Advertisment

Makar Mela: ଜମୁଛି ଜଗତସିଂହପୁର ମକର ମେଳା, ଗୋଟିଏ ଜାଗାରେ ମିଳୁଛି ସବୁ ଜିନିଷ

ଜଗତସିଂହପୁର ଜିଲ୍ଲାରେ ଜମୁଛି ପ୍ରସିଦ୍ଧ ମକର ମେଳା । ମାସେ ବ୍ୟାପି ଚାଲୁଥିବୋ ଏହି ମେଳାକୁ ଆସନ୍ତି ଶତାଧିକ ବ୍ୟବସାୟୀ, ଜମେ ଲକ୍ଷାଧିକ ଲୋକଙ୍କ ଭିଡ଼।

ଅଦ୍ୟତନ ହୋଇଛି
Makar Mela Being Celebrate

Makar Mela Being Celebrate

Advertisment

ଜଗତସିଂହପୁର ଜିଲ୍ଲାରେ ଜମୁଛି ପ୍ରସିଦ୍ଧ ମକର ମେଳା। ଏକମାସ ଧରି ଚାଲୁଥିବା ଏହି ମେଳାକୁ ଆସନ୍ତି ଶତାଧିକ ବ୍ୟବସାୟୀ, ଜମେ ଲକ୍ଷାଧିକ ଲୋକଙ୍କ ଭିଡ଼। ଘରକରଣା ଜିନିଷଠୁ ନେଇ ଚେୟାର ଟେବୁଲ, ଚଟପଟି ଖାଦ୍ୟର ମେଲିଛି ପସରା। ଗୋଟିଏ ସ୍ଥାନରେ ସବୁ ପ୍ରକାର ଜିନିଷ ମିଳୁଥିବାରୁ କିଣାକିଣି କରିବାକୁ ଏଠିକୁ ଆସନ୍ତି ଲକ୍ଷାଧିକ ଲୋକ। ପ୍ରତିବର୍ଷ ଭଳି ଚଳିତବର୍ଷ ବି ଗତ ମକର ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଛି ମକର ମେଳା। ....

Advertisment

ଜଗତସିଂହପୁର ଜିଲ୍ଲାରେ ଥିବା ସୋମନାଥ ହାଟ ପଡିଆର ଚାଲିଛି ମକର ମେଳା। ମକର ସଂକ୍ରାନ୍ତି ଠାରୁ ମାସେରୁ ଉର୍ଦ୍ଧ୍ବ ସମୟ ହେଲା ଏଠି ଚାଲେ ମକର ମେଳା। ଯେଉଁଠି ଜିଲ୍ଲା ତଥା ବାହାରୁ ଆସନ୍ତି ଶତାଧିକ ବ୍ୟବସାୟୀ, ଲୋକ। ମାସେ ଧରି ଚାଲେ କିଣାବିକା। ଚଳିତ ବର୍ଷ ଏହି ମକର ମେଳାକୁ ଆସିଛନ୍ତି ୩ ହଜାରରୁ ଉର୍ଦ୍ଧ୍ବ ବ୍ୟବସାୟୀ। ପସରା ମେଲାଇଛନ୍ତି ବିଭିନ୍ନ ସାମଗ୍ରୀ । ମେଳାରେ ବିଭିନ୍ନ ଘରକରଣା ସାମଗ୍ରୀ କିଣିବାକୁ ଲାଗିଛି ଲୋକଙ୍କ ଭିଡ଼। ସୁଲଭ ଦରରେ ବିଭିନ୍ନ ଜିନିଷ ମିଳୁଥିବାରୁ ଲୋକଙ୍କ ଭିଡ଼ କାହିଁରେ କଣ। ....

ପ୍ରତିବର୍ଷ ଏହି ମକର ମେଳାକୁ ଅପେକ୍ଷା କରି ରୁହନ୍ତି ଅଂଚଳବାସୀ। ଏକମାସ ଧରି ଚାଲୁଥିବା ଏହି ମେଳାରେ ଚଟପଟି ଖାଦ୍ୟ ଷ୍ଟଲ ପାଲଟେ ଆକର୍ଷଣ। ବିଭିନ୍ନ ପ୍ରକାର ଫାଷ୍ଟଫୁଡ୍ ସହ ପିଠା, ମିଠା ବାସ୍ନାରେ ମହକିଉଠେ ସୋମନାଥ ହାଟ ପଡିଆ। ଲୋକଙ୍କ ମନୋରଂଜନ ପାଇଁ ଏଠି ପଡ଼େ ଭଳିକି ଭଳି ଦୋଳି। ଚକ୍ରି ଦୋଳି, ବ୍ରେକଡ୍ୟାନ୍ ଦୋଳି, ସ୍ନେକ ରାଇଡ୍ ଭଳି ଦୋଳିର ମଜା ଉଠାନ୍ତି ଛୋଟରୁ ବଡ଼ ଯାଏଁ। ସେଇଭଳି ଚୁଡି, ମାଳି ଭଳି ଦୋକାନ ସହ ବିଭିନ୍ନ ଫର୍ଣ୍ଣିଚର, ଚକି ,ଶିଳ ପର୍ଯ୍ୟନ୍ତ ସବୁ ସାମଗ୍ରୀ ଏଠାରେ ସୁଲଭ ମୂଲ୍ୟରେ ମିଳୁ ଥିବାରୁ ଅନେକ ଲୋକ ଏଇ ମେଳାରୁ ହିଁ ଝିଅ ବାହାଘର ପାଇଁ କିଣି ନିଅନ୍ତି ଆବଶ୍ୟକ ସାମଗ୍ରୀ। ଚଳିତ ବର୍ଷ ମକର ମେଳାରେ ଭଲ ବ୍ୟବସାୟ ହେଉଥିବା କୁହନ୍ତି ବ୍ୟବସାୟୀ।...

Advertisment

Festivals Makara
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ