Advertisment

କଟକରେ 5-T କାମରେ ମହାଦୁର୍ନୀତି; ନିର୍ମାଣାଧୀନ ସ୍ପୋର୍ଟସ କଂପ୍ଲେକ୍ସରେ ବ୍ୟବହାର ହେଉଛି ପୁରୁଣା ସାମଗ୍ରୀ

କଟକ ମହାନଦୀ ପଠାରେ ବୋଷ ସ୍ପୋର୍ଟସ କପ୍ଲେକ୍ସ ଓ ଏସସିବି ସ୍ପୋର୍ଟସ କଂପ୍ଲେକ୍ସର ନିର୍ମାଣ ଶେଷ ପର୍ଯ୍ୟାୟରେ ଥିବାବେଳେ, ମହାଦୁର୍ନୀତିର ଅଭିଯୋଗ ଆଣିଛନ୍ତି କଟକ ବାସିନ୍ଦା ।

ଅଦ୍ୟତନ ହୋଇଛି
Sports Complex

Sports Complex

Advertisment

ନିର୍ମାଣ ନସରୁଣୁ ଆସିଲା ଦୁର୍ନୀତି ଅଭିଯୋଗ । କଟକ ମହାନଦୀ ପଠାରେ ନିର୍ମାଣଧୀନ ସ୍ପୋର୍ଟସ କମ୍ପ୍ଲେକ୍ସ କାମରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି । ଠିକାସଂସ୍ଥା ନୂଆ କାମରେ ପୁରୁଣା ସାମଗ୍ରୀର ଲଗାଉଥିବା ଅଭିଯୋଗ ହୋଇଛି । ନିର୍ମାଣ କାମକୁ ନେଇ କ୍ରୀଡାବିତ ଅସନ୍ତୋଷ ପ୍ରକାଶ କରିଥିବା ବେଳେ, ସିଏମସି ମେୟର କହିଛନ୍ତି ଘଟଣାର ତଦନ୍ତ କରାଯିବ।

Advertisment

କଟକରେ ଫାଇବ-ଟି କାମରେ ମହାଦୁର୍ନୀତି । ନୂଆ ନିର୍ମାଣରେ ବ୍ୟବହୃତ ପୁରୁଣା ଫେବର ବ୍ଲକ । କ୍ରିକେଟ ପଡ଼ିଆ ସାରା ଗୋଡିରେ ଭର୍ତ୍ତି ।କଟକ ମହାନଦୀ ପଠାରେ ବୋଷ ସ୍ପୋର୍ଟସ କପ୍ଲେକ୍ସ ଓ ଏସସିବି ସ୍ପୋର୍ଟସ କଂପ୍ଲେକ୍ସର ନିର୍ମାଣ ଶେଷ ପର୍ଯ୍ୟାୟରେ ଥିବାବେଳେ, ମହାଦୁର୍ନୀତିର ଅଭିଯୋଗ ଆଣିଛନ୍ତି କଟକ ବାସିନ୍ଦା । ନୂଆ ନିର୍ମାଣରେ ପୁରୁଣା ସାମଗ୍ରୀର ବ୍ୟବହାର କରୁଛି ଠିକା ସଂସ୍ଥା । ତାଳଦଣ୍ଡା କେନାଲ ରାସ୍ତାରେ ବ୍ୟବହୃତ ଫେବର ବ୍ଲକ ଆଣି ନିର୍ମାଣରେ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି । ପ୍ରାୟ ୧୨କୋଟି ଟଙ୍କାରେ ନିର୍ମାଣଧୀନ ଦୁଇ ସ୍ପୋର୍ଟସ କପ୍ଲେକ୍ସରେ ରହିଛି ୨ଟି କ୍ରିକେଟ ପଡ଼ିଆ, ୨ଟି ଫୁଟବଲ ପଡିଆ ଓ ଗୋଟିଏ ବାସ୍କେଟବଲ ଗ୍ରାଉଣ୍ଡ । ମାତ୍ର ପଡିଆ ସାରା ଗୋଡି ଭର୍ତ୍ତି ଥିବାରୁ ଏହା ଖେଳାଳିଙ୍କ କାମରେ ଆସିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଏପରକି ନିର୍ମାଣରେ ନଦୀ ପଠାରେ ପଡ଼ିଥିବା ବାଲି ଓ ମାଟି ବ୍ୟବହାର ହୋଇଥିବା ହୋଇଛି ଅଭିଯୋଗ ।

ଏସିସିବି ମେଡିକାଲ ସମ୍ପ୍ରସାରଣ ଯୋଗୁଁ ଏସିସିବି ମେଡିକାଲ କ୍ରିକେଟ ଗ୍ରାଉଣ୍ଡ ଓ ବୋଷ ଗ୍ରାଉଣ୍ଡ ସମ୍ପୂର୍ଣ୍ଣ ଉଚ୍ଛେଦ ହୋଇଥିଲା। ପରେ ତତକାଳୀନ ରାଜ୍ୟ ସରକାର ଦୁଇଟି ସ୍ପୋର୍ଟସ କମ୍ପେକ୍ସ ପାଇଁ ବ୍ୟୟବରାଦ କରିଥିଲେ। ମାତ୍ର ଏବେ ନିମ୍ନମାନର ନିର୍ମାଣ କାର୍ଯ୍ୟ ଅଭିଯୋଗ ଆଣି ଅସନ୍ତୋଷ ବ୍ୟକ୍ତ କରିଛନ୍ତି କ୍ରୀଡ଼ା ସଂଗଠକ । କହିଛନ୍ତି,  ଓସିଏ କିମ୍ୱା ଟେକନିକାଲ କମିଟି ଦ୍ବାରା ପଡିଆ ନିର୍ମାଣ କରାଯାଇଥିଲେ ଭଲ ହୋଇଥାନ୍ତା । ସେପଟେ ସିଏମସି ମେୟର କହିଛନ୍ତି, ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।

Advertisment

କଟକ ସ୍ପୋର୍ଟସ୍ କପ୍ଲେକ୍ସ ନିର୍ମାଣ କରୁଥିବା ଠିକା ସଂସ୍ଥା, ରାଜ୍ୟ ବିଭିନ୍ନ ସ୍ଥାନରେ ୫ଟି ଅଧିନରେ ସ୍ପୋର୍ଟସ କପ୍ଲେକ୍ସ ତିଆରି କରିଛି। ଏବେ କଟକର ନିର୍ମାଣ କାମ ଦେଖି ଅନ୍ୟାନ ସ୍ପୋର୍ଟସ କପ୍ଲେକ୍ସର ସ୍ଥାୟୀତ୍ବ ନେଇ ଆଶଙ୍କା ପ୍ରକାଶ କରିଛନ୍ତି କ୍ରୀଡ଼ାବିତ୍ ।

5T 5T Programme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ