Advertisment

ଚାଲିଛି ‘ସୁଭଦ୍ରା’ ଆବେଦନ ଧାଁ ଦୌଡ଼, ଆଧାର ଅପଡେଟ୍ ଲାଗି ଜନସେବା କେନ୍ଦ୍ର ଆଗରେ ଲମ୍ବାଧାଡ଼ି

ସୁଭଦ୍ରା ଯୋଜନା ଘୋଷଣା ପରେ ଜନସେବା କେନ୍ଦ୍ର ଆଗରେ ଲମ୍ବା ଲାଇନ । ଆଧାର ଅପଡେଟ୍ କରିବାକୁ କେଉଁଠି ଠେଲାପେଲା ତ’ ଆଉ କେଉଁଠି ରାତିରୁ ଧାଡ଼ିରେ ଚପଲ ନହେଲେ ଛତା ।

ଅଦ୍ୟତନ ହୋଇଛି
undefined

Aadhar Update

Advertisment

କାମାକ୍ଷାନଗରରୁ କୋରାପୁଟ, ଭଞ୍ଜନଗରରୁ ନୀଳଗିରି । କେଉଁଠି ଆଧାର ଅପଡେଟ୍ କରିବା ପାଇଁ ଜନସେବା କେନ୍ଦ୍ର ଆଗରେ ଠେଲାପେଲା ସ୍ଥିତି ତ’ କେଉଁଠି ସୂର୍ଯ୍ୟୋଦୟ ପୂର୍ବରୁ ଲାଇନରେ ଚପଲ ଆଉ ଛତା । କେଉଁଠି ଦିବ୍ୟାଙ୍ଗ ଛୁଆକୁ ଧରି ମାଆ ଲାଇନ ଲଗାଇଛି ତ’ ଆଉ କେଉଁଠି ରାତିଅଧରୁ ଜନସେବା କେନ୍ଦ୍ର ସାମ୍ନାରେ ଲୋକଙ୍କ ଧାଡ଼ି ଲମ୍ବୁଛି । ସୁଭଦ୍ରା ଯୋଜନାରେ ଆସନ୍ତାକାଲିଠୁ ଫର୍ମ ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଏଥିଲାଗି ଆଧାର ଅଥଣ୍ଟିକେସନ୍ ଦରକାର ହେଉଛି । ଆଉ ସେଥିପାଇଁ ଉଣା ଅଧିକ ସବୁ ସ୍ଥାନରେ ଏଇ ସମାନ ସ୍ଥିତି ।

Advertisment

ଖାଲି ସେତିକି ନୁହେଁ, ସୁଭଦ୍ରା ଆଶାୟୀଙ୍କ ଭିଡ଼ର ଫାଇଦା ଉଠାଇ କେତେକ ଜନସେବା କେନ୍ଦ୍ର ମାଲିକ ଅର୍ଥ ଶୋଷଣ କରୁଥିବା ଅଭିଯୋଗ ହୋଇଛି। ଏଇ ଯେମିତି ଭଦ୍ରକ ବାସୁଦେବପୁର ବ୍ଲକ୍ ରଥପଦାର ମାହେଶ୍ବରୀ କମନ୍ ସର୍ଭିସ୍ ସେଣ୍ଟର । ସରକାରଙ୍କ ନିୟମ ଅନୁସାରେ, ନୂଆ ଆଧାର ତିଆରି ସଂପୂର୍ଣ୍ଣ ମାଗଣା ହୋଇଥିବା ବେଳେ ଆଧାର ସଂଶୋଧନ ପାଇଁ ୫୦ ଟଙ୍କା ଦେୟ ବ୍ୟବସ୍ଥା ହୋଇଛି। କିନ୍ତୁ ଏହି କେନ୍ଦ୍ରର ମାଲିକ ଲୋକଙ୍କଠାରୁ ଆଧାର ଅପଡେଟ୍ କରାଇଦେବାକୁ ୨୦୦ରୁ ୨୫୦ ଟଙ୍କା ନେଉଥିବା ଅଭିଯୋଗ ଆସିଛି । ହେଲେ ସେଣ୍ଟର ମାଲିକଙ୍କ କହିବା କଥା, ସେ ବାହାରୁ ଲୋକ ଭଡ଼ାରେ ଆଣି ଘରୋଇ ସଂସ୍ଥା ଭାବେ ଆଧାର ଅପଡେଟ୍ କରାଉଛନ୍ତି । ସେଥିପାଇଁ ଅଧିକ ଦେୟ ନେଉଛନ୍ତି ।

ଏପଟେ ଜନସେବା କେନ୍ଦ୍ର ପ୍ରଶାସନ ଓଡ଼ିଶା ମୁଖ୍ୟ କହିଛନ୍ତି, ମୋବାଇଲ୍ ନମ୍ବର, ବାୟୋମେଟ୍ରିକ ବା ଟିପ ଚିହ୍ନ, ମୁହଁ ଚିହ୍ନଟ ଓ ଆଖିଡୋଳା ଚିହ୍ନଟ ଭଳି ୪ଟି ମୋଡରେ ହୋଇପାରିବ ସୁଭଦ୍ରା ଯୋଜନା ଆଧାର ଅଥେଣ୍ଟିକେସନ । ଏ ଭିତରୁ କୌଣସି ଗୋଟିଏ ମାଧ୍ୟମରେ ଆବେଦନକାରୀଙ୍କ ଆଧାର ଅଥେଣ୍ଟିକେସନ ହୋଇପାରୁଛି, ତେବେ ଆଧାର ଅପଡେଟ୍ ପାଇଁ ଏବେ ଲାଇନ ଲଗାଇବାର କୌଣସି ଆବଶ୍ୟକତା ନାହିଁ । ଅନ୍ୟପକ୍ଷରେ ଯଦି କୌଣସି ଜନସେବା କେନ୍ଦ୍ର, ଆଧାର ଅପଡେଟ୍ ପାଇଁ ସରକାରଙ୍କ ଦ୍ବାରା ଧାର୍ଯ୍ୟ ଦରଠୁ ଅଧିକ ଅର୍ଥ ମାଗୁଛନ୍ତି, ଲୋକେ ୧୪୬୭୮ ହେଲଲାଇପ୍ ନମ୍ବରରେ ଅଭିଯୋଗ କରିପାରିବେ। ଏଭଳି କ୍ଷେତ୍ରରେ ଜନସେବା କେନ୍ଦ୍ର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

Advertisment

Aadhar Linking Subhadra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ