍ୱବିଦ୍ୟାଳୟ ପରିସରରେ ଏକ ମଶାଲ୍ ଶୋଭାଯାତ୍ରା ବେଳେ ମୁହାଁମୁହିଁ ହୋଇଛନ୍ତି ଏବିଭିପି ଓ ଅନ୍ୟାନ୍ୟ ଛାତ୍ର ସଂଗଠନ। ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗରେ ସେଭ୍ ରେଭେନ୍ସା ଲିଗାସି ଫୋରମ୍ ପକ୍ଷରୁ ବିଶାଳ ମଶାଲ ଶୋଭାଯାତ୍ରା କରାଯାଇଥିଲା। କ୍ୟାମ୍ପସରୁ କଲେଜ ଛକ ପର୍ଯ୍ୟନ୍ତ ପରିକ୍ରମା କରାଯାଇଥିଲା। ଏହି ସମୟରେ ଅଣଛାତ୍ରଙ୍କ ପ୍ରବେଶ ଅଭିଯୋଗ କରି ମୁହାଁମୁହିଁ ହୋଇଥିଲେ ଦୁଇ ଗୋଷ୍ଠୀ। ପରେ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725465119.jpg)