Advertisment

ଜଳ ଦେଉଛି କିଡନୀ ଯନ୍ତ୍ରଣା ! ଭେଣ୍ଡିଆ ପୁଅକୁ ଝୁରୁଛି ମାଆ...

କିଡନୀ ସମସ୍ୟା ପଛରେ ଦୂଷିତ ଭୂତଳ ପାନୀୟ ଜଳକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ।

Kidney Diseases

Kidney Diseases

Advertisment

ଗୋଟିଏ ଗାଁରେ ୨୫ରୁ ଅଧିକ କିଡନୀ ରୋଗାକ୍ରାନ୍ତ । ପିଲାଠୁ ବୁଢ଼ା, ଅନେକଙ୍କ କିଡନୀ ଖରାପ। ଅଭିଯୋଗ ହୋଇଛି, ଯେଉଁ ପାଣିକୁ ଜୀବନ କୁହାଯାଏ, ସେଇ ପାଣି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ଅନ୍ତର୍ଗତ ବେଗୁନିଆ ଗାଁ ପାଇଁ ଅଭିଶାପ ପାଲଟିଛି । ବାସନ୍ତୀ ଜେନାଙ୍କ ଆଖିରୁ ଲୁହ ଶୁଖୁନି । ୩ ମାସ ତଳେ କିଡନୀ ଫେଲ୍ ହେବା ଯୋଗୁଁ ପ୍ରାଣ ହରାଇଛନ୍ତି ୩୨ ବର୍ଷୀୟ ନାଗାର୍ଜୁନ ଜେନା। ଅକାଳରେ ରୋଜଗାରିଆ ପୁଅକୁ ହରାଇ ଭାଙ୍ଗି ପଡ଼ିଛି ବାସନ୍ତୀ।

Advertisment

ବେଗୁନିଆ ସହ ଆଖପାଖ ସଂଶାପାଳ, ତୁଟାପଡ଼ା, କୁମାର ଖାଲିଆ, ଝଡ଼ପଦା ଓ ସାହିଆଦି ଗାଁରେ ବି ଜଳ କାଳ ପାଲଟିଥିବା ଲୋକେ ଅଭିଯୋଗ କରିଛନ୍ତି। ବର୍ଷକ ଭିତରେ କିଡନୀ ରୋଗରେ ଏହି ସବୁ ଅଞ୍ଚଳର ୫ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ନଳକୂଅ ଓ ପାଇପ ପାଣିରେ ନାଲିପାଣି ବାହାରୁଥିବାରୁ ଅସନ୍ତୋଷ ତେଜୁଛି । ସେପଟେ ନୀଳଗିରି ବିଧାୟକ କହିଛନ୍ତି, ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ସରିଲେ, ଏହି ସମସ୍ୟାର ସମାଧାନ ହୋଇଯିବ ।

ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ଭାଲୁକାହୁଡ଼ିରେ ବି କିଡନୀ ରୋଗକୁ ନେଇ କୋକୁଆ ଭୟ। ଏହି ଆଦିବାସୀ ଗାଁରେ ଗତ କିଛି ବର୍ଷ ଭିତରେ କିଡନୀ ରୋଗରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଏବେବି ଗାଁରେ ପ୍ରାୟ ୫୦ ଜଣ ଅସୁସ୍ଥ ଅଛନ୍ତି। କାହାର ଗୋଡ଼ ଫୁଲିଯାଇଛି, ଚାଲିବାକୁ ଅସମର୍ଥ ଆଉ କିଏ ଏକପ୍ରକାର ଶଯ୍ୟାଶାୟୀ। ଏଠି ବି କିଡନୀ ସମସ୍ୟା ପଛରେ ଦୂଷିତ ଭୂତଳ ପାନୀୟ ଜଳକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ।

Advertisment

୭୦ ଆଦିବାସୀ ପରିବାର ରହୁଥିବା ଏହି ଗାଁରେ ୪ଟି ନଳକୂଳ ଥିବା ବେଳେ, ସବୁଠି ଅଧିକ ଆଇରନ ମାତ୍ରା ଥିବା ନାଲିପାଣି ବାହାରୁଛି ବୋଲି ଅଭିଯୋଗ ହୋଇଛି। ଗାଁ ନିକଟରେ ଶିଳ୍ପାଞ୍ଚଳ ଥିବାରୁ ଏଭଳି ହେଉଥିବା ସେମାନେ ଆଶଙ୍କା କରୁଛନ୍ତି । ତେବେ ଅର୍ଥାଭାବ କାରଣରୁ ସେମାନେ ଉପଯୁକ୍ତ ଚିକିତ୍ସାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳିଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ୨ଟି ପର୍ଯ୍ୟାୟରେ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିବା ବେଳେ, ସେଥିରେ ବି ଲୋକମାନେ କିଡନୀ ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି ।

Kidney Diseases
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ