Advertisment

ସୁଡ଼ଙ୍ଗ ଖୋଜିବ ASI, ଏପଟେ ମେଘନାଦ ଫାଟି ପାଣି ଝରିଲାଣି !

୩ ଦିନ ଯାଏ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ASI ପକ୍ଷରୁ ହେବ ସର୍ଭେ । ନିରୀକ୍ଷଣ ସମୟରେ ବନ୍ଦ ରହିବ ସାଧାରଣ ଦର୍ଶନ ।

Puri Srimandir

Puri Srimandir

Advertisment

ସରିଛି ପ୍ରାରମ୍ଭିକ ଯାଂଚ , ଆସନ୍ତାକାଲିଠୁ ପୁଣି ହେବ ବୈଷୟିକ ସର୍ଭେ ରତ୍ନଭଣ୍ଡାର ଭିତରେ ସୁଡଙ୍ଗ, ଗୁପ୍ତ ରାସ୍ତାର ସନ୍ଧାନ କରିବ ଟିମ୍ । ତନ୍ନ ତନ୍ନ କରି ହେବ ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍ ସର୍ଭେ । ସର୍ଭେ ରିପୋର୍ଟ ଆସିବା ପରେ ହେବ ମରାମତି, ଗଣତି ମଣତି । ଆସନ୍ତାକାଲିଠୁ ପୁଣିଥରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର।

Advertisment

ASI ର ବୈଷୟିକ ସର୍ଭେ ଟିମ୍ ତନ୍ନତନ୍ନ କରି ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର ସର୍ଭେ କରିବେ। ୩ ଦିନ ଧରି ଚାଲିବ ଏହି ସର୍ଭେ। ଆସନ୍ତା ୨୪ରୁ ଷୋଳପୂଜା ଆରମ୍ଭ ହେଉଥିବାରୁ ବାକି ଥିବା ସର୍ଭେ ଶେଷ କରିବାକୁ ASI ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏହାପରେ ଆସନ୍ତାକାଲିଠୁ ସର୍ଭେ ପାଇଁ ନିଷ୍ପତ୍ତି ହୋଇଛି। ରାଜ୍ୟସରକାରଙ୍କ SOP ମୁତାବକ ହେବ ନିରୀକ୍ଷଣ ପ୍ରକ୍ରିୟା। ତେଣେ ଯାଂଚ ବେଳେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ଶ୍ରୀମନ୍ଦିରର ସୁରକ୍ଷା କବଚ ମେଘନାଦ ପାଚେରୀରେ ଫାଟ। ଆନନ୍ଦବଜାର ଭିତରର ପାଣି ମେଘନାଦ ପାଚେରୀ ଦେଇ ବୋହୁଛି। ଫଳରେ କାନ୍ଥରେ ଶିଉଳି ଧରିଗଲାଣି। କିଛିଦିନ ହେଲାଣି ଲଙ୍ଗୁଳି ମଠ ସାମ୍ନା ମେଘନାଦ ପାଚେରୀରେ ଫାଟ ହୋଇ ପାଣି ଝରୁଥିବା ଦେଖିବାକୁ ମିଳିଛି। ଶୀଘ୍ର ଏହାର ବ୍ୟବସ୍ଥା କରାନଗଲେ ପାଚେରୀ ପ୍ରତି ବିପଦ ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏନେଇ ASI ସୁପରିନଟେଣ୍ଡେଣ୍ଟ କହିଛନ୍ତି, ମନ୍ଦିର ପ୍ରଶାସନ ସହ ବିସ୍ତୃତ ଆଲୋଚନା ପରେ ସମାଧାନ କରାଯିବ। ପ୍ରଶାସନ ଶୀଘ୍ର ଏସବୁ ଦିଗ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

Advertisment

Srimandir Lord Jagannath Ratnabhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ