Advertisment

Low pressure in odisha: ଆଜି ଓ କାଲି ପ୍ରବଳ ବର୍ଷିବ, ଲଘୁଚାପ ପ୍ରଭାବରେ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା, ରାଉରକେଲାରେ ଷ୍ଟେସନ ଜଳାର୍ଣ୍ଣବ

୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ଅବପାତ ହେବା ସମ୍ଭାବନା ରହିଛି। ପ୍ରଭାବରେ ଆଜି ଓ କାଲି ଦୁଇଦିନ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।ଆଜି ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କରିଛି ଆଇଏମଡି।

author-image
Smruti Sarita Nanda
ଅଦ୍ୟତନ ହୋଇଛି
weather

weather

ରାଜ୍ୟରେ ପ୍ରବଳ ବର୍ଷା। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା । ବିଭିନ୍ନ ସ୍ଥାନରେ ତୀବ୍ର ବୃଷ୍ଟିପାତ ଆରମ୍ଭ ହୋଇଛି । ପୂର୍ବ ଭାଗରେ ଉତ୍ତର ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ବାଂଲାଦେଶ, ପଶ୍ଚିମବଙ୍ଗ ଓ ଉତ୍ତର ଓଡିଶା ଉପକୂଳ ଗୋଟିଏ ଏବଂ ଉତ୍ତର ପଶ୍ଚିମ ମଧ୍ୟପ୍ରଦେଶ ଏବଂ ତାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ଅବପାତ ହେବା ସମ୍ଭାବନା ରହିଛି। ପ୍ରଭାବରେ ଆଜି ଓ କାଲି ଦୁଇଦିନ ଓଡ଼ିଶାରେ ପ୍ରବଳ ବର୍ଷା ହେବ ।

Advertisment

ଆଜି ଓଡ଼ିଶାକୁ ରେଡ୍ ଆଲର୍ଟ ଜାରି କରିଛି ଆଇଏମଡି। ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଛାଡ଼ି ବାକି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିପାଇଁ ଉତ୍ତର ଓ ପଶ୍ଚିମ ଓଡ଼ିଶାର ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜରେ ଅତିପ୍ରବଳ ବର୍ଷା ହେବ । ଏହିସବୁ ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଣ୍ଟର ପର୍ଯ୍ୟନ୍ତ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ସେହିଭଳି ୧୯ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।

ବର୍ଷା ସହିତ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ । ଆସନ୍ତା ୧୭ ତାରିଖ ଯାଏଁ ପ୍ରବଳ ବର୍ଷା ଜାରି ରହିବା ନେଇ ସତର୍କତା ଜାରି କରାଯାଇଛି । ତେଣେ ରାଉରକେଲା ସହରରେ ପ୍ରବଳ ବର୍ଷାର ପ୍ରଭାବରେ ଚାରିଆଡ଼ ପାଣି ପାଣି। ବୁଡ଼ିଗଲା କାର୍, ବାଇକ୍। ଗତକାଲି ରାତିରୁ ଲଗାଣ ବର୍ଷା ଫଳରେ ରାଉରକେଲା ଷ୍ଟେସନ୍ ଅଞ୍ଚଳ ହୋଇଛି ଜଳାର୍ଣ୍ଣବ । ୫ ନମ୍ବର ପାର୍କିଂ ସ୍ଥଳରେ ଜମିଛି ଅଣ୍ଟେ ଉଚ୍ଚର ପାଣି। ଫଳରେ ପାର୍କିଂରେ ଥିବା କାର୍, ଅଟୋ, ବାଇକ୍ ସବୁ ବୁଡ଼ିଯାଇଛି । ବହୁ ସମୟ ଧରି ଗାଡ଼ି ପାଣିରେ ବୁଡ଼ିରହିଥିବାରୁ ଷ୍ଟାର୍ଟ ମଧ୍ୟ ହେଉନାହିଁ । ଏବେ ବି ରାଉରକେଲାରେ ପ୍ରବଳ ବର୍ଷା ଜାରି ରହିଛି । ସେଇଭଳି ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଅଂଚଳରେ ଗତକାଲି ରାତିଠୁ ଲାଗିରହିଛି ବର୍ଷା।  

Advertisment
Odisha Weather Rourkela Low Pressure Rain People
Advertisment
Related Articles
Advertisment