Advertisment

ମାହାଙ୍ଗା ଡବଲ ମର୍ଡର ମାମଲା: ୯ ଜଣଙ୍କୁ ଆଜୀବନ ଜେଲ୍ ...

ମାହାଙ୍ଗା ଡବଲ ମର୍ଡର ମାମଲାରେ ଆସିଲା ବଡ଼ ରାୟ । ୯ ଜଣ ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ସାଲେପୁର ଏଡିଜେ ।

ଅଦ୍ୟତନ ହୋଇଛି
Mahanga double murder case, 9 awarded life imprisonment

Mahanga double murder case

Advertisment

ମାହାଙ୍ଗା ଡବଲ ମର୍ଡର ମାମଲାରେ ଆସିଲା ବଡ଼ ରାୟ । ୯ ଜଣ ଦୋଷୀଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ସାଲେପୁର ଏଡିଜେ । ତେବେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । 

Advertisment

୨ ଜାନୁଆରୀ ୨୦୨୧ରେ ଘଟିଥିଲା ଏହି ବହୁ ଚର୍ଚ୍ଚିତ ଡବଲ ମର୍ଡର । ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିଲା । ତେବେ ଏହି ଘଟଣାରେ ବିଜେଡି ନେତା ତଥା ସେତେବେଳର ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ଅଭିଯୋଗ ଆସିଥିଲା । ଅଭିଯୋଗ ପରେ ପ୍ରତାପ ଜେନାଙ୍କୁ ୧୩ ନମ୍ବର ମୁଦାଲା ଭାବେ ଚାର୍ଜସିଟରେ ଉଲ୍ଲେଖ କରିଥିଲା ପୋଲିସ । 

ତେବେ ଚାର୍ଜସିଟରୁ ତାଙ୍କ ନାଁ ହଟାଇବାକୁ ପ୍ରତାପ ଜେନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ମାମଲା ଏବେ ହାଇକୋର୍ଟରେ ବିଚାରାଧିନ ଅଛି । ଏହି ଡବଲ ମର୍ଡର ଘଟଣାକୁ ନେଇ ସେତେବେଳେ ରାଜ୍ୟ ରାଜନୀତି ବେଶ ସରଗରମ ହୋଇଥିଲା । 

Advertisment

Mahanga Double Murder Mahanga Double Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ