Advertisment

ମହାନଦୀ ଜଳ ବିବାଦ ମାମଲା; ‘ଖୁବ୍ ଶୀଘ୍ର ହେବ ସମାଧାନ’

ମହାନଦୀ ଜଳ ବିବାଦ ମାମଲାକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ମନ୍ତବ୍ୟ । ଖୁବ୍ ଶୀଘ୍ର ମହାନଦୀ ଜଳ ବିବାଦର ସମାଧାନ ହେବ କହିଲେ ମନ୍ତ୍ରୀ ।

 Mahanadi Water Dispute

Mahanadi Water Dispute

Advertisment

ଖୁବ୍ ଶୀଘ୍ର ମହାନଦୀ ବିବାଦର ହେବ ସମାଧାନ । ମହାନଦୀ ଜଳ ବିବାଦ ମାମଲାରେ ନିଜ ପ୍ରତିକ୍ରିୟା ରଖି ଏହା କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । କହିଛନ୍ତି, ପୂର୍ବ ସରକାର ସମାଧାନ ପାଇଁ ବିଶେଷ ଉଦ୍ୟମ କରି ନାହାନ୍ତି । ରାଜ୍ୟ-ରାଜ୍ୟ ମଧ୍ୟରେ ଆଲୋଚନାରେ ସମାଧାନ ହୋଇପାରିବ । 

Advertisment

ମାତ୍ର ପୂର୍ବ ସରକାର ନା ଛତିଶଗଡ଼ ସହ ଆଲୋଚନା କରୁଥିଲେ ନା  ଟ୍ରିବ୍ୟୁନାଲକୁ ସାହାଯ୍ୟ କରୁଥିଲେ। ଏପରକି କେନ୍ଦ୍ର ଜଳ କମିଶନଙ୍କ ନିକଟରେ ସଠିକ ତଥ୍ୟ ରଖିଲେ ନାହିଁ । ଏଣୁ ଜଳବିବାଦର ସମାଧାନ ହୋଇପାରିନି। ତେବେ ସ୍ଥାୟୀ ଟ୍ରିବ୍ୟୁନାଲ ଗଠନ ହୋଇଛି, ଖୁବଶୀଘ୍ର ସବୁ ତଥ୍ୟ ଦାଖଲ କରିବୁ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।

ମହାନଦୀ ଓଡ଼ିଶାର ଜୀବନ ରେଖା । ମହାନଦୀରେ ଯେତବେଳେ ଜଳ ଥାଇ ଜୀବନ ଜୀବିକା ହସି ଉଠିଥାଏ । ଓଡ଼ିଶା ବାସୀଙ୍କ ଭାବନା ସହ ଜଡିତ ମହାନଦୀ । ମହାନଦୀ ଜଳ ବିବାଦ ଓଡ଼ିଶାର ପ୍ରଗତି ଓଡ଼ିଶାର ଉନ୍ନତି ସହ ଜଡିତ। ଅଢେଇ କୋଟି ଜୀବନ ଜୀବିକା ମହାନଦୀ ସହ ଜଡିତ। ୨୦୧୭ ମସିହାରେ ଛତିଶଗଡ ବେଆଇନ ଭାବେ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରିଥିଲା ।

Advertisment

ମହାନଦୀ ଓ ଏହାର ଶାଖା ନଦୀ ଉପରେ ଛତିଶଗଡ଼ ଗୋଟିଏ ପରେ ଗୋଟିଏ ପ୍ରକଳ୍ପ ନିର୍ମାଣ କରିଚାଲିଥିବା ବେଳେ ତାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ୁଛି। ଓଡ଼ିଶାକୁ ଆବଶ୍ୟକ ପରିମାଣର ପାଣି ମିଳିପାରୁନି। ଏଣେ ଓଡ଼ିଶା ସରକାର ଗତ ୮ ବର୍ଷରେ ଗୋଟିଏ ବି ବ୍ୟାରେଜ୍‌ ନିର୍ମାଣ କରିପାରିନାହାନ୍ତି। କେବଳ ଘୋଷଣା ଓ ସତ୍ୟାଗ୍ରହରେ ସୀମିତ ରହିଛନ୍ତି। ୨୦୧୮ ମେ ୧୬ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଲଖନପୁର ବ୍ଲକ ଶୁଖାସୋଢ଼ାରେ ସ୍ଥିତି ଅନୁଧ୍ୟାନ କରିବାପରେ ସେଠାରୁ ହିଁ ମହାନଦୀ ସୁରକ୍ଷା ଅଭିଯାନ ଘୋଷଣା କରିଥିଲେ। ଏହି ଅଭିଯାନ ଅନ୍ତର୍ଗତ ମହାନଦୀ ପ୍ରବାହିତ ହୋଇଥିବା ରାଜ୍ୟର ୧୫ଟି ଜିଲ୍ଲାର ୪୫ଟି ନିର୍ବାଚନମଣ୍ଡଳୀରେ ମହାନଦୀ ସୁରକ୍ଷା ନେଇ ସଭାସମିତି ହୋଇଥିଲା। ଏହାପୂର୍ବରୁ ଅର୍ଥାତ୍‌ ୨୦୧୮ ମାର୍ଚ୍ଚ ୧୧ ତାରିଖ ଦିନ ୨୦୧୮ ମାର୍ଚ୍ଚ ୧୧ ତାରିଖରେ ମହାନଦୀ ଟ୍ରିବ୍ୟୁନାଲ୍‌ ଗଠିତ ହୋଇଥିଲା। ଗତ ୨୦୨୩ ମେ ମାସରେ ଅର୍ଥାତ୍‌ ୫ ବର୍ଷ ପରେ ଟ୍ରିବ୍ୟୁନାଲ ସଦସ୍ୟ କ୍ଷେତ୍ର ପରିଦର୍ଶନ କରିଥିବା ବେଳେ ସେହି ବର୍ଷ ନଭେମ୍ବରରୁ ମାମଲାର ଶୁଣାଣି ଆରମ୍ଭ ହୋଇଛି। 

Mahanadi Mahanadi Water Dispute Suresh Pujari Mahanadi Water Issue
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ