Advertisment

ପେଟ୍ରୋଲ ପକାଇଲେ...ପଇସା ଦେଲେ, ତା’ପରେ ଟଳିପଡ଼ିଲେ..!

ଛାତିରେ ଯନ୍ତ୍ରଣା ହେବା ହାର୍ଟ ଆଟାକର ପ୍ରାଥମିକ ଲକ୍ଷଣ। ତେବେ ହାର୍ଟ ଆଟାକ୍ ହେଲେ କ’ଣ କରିବେ ଆସନ୍ତୁ ଜାଣିବା...

ଅଦ୍ୟତନ ହୋଇଛି
Bhubaneswar Man Dies of Heart Attack at Petrol Pump

Heart Attack

Advertisment

ଏମିତି ବି ଆସେ ମୃତ୍ୟୁ। ଆଜି ଭୁବନେଶ୍ବରର ଏକ ପେଟ୍ରୋଲ ପମ୍ପକୁ ଜଣେ ବ୍ୟକ୍ତି ଯାଇ ପେଟ୍ରୋଲ ଭରିଲେ। ପଇସା ଦେଇସାରି ବାଇକ ଷ୍ଟାର୍ଟ କଲା ବେଳେ ହଠାତ ପଡିଗଲେ। ତଳେ ପଡିଯିବା ପରେ ପେଟ୍ରୋଲ ପମ୍ପ କର୍ମଚାରୀ ଉଠାଇ ଏକ ସ୍ଥାନରେ ବସେଇ ଦେଇଥିଲେ। ତେବେ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଓଟିଭି ସାମ୍ବାଦିକ ନିରଞ୍ଜନ ରେଡ୍ଡୀ ତାଙ୍କ ଜୀବନ ବଞ୍ଚାଇବା ଲାଗି ଉଦ୍ୟମ କରିଥିଲେ। ସମ୍ପୃକ୍ତ ବ୍ୟକ୍ତିଙ୍କୁ CPR ଚିକିତ୍ସା ଦେଇଥିଲେ।

Advertisment

ଜଣଙ୍କର ନିଶ୍ୱାସ ପ୍ରଶ୍ୱାସ ଜନିତ ସମସ୍ୟା ଦେଖାଦେଲେ ବା ହୃତସ୍ପନ୍ଦନ ବନ୍ଦ ହେବା ଅବସ୍ଥାରେ ଏଭଳି ଜରୁରୀକାଳୀନ ଚିକିତ୍ସାର ବ୍ୟବସ୍ଥା କରାଯାଇଥାଏ। CPR ଚିକିତ୍ସା ପାଇବା ପରେ ସେହି ବ୍ୟକ୍ତି ଜଣକ ସାମାନ୍ୟ ରେସପନ୍ସ କରିଥିଲେ। ପରେ ପିସିଆର ଭ୍ୟାନ ଆସି ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଅଧିକ ପଢ଼ନ୍ତୁ: ରାଞ୍ଚିକୁ ଲମ୍ବିଛି ସିମବକ୍ସ ଚେର, କମିଶନରେଟ୍ ପୋଲିସକୁ ମିଳିଲା ତୃତୀୟ ସିମବକ୍ସ

Advertisment

ଛାତିରେ ଯନ୍ତ୍ରଣା ହେବା ହାର୍ଟ ଆଟାକର ପ୍ରାଥମିକ ଲକ୍ଷଣ। ତେବେ ହାର୍ଟ ଆଟାକ୍ ହେଲେ କ’ଣ କରିବେ ଆସନ୍ତୁ ଜାଣିବା। ଘରେ ଥିବା ବେଳେ ଯଦି ପ୍ରଥମେ ଛାତିରେ ଯନ୍ତ୍ରଣା ହେଉଛି, ତେବେ କୌଣସି କାର୍ଯ୍ୟ ନକରି ସଙ୍ଗେ ସଙ୍ଗେ ସଂପୃକ୍ତ ବ୍ୟକ୍ତିଙ୍କୁ ଶୁଆଇ ଦିଅନ୍ତୁ। ଘରେ ଥିଲେ ଖୋଲାରେ ପବନ ହେଉଥିବା ସ୍ଥାନରେ ତାଙ୍କୁ ଶୁଆଇ ଦିଅନ୍ତୁ। ଫ୍ୟାନ ଲଗାଇ ମଧ୍ୟ ଶୁଆଇ ପାରିବେ। ତେବେ ବାହାରେ ଥିଲେ ତାଜା ବାୟୁ ଚଳପ୍ରଚଳ ହେଉଥିବା ସ୍ଥାନରେ ହାର୍ଟ ଆଟାକର ଶିକାର ବ୍ୟକ୍ତିଙ୍କୁ ଶୁଆଇ ଦିଅନ୍ତୁ ଏବଂ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇ ଯାଆନ୍ତୁ।

ତେବେ ଯଦି କାହାର ପୂର୍ବରୁ ହୃଦରୋଗ ସମସ୍ୟା ଅଛି ବୋଲି ଜାଣିଛନ୍ତି ତେବେ ହାର୍ଟ ଆଟାକ୍ ଆସିଲେ ତାଙ୍କୁ ସର୍ବିଟ୍ରେଟ୍ ମେଡିସିନ ଖାଇବାକୁ ଦେଇ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇ ଯାଆନ୍ତୁ। ହାର୍ଟବିଟ୍ ନଥିଲେ ନିଶ୍ୱାସ ପ୍ରଶ୍ୱାସ ନନେଲେ ସମତଳ ଭୂମିରେ ଶୁଆଇ ସିପିଆର ଦିଅନ୍ତୁ। ଯଦି ସିପିଆର ଦେବାକୁ ଜଣେ ବ୍ୟକ୍ତି ଅଛନ୍ତି ତେବେ ଆଣ୍ଠେଇ ସିଧା ହାତରେ ହାର୍ଟ ଆଟାକର ଶିକାର ହୋଇଥିବା ବ୍ୟକ୍ତିଙ୍କ ଛାତିକୁ ଦବାଇବାକୁ ପଡ଼ିଥାଏ। ଯଦି ଅନ୍ୟ ଜଣେ କେହି ଉପସ୍ଥିତ ଥାଆନ୍ତି ତେବେ ଦ୍ୱିତୀୟ ଲୋକ ହାର୍ଟ ଆଟାକର ଶିକାର ବ୍ୟକ୍ତିଙ୍କ ପାଟିପଟେ ଫୁଙ୍କି ନିଶ୍ୱାସ ପ୍ରଶ୍ୱାସ ଦେବାକୁ ପଡ଼ିଥାଏ। ଏବଂ ଏହା ପରେ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ରୋଗୀଙ୍କୁ ନେଇଯାଆନ୍ତୁ।

Advertisment

ତେବେ ଏହି ସିପିଆର୍‌ କ’ଣ ?

ସିପିଆର୍ ଏକ ଜୀବନ ରକ୍ଷାକାରୀ କୌଶଳ । ସିପିଆର୍- କାର୍ଡିଓ ପଲମୋନାରୀ ରେସୁକ୍ସିଏସନ । ହୃଦଘାତ ହେଲେ ତୁରନ୍ତ ଲକ୍ଷଣକୁ ଚିହ୍ନଟ କରି ରୋଗୀଙ୍କୁ ସିପିଆର୍ ଦିଆଯାଏ । ଶ୍ୱାସପ୍ରଶ୍ୱାସ ବନ୍ଦ ହେଲେ ଜରୁରିକାଳୀନ ସ୍ଥିତିରେ ସିପିଆର ଉପଯୋଗୀ । ଆଣ୍ଠେଇ ଛାତିର ମଧ୍ୟମ ଏବଂ ବାମପାର୍ଶ୍ୱକୁ ଜୋରରେ ଚାପିବାକୁ ପଡିଥାଏ । ୩୦ ଥର ଚାପିବା ପରେ ଦୁଇଥର ରୋଗୀର ପାଟିରେ ନିଃଶ୍ୱାସ ଦେବା ଆବଶ୍ୟକ । ଏପରି କରିବା ଦ୍ୱାରା ହୃତପିଣ୍ଡର ସ୍ପନ୍ଦନ ଏବଂ ଶ୍ୱାସପ୍ରଶ୍ୱାସ ଫେରିବା ସମ୍ଭାବନା ରହିଛି । କୌଣସି ସ୍ଥାନରେ ଏପରି ସ୍ଥିତି ଦେଖିଲେ ସିପିଆର ଦେଇ ଜୀବନ ବଞ୍ଚାଇହେବ । ସାମାନ୍ୟ ସୁସ୍ଥ ହେଲେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେବା ଆବଶ୍ୟକ ।

ଅଧିକ ପଢ଼ନ୍ତୁ: ଶୋଭାଯାତ୍ରା କରି ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଘରେ ଛାଡ଼ିଲେ ଛାତ୍ରଛାତ୍ରୀ ଓ ଗାଁ ଲୋକେ

Heart Attack CPR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ