Advertisment

ମାଟିରେ ଲୋଟୁଛି ମା ବିରଜାଙ୍କ ତାମ୍ର ପ୍ରତିମୂର୍ତ୍ତି, ଖଣ୍ଡ ଖଣ୍ଡ ହୋଇ ପଡ଼ିଛନ୍ତି ରାଜା ଯଯାତି କେଶରୀ !

ଯାଜପୁରରେ ଅଧପନ୍ତରିଆ ମୂର୍ତ୍ତି ସ୍ଥାପନ ପ୍ରକଳ୍ପ । ପରିତ୍ୟକ୍ତ ଅବସ୍ଥାକୁ ନେଇ ଉଦବେଗ । ପୁଣି ବବିଙ୍କ ଆଡ଼କୁ ତୀର ମାରିଲେ ହିମାଂଶୁ ।

undefined

Odisha Jajpur

Advertisment

ସୌନ୍ଦର୍ଯ୍ୟକରଣ ନାଁରେ ପାଣି ଭଳି ଅର୍ଥ ଶ୍ରାଦ୍ଧ କରାଯାଇଛି । ହେଲେ ଫଳ ଶୂନ । କେଉଁଠି ମାସ ମାସ ଧରି ସ୍ଥାପନ ନହୋଇ ଭୂଇଁରେ ଲୋଟୁଛି ମା ବିରଜାଙ୍କ ପ୍ରତିମୂର୍ତ୍ତି ତ କେଉଁଠି ଯୋଡ଼ା ନହୋଇ ଖଣ୍ଡ ଖଣ୍ଡ ହୋଇ ଏଣେତେଣେ ପଡ଼ିଛନ୍ତି ରାଜା ଯଯାତି କେଶରୀ। ପୂର୍ବ ବିଜେଡି ସରକାର ଅମଳରେ ସାଂସଦ ଏପରିକି ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିର ବର୍ଷା ହେବାକୁ ନେଇ ଚର୍ଚ୍ଚାରେ ଥିବା ଯାଜପୁର ସହରରେ ରହିଛି ଏମିତି ସ୍ଥିତି।

Advertisment

ମିଶନ୍ ଶକ୍ତି କାଫେ ଆଗରେ ପଡ଼ିରହିଛି ତାମ୍ର ଓ ପିତ୍ତଳରେ ନିର୍ମିତ ମା ବିରଜାଙ୍କ ପ୍ରତିମୂର୍ତ୍ତି । ଯୋଜନା ଥିଲା ମା ବିରଜାଙ୍କ ମନ୍ଦିର ଦକ୍ଷିଣ ପାର୍ଶ୍ୱରେ ଏହା ସ୍ଥାପନ ହେବ। ହେଲେ ହେଉନି।

ସେମିତି ରାଜା ଯଯାତି କେଶରୀଙ୍କ ତାମ୍ର ପ୍ରତିମୂର୍ତ୍ତି। ଦଶ୍ୱାଶ୍ୱ ମେଧ ଘାଟରେ ରାଜା ଯଯାତି କିପରି ବ୍ରାହ୍ମଣମାନଙ୍କୁ ନେଇ ଦଶ୍ୱାଶ୍ୱ ମେଧ ଯଜ୍ଞ କରିଥିଲେ ତାର ଦୃଶ୍ୟାୟନ ସହ ଯାଜପୁର ସହ ଜଡ଼ିତ ସେଇ ଇତିହାସକୁ ବର୍ତ୍ତମାନ ପିଢ଼ି ସାମ୍ନାକୁ ଆଣିବା ଉଦ୍ଦେଶ୍ୟରେ ଟୁରିଜିମ୍ ବିଭାଗ ପକ୍ଷରୁ ଏନ.ସି କଲେଜ ପାଖ ଷଢ଼େଇ ପୋଖରୀ କୂଳରେ ଏଥିପାଇଁ କୋଟିଏ ୮୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଅଲଗା ୫ କୋଟି ବ୍ୟୟବରାଦ ପରେ ବି ଷଢ଼େଇ ପୋଖରୀର ଅବସ୍ଥା ପାଇଁ ଇଏ ବି ଅଧାପନ୍ତରିଆ ହୋଇ ପଡ଼ି ରହିଛି ।

Advertisment

ସେହିଭଳି ବରାହ ନାଥ ବୈତରଣୀ ନଦୀ କୂଳରେ ନିର୍ମିତ ୧୮୩ ଫୁଟର ଉଚ୍ଚ ଶିବ ମୂର୍ତ୍ତି । ଶୈବକ୍ଷେତ୍ର ଯାଜପୁରରେ ଶିବଙ୍କ ମହିମା ଗାନ ପାଇଁ ୨୦୨୧ରୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ତିଆରି ଚାଲିଛି ଯେ ସରୁନି। ଆଉ ତାରି ପାଖେ ଖଣ୍ଡ ବିଖଣ୍ଡିତ ପ୍ରତିମୂର୍ତ୍ତି, ଖଣ୍ଡ ବିଖଣ୍ଡିତ ଘୋଡ଼ା, ଖଣ୍ଡା ସବୁ ପଡ଼ି ରହିଛି । କୁହାଯାଉଛି ଇଏ ବି କୁଆଡ଼େ ରାଜା ଯଯାତିଙ୍କ ପ୍ରତିମୂର୍ତ୍ତି। ଏସବୁକୁ ଯୋଡ଼ାଯାଇ ପୂର୍ଣ୍ଣାଙ୍ଗ ରୂପ ଦିଆଯାଇଥାନ୍ତା।

ପଣଶା ପଞ୍ଚାୟତ ଆଙ୍କୁଲା ମୌଜାରେ ଯଯାତି କେଶରୀଙ୍କ ନାଁରେ ନାମିତ ମେଡିକାଲ କଲେଜ ଆଗରେ ଆଖିରେ କପଡ଼ା ବନ୍ଧା ଅବସ୍ଥାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତି କେଉଁ ବିଭାଗ ଦ୍ୱାରା ତିଆରି ହୋଇଛି। କେବେ ଉନ୍ମୋଚନ ହେବ ସେ ଉତ୍ତର କାହାପାଖରେ ନାହିଁ। ଏମିତିକି ସ୍ଥାନୀୟ ସରପଞ୍ଚ ବି କିଛି ଜାଣି ନଥିବା କହିଛନ୍ତି।

Advertisment

ସବୁଠୁ ବଡ଼ କଥା ହେଉଛି ଏସବୁ ଉଦାହରଣରୁ କିଛି କିଛି ସ୍ଥାନରେ ଟୁରିଜିମ୍ ଡିପାର୍ଟମେଣ୍ଟ ଦ୍ୱାରା କାମ ତ ହୋଇଛି, ହେଲେ ଅଧିକାଂଶ ସ୍ଥାନରେ ଲାଗିବାକୁ ଥିବା ବିରାଟ ବିରାଟ ଦାମୀ ତାମ୍ର ଓ ପିତ୍ତଳ ନିର୍ମିତ ପ୍ରତିମୂର୍ତ୍ତି ବାବଦ ଖର୍ଚ୍ଚ କିଏ କରିଛି, କେଉଁ ବିଭାଗରୁ ଏଥିପାଇଁ ଅନୁମତି ମିଳିଛି, ତାର ଉତ୍ତର କାହା ପାଖରେ ନଥିବାରୁ ଅଧାପନ୍ତରିଆ ଥିବା କାମ ବି ଆଗକୁ ବଢ଼ିପାରୁନି।

ତେବେ ଧର୍ମଶାଳା ବିଧାୟକ ସିଧା ଏଥିପାଇଁ ପୂର୍ବତନ ବିଧାୟକ ବବି ଦାସଙ୍କ ଆଡ଼କୁ ଅଙ୍ଗୁଳି ଉଠାଇ ଏଠି ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିର ବ୍ୟାପକ ଅପବ୍ୟବହାରର ଅଭିଯୋଗ ଆଣିଛନ୍ତି। ହେଲେ ଏନେଇ ପୂର୍ବତନ ବିଧାୟକ ବବି ଦାସଙ୍କର ପ୍ରତିକ୍ରିୟା ମିଳି ନଥିବା ବେଳେ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିବାକୁ ମନା କରିଛନ୍ତି ଜିଲ୍ଲାପାଳ।

Odisha Tourism
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ