Advertisment

ଜଗା ପାଇଁ ସମର୍ପିତ ଜୀବନ: ନିଜ ଘରେ ସଂଗ୍ରହାଳୟ କରି ଜଗନ୍ନାଥ ସଂସ୍କୃତିର କରୁଛନ୍ତି ପ୍ରଚାର...

ରାୟଗଡା ଜିଲ୍ଲା ଗୁଣୁପୁରର ମହାପ୍ରଭୁଙ୍କ ନିଆରା ଭକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ । ନିଜ ଘରେ ସଂଗ୍ରହାଳୟ କରି ଜଗନ୍ନାଥ ସଂସ୍କୃତିର କରୁଛନ୍ତି ପ୍ରଚାର ପ୍ରସାର ।

culture of lord jagannath

culture of lord jagannath

Advertisment

କୋଟି ଓଡ଼ିଆଙ୍କ ମଉଡମଣି ହେଉଛନ୍ତି ଜଗତର ନାଥ ମହାପ୍ରଭୁ ଜଗନ୍ନାଥ । ତାଙ୍କୁ ପାଇବା ପାଇଁ ଭକ୍ତ ସବୁବେଳେ ବ୍ୟାକୁଳ ଓ ଭକ୍ତଙ୍କ ଭାବ ପାଇବା ପାଇଁ ମହାପ୍ରଭୁ ବି ବ୍ୟାକୁଳିତ । ରାୟଗଡା ଜିଲ୍ଲା ଗୁଣୁପୁରର ଏମିତି ଜଣେ ନିଆରା ଭକ୍ତ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ । ନିଜ ଘରେ ସେ ଏକ ସଂଗ୍ରହାଳୟ କରି ଜଗନ୍ନାଥ ସଂସ୍କୃତିର କରୁଛନ୍ତି ପ୍ରଚାର ପ୍ରସାର ।

Advertisment

ଗୁଣୁପୁର ଶ୍ରୀନଗର ବାସିନ୍ଦା ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ । ବୃତ୍ତିରେ ଜଣେ ସରକାରୀ ଶିକ୍ଷକ । ଦୀର୍ଘ ୧୨ ବର୍ଷ ପୂର୍ବେ ସେ ମାରାତ୍ମକ ପକ୍ଷାଘାତ ରୋଗରେ ପୀଡିତ ହୋଇ ବଡ଼ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏପରିକି ବଞ୍ଚିବାର ଆଶା ସେ ବି ଛାଡ଼ିଦେଇଥିଲେ । ଶେଷରେ ପରିବାର ଲୋକେ ତାଙ୍କୁ ପୁରୀ ଜଗନ୍ନାଥ ଦର୍ଶନ କରିବାକୁ ବହୁ କଷ୍ଟରେ ନେଇଥିଲେ । ସେଠାରେ ବାଇଶି ପାହାଚ ସ୍ପର୍ଶ ମାତ୍ରକେ ତାଙ୍କ ଶରୀରର ସମସ୍ତ ଅଚଳ ଅଙ୍ଗପ୍ରତ୍ୟଙ୍ଗ ସଚଳ ହୋଇ ଯାଇଥିଲା । ସେହି ଦିନଠାରୁ ଜଗା ପ୍ରେମରେ ବାନ୍ଧି ହୋଇ ପଡିଛନ୍ତି ପୂର୍ଣ୍ଣଚନ୍ଦ୍ର ।

ଏବେ ନିଜସ୍ଵ ଉଦ୍ୟମରେ ସେ ତାଙ୍କ ନିଜ ଘରେ ଜଗା ପାଇଁ ଏକ ସଂଗ୍ରହାଳୟ କରିଛନ୍ତି । ଏଠାରେ ମହାପ୍ରଭୁଙ୍କ ୬୦ ପଉଟି ଭୋଗ, ବିଭିନ୍ନ ବେଶ, ମହାପ୍ରଭୁଙ୍କ ବିଭିନ୍ନ ବସ୍ତ୍ର ଆଭୂଷଣ, ନୀତିକାନ୍ତିର ଦୈନିକ ଭୋଗ, ବିଭିନ୍ନ ତୀର୍ଥ ଜଳ, ପୁରୁଣା ତାଳପତ୍ର ପୋଥି, ବିଭିନ୍ନ ପ୍ରକାର ଶଙ୍ଖ, ମହାପ୍ରଭୁଙ୍କ ରଥଯାତ୍ରା ସମ୍ପର୍କିତ ଓ ତଥ୍ୟ ସମ୍ବଳିତ ପୁସ୍ତକ ପ୍ରଭୃତି ସଂଗ୍ରହ କରି ରଖିଛନ୍ତି । ଏଥିସହିତ ପୁରୁଣା ମୁଦ୍ରା, ଟଙ୍କା, ଚାବି ପ୍ରଭୃତି ସାମଗ୍ରୀ ସଂଗ୍ରହାଳୟର ସୌନ୍ଦର୍ଯ୍ୟକୁ ଆହୁରି ଦ୍ବିଗୁଣିତ କରିଛି । 

Advertisment

ପ୍ରତିଦିନ ଏହି ସଂଗ୍ରହାଳୟକୁ ଅନେକ ସ୍ଥାନୀୟ ଲୋକେ ଦେଖିବାକୁ ଆସିଥାନ୍ତି । ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ଏହି ସଂଗ୍ରହାଳୟଟି ଉଭୟ ପୁରାତନ ଇତିହାସ ଓ ଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଅନେକ ଅଜଣା ତଥ୍ୟ ପ୍ରଦାନରେ ସହାୟକ ହୋଇ ପାରିଛି । ଏହା ବ୍ୟତୀତ ଗୁଣୁପୁର ଅଞ୍ଚଳରେ କୌଣସି ସଂଗ୍ରହାଳୟ ନ ଥିବାରୁ ଏଠାକୁ ଆସି ଅନେକ କଥା ଜାଣିବାକୁ ମିଳୁଥିବା ଜଗା ପ୍ରେମୀ ମାନେ କହିଛନ୍ତି ।ବାସ୍ତବରେ ଶିକ୍ଷକ ପୂର୍ଣ୍ଣଚନ୍ଦ୍ରଙ୍କ ଏଭଳି ନିଆରା ଉଦ୍ୟମ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବେଶ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ, ତାଙ୍କ ଛୋଟିଆ ଉଦ୍ୟମ ଆଗକୁ ଯେ ବିଶାଳ କଳ୍ପବଟ ଆକାର ଧାରଣ କରି ଜଗନ୍ନାଥ ସଂସ୍କୃତି ର ବର୍ତ୍ତାବହ ପାଲଟିବ ଏଥିରେ ସନ୍ଦେହ ନାହିଁ ।

ରିପୋର୍ଟ: ରାକେଶ କୁମାର ପାଢ଼ୀ 

Lord Jagannath Jagannath Culture
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ