Advertisment

Subhadra Yojana: ସୁଭଦ୍ରା ଆବେଦନର ଶେଷ ତାରିଖ ମାର୍ଚ୍ଚ ୩୧; ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଏକକାଳୀନ ୩ଟି ଯାକ କିସ୍ତି

ଗୋଟିଏ ପଟେ ଦ୍ୱିତୀୟ କିସ୍ତି ଟଙ୍କା ପାଇବାକୁ ସୁଭଦ୍ରା ହିତାଧିକାରୀମାନେ ଚାହିଁ ବସିଥିବା ବେଳେ, ଏବେବି ଅନେକଙ୍କୁ ମିଳିନି ପ୍ରଥମ କିସ୍ତିର ଖୁସି। ଚାରି ପାଞ୍ଚ ମାସ ପୂର୍ବରୁ ଆବେଦନ ଓ ବାରମ୍ବାର ଡକୁମେଣ୍ଟ ଦାଖଲ କରିଥିଲେ ମଧ୍ୟ ସହାୟତାରୁ ବଞ୍ଚିତ ଥିବା କହିଛନ୍ତି ବହୁ ମହିଳା।

undefined

Subhadra Yojana

Advertisment

ସହାୟତା ପାଇବାକୁ ଯୋଗ୍ୟତା ଥାଇ ବି, ଏଯାଏଁ ସୁଭଦ୍ରା ଯୋଜନାରେ ଆବେଦନ କରିନାହାନ୍ତି କି ? ଆପଣଙ୍କ ହାତରେ ଆଉ ପ୍ରାୟ ମାସେ ସମୟ ରହିଛି। ମାର୍ଚ୍ଚ ୩୧ ହେଉଛି ଏଇଥର ପାଇଁ ସୁଭଦ୍ରା ଆବେଦନର ଶେଷ ତାରିଖ। ମାର୍ଚ୍ଚ ୩୧ ଭିତରେ ଯେଉଁମାନେ ଆବେଦନ କରିବେ, ସେମାନେ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ଏକାଥରେ ୩ଟି ଯାକ କିସ୍ତିର ଟଙ୍କା ପାଇବେ। କୋଟିଏ ମହିଳାଙ୍କୁ ସୁଭଦ୍ରା ସହାୟତା ଦେଇ ଆସନ୍ତା ୬ ତାରିଖରେ ରାଜ୍ୟ ସରକାର ଇତିହାସ ସୃଷ୍ଟି କରିବାକୁ ଯାଉଥିବା ବେଳେ, ୮ରେ ମହିଳାଙ୍କୁ ମିଳିବ ଦ୍ୱୀତୀୟ କିସ୍ତି ଟଙ୍କା।

Advertisment

ସୁଭଦ୍ରା ଯୋଜନାରେ ସହାୟତା ପାଇବାକୁ ଆଶା ରଖିଥିବା ମହିଳାଙ୍କୁ ଚଳିତ ମାସ ଶେଷ ସୁଦ୍ଧା ଆବେଦନ କରିବାକୁ ପଡ଼ିବ। ମାର୍ଚ୍ଚ ୩୧ ଭିତରେ ଆବେଦନ କଲେ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ଏକାଥରେ ମିଳିବ ୩ଟି ଯାକ କିସ୍ତି। ’ସୁଭଦ୍ରା’ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ଆସନ୍ତା ୬ ତାରିଖରେ ମ୍ୟାଜିକ ନମ୍ବର ୧ କୋଟି ଛୁଇଁବାକୁ ଯାଉଛି। ପୂର୍ବରୁ ୯୮ ଲକ୍ଷରୁ ଅଧିକ ମହିଳା ପ୍ରଥମ କିସ୍ତି ଟଙ୍କା ପାଇସାରିଥିବା ବେଳେ ଆସନ୍ତା ୬ ତାରିଖରେ ବାକି ୧ ଲକ୍ଷ ୭୦ ହଜାର ମହିଳାଙ୍କୁ ପଞ୍ଚମ ପର୍ଯ୍ୟାୟ ପ୍ରଥମ କିସ୍ତି ଟଙ୍କା ମିଳିବ। ଏହାର ଦିନକ ପରେ ଅର୍ଥାତ୍ ମାର୍ଚ୍ଚ ୮ ଅନ୍ତର୍ଜାତୀୟ ମହିଳା ଦିବସରେ କୋଟିଏ ମହିଳା ଦ୍ୱିତୀୟ କିସ୍ତିର ୫ ହଜାର ଲେଖାଏଁ ଟଙ୍କା ପାଇବେ। ବ୍ରହ୍ମପୁରରୁ ଡିବିଟି ମାଧ୍ୟମରେ ଏହି ସହାୟତା ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୮ ମାସରେ ଭିତରେ ଗୋଟିଏ ଯୋଜନା କୋଟିଏ ମହିଳାଙ୍କୁ ଯୋଡ଼ିବା ଏକ ଇତିହାସ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଅଧିକ ପଢ଼ନ୍ତୁ: ପାଟଣାରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ: ମୁଖ୍ୟମନ୍ତ୍ରୀ

ଗୋଟିଏ ପଟେ ଦ୍ୱିତୀୟ କିସ୍ତି ଟଙ୍କା ପାଇବାକୁ ସୁଭଦ୍ରା ହିତାଧିକାରୀମାନେ ଚାହିଁ ବସିଥିବା ବେଳେ, ଏବେବି ଅନେକଙ୍କୁ ମିଳିନି ପ୍ରଥମ କିସ୍ତିର ଖୁସି। ଚାରି ପାଞ୍ଚ ମାସ ପୂର୍ବରୁ ଆବେଦନ ଓ ବାରମ୍ବାର ଡକୁମେଣ୍ଟ ଦାଖଲ କରିଥିଲେ ମଧ୍ୟ ସହାୟତାରୁ ବଞ୍ଚିତ ଥିବା କହିଛନ୍ତି ବହୁ ମହିଳା। ସେମାନେ ପଞ୍ଚମ ପର୍ଯ୍ୟାୟରେ ସହାୟତା ପାଇବେ ବୋଲି ଆଶା ବାନ୍ଧିଛନ୍ତି। ସେପଟେ ଆଉ କିଛି ମହିଳାଙ୍କ ନାଁ ହିତାଧିକାରୀ ତାଲିକାରୁ କଟିବାକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି। ଏଇ ଯେମିତି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ବିକ୍ରମପୁର ଗାଁର ସୁସ୍ମିତା ହିଆଲ। ତାଙ୍କ ନାଁରେ ଇଞ୍ଚେ ବି ଜାଗା ନଥିବା ବେଳେ, ତାଙ୍କର ୫ ଏକର ଜମିଥିବା ଦର୍ଶାଇ ନାଁ କଟିଥିବା ଅଭିଯୋଗ କରିଛନ୍ତି ସୁସ୍ମିତା। ତେବେ ଏନେଇ ପ୍ରଶାସନ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ଆସନ୍ତା ୬ ତାରିଖ ଗୁରୁବାର ପଞ୍ଚମ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ନପାଇଲେ, ସୁଭଦ୍ରା ଆବେଦନକାରୀମାନେ 'ଶୁଣ ସୁଭଦ୍ରା-କୁହ ସୁଭଦ୍ରା' କାର୍ଯ୍ୟକ୍ରମରେ ହେଲ୍‌ପ୍‌ଲାଇନ ନମ୍ବର ୧୪୬୭୮କୁ ଫୋନ୍ କରି ଅଭିଯୋଗ ଦାଖଲ କରିପାରିବେ।

BJP Subhadra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ