Advertisment

Illegal Sand Mining: ବାଲି ମାଫିଆଙ୍କୁ ପାନେ ଚଖାଇଲେ ଗାଁ ଲୋକ, ବାଲି ଉଠାଣ ବେଳେ କଲେ ଏମିତି...

ବାଲି ମାଫିଆମାନେ ବେଆଇନ ଭାବେ ଲିଜ୍ ସୀମା ବାହାରକୁ ଯାଇ ନଦୀ ଭିତରେ ଯାଇ ବାଲି ଉଠାଉଥିବା ବେଳେ ଗ୍ରାମବାସୀ ଜେସିବିକୁ ଅଟକାଇବା ସହ ବାଲି ଉଠାଣ ବନ୍ଦ କରିଥିଲେ । ଉଦଳା ପୋଲିସ ସହିତ ମୟୂରଭଞ୍ଜ ମାଇନିଙ୍ଗ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି ।

ଅଦ୍ୟତନ ହୋଇଛି
Sand mafia

Sand mafia

Advertisment

ମୟୂରଭଞ୍ଜ ଜିଲ୍ଲାର ଉଦଳା ଥାନା ଅନ୍ତର୍ଗତ ଜୟପୁର ଘାଟରେ ବାଲିମାଫିଆମାନେ ଚୋରା ବାଲି ଉଠାଣ କରୁଥିବା ବେଳେ ଏହି ବେଆଇନ ବାଲି ଉଠାଣକୁ ବିରୋଧ କରି ବାଲି ମାଫିଆଙ୍କ ବିରୋଧରେ ଆକ୍ସନ ନେଇଛନ୍ତି ସ୍ଥାନୀୟ ଗ୍ରାମବାସୀ । ଲିଜ୍ ସୀମା ବାହାରକୁ ଯାଇ ନଦୀ ଭିତରେ ବାଲି ଉଠାଇବାରୁ ଜେସିବିକୁ ଅଟକାଇବା ସହ ପୋଲିସକୁ ଖବର ଦେଇଛନ୍ତି ସ୍ଥାନୀୟ ବାସିନ୍ଦା। 

Advertisment

ଅଧିକ ପଢ଼ନ୍ତୁ: ଇଏ ଋତୁକାଳୀନ ଦୁର୍ନୀତି; ଖରା ଶେଷରେ କାମ ଆରମ୍ଭ ହୁଏ, ବର୍ଷା ହେଲେ ଧୋଇଯାଏ

ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ନୂଆଗାଁ ନିଲାମ ଘାଟ ବାହାରକୁ ଯାଇ ଜୟପୁର ଘାଟରେ ଜେସିବି ପୂରାଇ ମାଫିଆ ବେଆଇନ ବାଲି ଉତ୍ତୋଳନ କରୁଥିବା ଅଭିଯୋଗ ଆସିବା ପରେ ଗତ କାଲି ଖଣି ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମାପଚୁପ ଆରମ୍ଭ କରିଛନ୍ତି। ଉଦଳା ପୋଲିସ ସହିତ ମୟୂରଭଞ୍ଜ ମାଇନିଙ୍ଗ ବିଭାଗ ଅଧିକାରୀ ପହଞ୍ଚି ମାପଚୁପ କରିଛନ୍ତି। କେଉଁ ଅଞ୍ଚଳରୁ କେତେ ବାଲି ମାଫିଆମାନେ ବେଆଇନ ଭାବେ ଉଠାଇଛନ୍ତି ତାହାର ମାପ କରାଯାଇଥିବା ବେଳେ, ନଦୀରେ ଜେସିବି ପୂରାଇ ବେନିୟମ ଭାବେ ବାଲି ଉତ୍ତୋଳନ କରୁଥିବାରୁ ଜେସିବିକୁ ଜବତ କରାଯାଇଛି। ଏହା ସହିତ ମାପଚୁପ ପରେ ଯଦି ଲିଜ ଏରିଆ ବାହାରେ ବାଲି ଉତ୍ତୋଳନ ହୋଇଥିବା ଜଣାପଡ଼ିବ, ତେବେ ତୁରନ୍ତ ଜରିମାନା ଆଦାୟ କରାଯିବ ବୋଲି କହିଛନ୍ତି ଖଣି ଅଧିକାରୀ।

Advertisment

ସୂଚନାଯୋଗ୍ୟ, ବାଲି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଚୋରା ବାଲି ଚାଲାଣକୁ ରୋକିବା ପାଇଁ ପ୍ରଶାସନ ବାଲି ମାଫିଆଙ୍କ ଉପରେ ଅନେକ କାର୍ଯ୍ୟାନୁଷ୍ଠାନ ନେଲେ ମଧ୍ୟ ବାଲି ମାଫିଆମାନଙ୍କ ଦୌରାତ୍ମ୍ୟ କମୁନାହିଁ । ନିକଟରେ ଚୋରା ବାଲି ଚାଲାଣକୁ ନେଇ ଚଢାଉ ପାଇଁ ଯିବା ବେଳେ କପ୍ତିପଦା ଅତିରିକ୍ତ ତହସିଲଦାର ଭୀମକାନ୍ତି ମାଝୀଙ୍କୁ ୧୦ରୁ ଅଧିକ ବାଲି ମାଫିଆ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ତାଙ୍କ ଗାଡିକୁ ଭାଙ୍ଗି ଚୁରମାର କରିଦେବା ସହ ତାଙ୍କୁ ମାଡ ମାରିଥିଲେ । ଏହି ଘଟଣାରେ ୯ ଜଣଙ୍କୁ ଗିରଫ କରାଗଲାଣି । ପୂର୍ବରୁ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ରବିବାର ଦୁଇ ଜଣ ଓ ସୋମବାର ଆଉ ଜଣଙ୍କୁ ଗିରଫ କରାଯାଇଛି ।

ଅଧିକ ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଘର ତିଆରି ପାଇଁ ୨ ଟ୍ରାକ୍ଟର୍ ବାଲି ଦେବେ ରାଜ୍ୟ ସରକାର

Advertisment

Mayurbhanj Sand Mafia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ