ରାସ୍ତା ପାଲଟିଛି ମରଣଯନ୍ତା, ଲୋକେ ଭୋଗୁଛନ୍ତି ଯମ ଯନ୍ତ୍ରଣା

ସୁନାବେଡାରୁ ଡୁମୁରିପୁଟ ଦେଇ କୋରାପୁଟ ମାତ୍ର ୧୨ କିମି, ହେଲେ ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି ।

Road Problem

ରାସ୍ତା ସାରା ଖାଲ... ସେଥିରେ ଯାତାୟାତ କରୁଛି ଭାରୀ ଯାନ । କୋରାପୁଟର ୨୬ ନଂ ଜାତୀୟ ରାଜପଥରେ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ । ଏହି ରାସ୍ତା ଦେଇ ପଞ୍ଚାୟତ, ବ୍ଲକ, ପୌରପାଳିକା, ମେଡିକାଲ କଲେଜ ଓ ବିଭିନ୍ନ କାର୍ଯ୍ୟାଳୟକୁ ଲୋକେ ଯାଆଆସ କରନ୍ତି । ଅନେକ ଗାଡ଼ି ଛତିଶଗଡ ଓ ଆନ୍ଧ୍ର ପ୍ରଦେଶ ଆଦି ଅଞ୍ଚଳକୁ ମଧ୍ୟ ଯାଇଥାଏ । କିନ୍ତୁ ଗତ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ଏହି ରାସ୍ତା ସମସ୍ତଙ୍କ ପାଇଁ କାଳ ସାଜିଛି । ଖାଲଖମାରେ ଭର୍ତ୍ତି ଯୋଗୁ ସାଧାରଣ ଲୋକେ ଯାତାୟାତରେ ନାହିଁ ନଥିବାର ହଇରାଣ ହେଉଛନ୍ତି ।

ସୁନାବେଡାରୁ ଡୁମୁରିପୁଟ ଦେଇ କୋରାପୁଟ ମାତ୍ର ୧୨ କିମି, ହେଲେ ଏହି ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଛି । ବର୍ଷା ପାଣି ଜମିବାରୁ ଏବେ ଏଠାରେ ଅନେକ ଦୁର୍ଘଟଣା ଘଟୁଛି । ଏହାକୁ ନେଇ ବାରମ୍ୱାର ଅଭିଯୋଗ ହେବା ପରେ ଲାଣ୍ଡିଗୁଡ଼ା ସରକାରୀ ମହାବିଦ୍ୟାଳୟ ଛକରୁ ମୋହନପଡା ପର୍ଯ୍ୟନ୍ତ ପ୍ରାୟ ଦଶ କିଲୋମିଟରରୁ ଉର୍ଦ୍ଧ୍ୱ ରାସ୍ତା ପାଇଁ ଟେଣ୍ଡର ହୋଇଛି । କିନ୍ତୁ ଏଯାଏଁ ରାସ୍ତା କାମ ଆରମ୍ଭ ହୋଇପାରିନାହିଁ ।

ଏନେଇ ଆମେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ସୋମ୍ୟାର୍ଜିନି ସେଠିଙ୍କୁ ପଚାରିବାରୁ ସେ କହିଛନ୍ତି, ଏନେଇ ଟେଣ୍ଡର ହୋଇଛି । ଜିଲ୍ଲାପାଳ ମଧ୍ୟ ରାସ୍ତା କାମ ଆରମ୍ଭ ପାଇଁ ଆମକୁ ନିର୍ଦ୍ଦେଶ ଦେଇଛନ୍ତି । ଖରା ହେଲେ ମାଟି ପକାଇବା ଆରମ୍ଭ ହେବ ବୋଲି ସେ କହିଛନ୍ତି ।