ଶିମିଳିପାଳରେ ମହାରାଷ୍ଟ୍ର ମହାବଳ, ତଡ଼ବା ଅନ୍ଧାରୀ ଅଭୟାରଣ୍ୟରୁ ଆସିଲା

ଶିମିଳିପାଳରେ ବାଘୁଣୀ ‘ଯମୁନା’। ଆଜି ଶିମିଳିପାଳ ଅଭୟାରଣ୍ୟ କୋର୍ ଏରିଆରେ ବାଘୁଣୀ ଯମୁନାକୁ ଛଡ଼ାଯାଇଛି ।

Maharashtra Tigress

ଶିମିଳିପାଳରେ ବାଘୁଣୀ ‘ଯମୁନା’। ଆଜି ଶିମିଳିପାଳ ଅଭୟାରଣ୍ୟ କୋର୍ ଏରିଆରେ ବାଘୁଣୀ ଯମୁନାକୁ ଛଡ଼ାଯାଇଛି । ଶିମିଳିପାଳରେ ମହାବଳ ବାଘ ବଂଶ ବିସ୍ତାର କରିବା ଦିଗରେ କାମ କରିବ । ଗତକାଲି ମହାରାଷ୍ଟ୍ର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଶିମିଳିପାଳକୁ ଅଣାଯାଇଥିଲା ଗୋଟିଏ ବାଘୁଣୀ ।

ଅଢ଼େଇ ବର୍ଷର ବାଘୁଣୀକୁ ଧରି ଗତକାଲି ବନବିଭାଗ ଟିମ୍ ଶିମିଳିପାଳ ପହଞ୍ଚିଥିଲେ । ଆଜି ଶିମିଳିପାଳ କୋର୍ ଏରିଆରେ ବାଘକୁ ଛଡ଼ାଯାଇଛି । ରାଜ୍ୟରେ ବର୍ତ୍ତମାନ ମୋଟ୍ ୩୦ଟି ମହାବଳ ବାଘ ଥିବାବେଳେ ତା’ମଧ୍ୟରୁ ୨୭ଟି ଅଛନ୍ତି ଶିମିଳିପାଳ ଅଭୟାରଣ୍ୟରେ । ଏହି ୨୭ଟି ଭିତରୁ ୧୩ଟି ହେଉଛି କଳା ମେଲାନିଷ୍ଟିକ ବାଘ ।

ତେବେ ଜେନେଟିକ୍ ଇନବ୍ରିଡିଂକୁ ରୋକିବା ସହ ମହାବଳ ବଂଶ ବିସ୍ତାର ପାଇଁ ବନବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଖୁବଶୀଘ୍ର ମହାରାଷ୍ଟ୍ରରୁ ଆଉ ଏକ ମହାବଳ ବାଘକୁ ଶିମିଳିପାଳ ଅଣାଯିବ ବୋଲି ସୂଚନା ଦେଇଛି ବନ ବିଭାଗ ।