Advertisment

ଆସିଲାଣି ବନ୍ୟାପାଣି, ଏଥର ମା’ ଭଟ୍ଟାରିକା ରହିବେ କେଉଁଠି ?

ଉପରମୁଣ୍ଡରେ ଦୁଇ ଦିନ ବର୍ଷା ଲାଗି ରହିଲେ ମନ୍ଦିର ଭିତରକୁ ପାଣି ପ୍ରବେଶ କରେ । ଫଳରେ ମା'ଙ୍କ ବିଜେ ପ୍ରତିମାକୁ ସ୍ଥାନାନ୍ତରିତ କରିଥାନ୍ତି ସେବାୟତ ।

ଅଦ୍ୟତନ ହୋଇଛି
Locals Demand Steps to Taken to Tackle Flood Situation in Maa Bhattarika Temple

Maa Bhattarika Temple

Advertisment

ଚାଲିଛି ମା'ଭଟ୍ଟାରିକାଙ୍କ ପୀଠର ରୂପାନ୍ତରୀକରଣ । ମନ୍ଦିରର ଉନ୍ନତି ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ବର୍ଷାଦିନ ପାଇଁ କାମରେ ତତ୍ପରତା ଦେଖିବାକୁ ମିଳିଥିବା ବେଳେ କିଭଳି ବିନା ସୁରକ୍ଷା ବ୍ୟବସ୍ଥାରେ ମନ୍ଦିର ପାର୍ଶ୍ଵସ୍ଥ ପାହାଡ଼ ଖୋଳା ଯାଇ କାର୍ଯ୍ୟ ହେଉଛି ଏବଂ ବନ୍ୟା ସମୟରେ ପୂଜା ପାଉଥିବା ମା'ଙ୍କ ଅସ୍ଥାୟୀ ପୂଜାଗୃହକୁ ଭାଙ୍ଗି ଦିଆଯାଇଛି ତାହା ସାଧାରଣ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Advertisment

ଉପରମୁଣ୍ଡରେ ଦୁଇ ଦିନ ବର୍ଷା ଲାଗି ରହିଲେ ମନ୍ଦିର ଭିତରକୁ ପାଣି ପ୍ରବେଶ କରେ । ଫଳରେ ମା'ଙ୍କ ବିଜେ ପ୍ରତିମାକୁ ସ୍ଥାନାନ୍ତରିତ କରିଥାନ୍ତି ସେବାୟତ । ହେଲେ ଏବେ ମା'ଙ୍କ ଅସ୍ଥାୟୀ ପୂଜାଗୃହକୁ ଭାଙ୍ଗି ଦେଇଥିବାରୁ ମା’ଙ୍କ ବିଜେ ପ୍ରତିମାକୁ କେଉଁଠିକୁ ସ୍ଥାନାନ୍ତରିତ କରିବେ ସେନେଇ ଚିନ୍ତାରେ ସେବାୟତ । ସେହିଭଳି ବିନା କୌଣସି ଅସ୍ଥାୟୀ ବାଡ଼ କରାନଯାଇ ମେସିନ ସାହାଯ୍ୟରେ ପାହାଡ଼ ଖୋଳାଯାଇ ନିର୍ମାଣ କାର୍ଯ୍ୟ ହେଉଥିବା ବେଳେ ଯଦି ବର୍ଷାରେ ପାହାଡ଼ରୁ ଅତଡ଼ା ଖସିବା ଭଳି ପଥର ଖସେ ଏବଂ ମନ୍ଦିର ବେଢ଼ାରେ କିଛି ଅଘଟଣ ଘଟେ ସେଥିପାଇଁ କିଏ ଉତ୍ତରଦାୟୀ ରହିବ ତାହା ସ୍ଥାନୀୟ ବୁଦ୍ଧିଜୀବି ମହଲରେ ପ୍ରଶ୍ନ ସୃଷ୍ଟି କରିଛି ।

ସବୁଠାରୁ ସଙ୍ଗୀନ ଅଭିଯୋଗ ଉକ୍ତ କାର୍ଯ୍ୟାଦେଶ କେଉଁ ସଂସ୍ଥା ନାମରେ ଅଛି, କେଉଁ ସଂସ୍ଥା କାର୍ଯ୍ୟ ହାତକୁ ନେଇଛନ୍ତି ଏବଂ କେତେଟଙ୍କା ବ୍ୟୟବରାଦ ହେଉଛି ଏନେଇ କୌଣସି ପ୍ରକାର ସୂଚନା ଫଳକ ମରାଯାଇନାହିଁ । ସ୍ଥାନୀୟ ଦେବୋତ୍ତର ଅଧିକାରୀ ତଥା ତହସିଲଦାର ଶାଶ୍ୱତ ରଞ୍ଜନ ଦାଶଙ୍କ ସହ ଯୋଗାଯୋଗ କରିବାରୁ ଘଟଣା ଉପରେ ନଜର ରଖିଥିବା ସେ କହିଛନ୍ତି । ଅନ୍ୟପଟେ ଭଟ୍ଟାରିକା ଉନ୍ନୟନ ପରିଷଦ ନାମରେ ଏକ ସଙ୍ଗଠନ ସେଠାରେ ଥିବା ବେଳେ ସେମାନଙ୍କ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଏନେଇ କୌଣସି ଦୃଷ୍ଟି ନଦେବା ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି ।

Advertisment

Flood Water Bhattarika Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ