Advertisment

Accident In Balasore : ବନ୍ଧା ସରିଥିଲା ଟେଣ୍ଟ, କୁଣିଆ ବି ଆସି ସାରିଥିଲେ...କିନ୍ତୁ ଘର ଫାଟୁଛି କାନ୍ଦ ବୋବାଳିରେ

ବଡ଼ ଭାଇର ଆଖିରୁ ଲୁହ ସରୁନି, ପାଟି ଖନି ମାରି ଯାଉଛି। କେମିତି ବୁଝେଇବ ଏ ମନ, ଦିନକ ପରେ ବଡ଼ ଭାଇ ବାପା ସାଜି ବାହା ଘର କରିଥାନ୍ତେ, ହେଲେ ଏବେ ମୁଖା ଅଗ୍ନି ଦେବେ ସାନ ଭାଇକୁ ।

ଅଦ୍ୟତନ ହୋଇଛି
Accident In Balasore

Accident In Balasore

Advertisment

ବାହାଘର ପୂର୍ବରୁ ବଡ଼ ଅଘଟଣ। ବିବାହର ଦିନକ ପୂର୍ବରୁ ସଡ଼କ ଦୁର୍ଘଟଣାରେ ଚାଲିଗଲା ବାଲେଶ୍ବର ନୀଳଗିରି ଅଞ୍ଚଳର ହରେକୃଷ୍ଣଙ୍କ ଜୀବନ। ଯେଉଁ ଘରେ ସବାରି ଉଠିଥାନ୍ତି ସେଠି ସଜାଗଲା କୋକେଇ। ଆଉ ପୁଅକୁ ଖୋଜି ଖୋଜି ମାଆ ଆଖିର ଲୁହ ଶୁଖିଗଲାଣି। ସାହି ପଡ଼ୋଶୀ ସମସ୍ତେ ହତବାକ, କିଛି ସମୟ ପୂର୍ବରୁ ଯାହାକୁ ଦେଖିଥିଲେ ସେ ଏବେ ଏମିତି ଅକାଳରେ ଚାଲିଗଲା ସେ କଥା କେହି ବିଶ୍ବାସ କରିପାରୁନି।

Advertisment

ଘଣ୍ଟା କେଇଟା ପରେ ବରଯାତ୍ରୀ ବାହାରିଥାନ୍ତା । ସଜେଇ ହେଇଥାନ୍ତି ପୁରା ଗାଁ । ପୁଅ ବାହା ହେବ ବୋଲି କେତେ ଯେ ଖୁସି ଆଉ ଆଶା। ହେଲେ ସେ ସବୁ ଆଉ ସତ ହବନି। ବରଯାତ୍ରୀ ବାହାରିବା ଜାଗାରେ ସଜା ହେଉଛି ଜୁଇ। ବାଲେଶ୍ବର ନୀଳଗିରିର ଗାଙ୍ଗପୁର ଗାଁରେ ଘଟିଯାଇଛି ଏଭଳି ଅଭାବନୀୟ ଘଟଣା ।

ଅଧିକ ପଢ଼ନ୍ତୁ:ମେକ୍ସିକୋ ଯାଉଥିଲା ଜାହାଜ, ଥିଲା ୩ ହଜାର ଗାଡ଼ି...ଲାଗିଗଲା ନିଆଁ

ଆଉ ଦିନକ ପରେ ଗାଁର ହରେକୃଷ୍ଣ ବିବାହ କରିଥାନ୍ତେ। ଏଥିପାଇଁ ଘର ଆଗରେ ଟେଣ୍ଟ ବନ୍ଧା ସରିଥିଲା। କୁଣିଆ ବି ଘରକୁ ଆସି ସାରିଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ସଡ଼କ ଦୁର୍ଘଟଣାରେ ହରେକୃଷ୍ଣଙ୍କ ଚାଲି ଯାଇଛି ଜୀବନ।

Advertisment

ପୁଅକୁ ହରାଇବା ପରେ ମାଅର ଅବସ୍ଥା ନକହିଲେ ସରେ । ପୁଅକୁ ଖୋଜି ବୁଲୁଥିବା ଆଖି ଏବେ ସବୁରି ମୁହଁରେ ପୁଅର ଭ୍ରମ ତିଆରି କରୁଛି। ଯାହାକୁ ପାଇଲେ ତାକୁ ପୁଅ ଭାବି ଜାବୁଡ଼ି ଧରୁଛି ମାଆର ଅସହାୟ ହାତ।

ବଡ଼ ଭାଇର ଆଖିରୁ ଲୁହ ସରୁନି, ପାଟି ଖନି ମାରି ଯାଉଛି। କେମିତି ବୁଝେଇବ ଏ ମନ, ଦିନକ ପରେ ବଡ଼ ଭାଇ ବାପା ସାଜି ବାହା ଘର କରିଥାନ୍ତେ, ହେଲେ ଏବେ ମୁଖା ଅଗ୍ନି ଦେବେ ସାନ ଭାଇକୁ ।

Advertisment

ହରେକୃଷ୍ଣଙ୍କ ବିବାହ ପାଖ ଗାଁରେ ଠିକ୍ ହେଇଥିଲା। କୁଣିଆଙ୍କୁ ଆଣିବାକୁ ଯାଇଥିବା ବେଳେ ନୀଳଗିରି ବାଲିଗୋହିରି ଛକରେ ଡମ୍ପର ସହ ମୁହାଁମୁହିଁ ଧକ୍କା ହୋଇଥିଲା କାର୍ । ବାସ୍ କିଛି କ୍ଷଣ ମଧ୍ୟରେ ସବୁ କିଛି ବଦଳି ଯାଇଥିଲା।

ଅଧିକ ପଢ଼ନ୍ତୁ:ଡିଭାଇଡର ଉପରେ ଚଢିଯାଇ ଚୁରମାର୍ କାର୍, କୁଆଡେ ଗଲା ନମ୍ବରପ୍ଲେଟ୍?

Baleswar Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ