Advertisment

ସେପ୍ଟେମ୍ବର ୨୪ ସୁଦ୍ଧା ରତ୍ନଭଣ୍ଡାର ସର୍ଭେ ସାରିବାକୁ ଚିଠି

ଆସନ୍ତା ୨୪ ପରଠୁ ଦଶହରା ଷୋଳ ପୂଜା ଓ କାର୍ତ୍ତିକ ମାସ ଆରମ୍ଭ ହେବ। ଶ୍ରୀଜିଉଙ୍କ ସ୍ବତନ୍ତ୍ର ନୀତିକାନ୍ତି ଚାଲିବ। ତେଣୁ ତାପୂର୍ବରୁ ବାକି ଥିବା ବୈଷୟିକ ସର୍ଭେ ସାରି ରିପୋର୍ଟ ଦାଖଲ କରିବାକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

ଅଦ୍ୟତନ ହୋଇଛି
Ratna Bhandar Survey To Be Held By September 24

Ratna Bhandar

Advertisment

ସେପ୍ଟେମ୍ବର ୨୪ ସୁଦ୍ଧା ରତ୍ନଭଣ୍ଡାରର ସମସ୍ତ ବୈଷୟିକ ସର୍ଭେ ସାରିବାକୁ ASI ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆସନ୍ତା ୨୪ ପରଠୁ ଦଶହରା ଷୋଳ ପୂଜା ଓ କାର୍ତ୍ତିକ ମାସ ଆରମ୍ଭ ହେବ। ଶ୍ରୀଜିଉଙ୍କ ସ୍ବତନ୍ତ୍ର ନୀତିକାନ୍ତି ଚାଲିବ। ତେଣୁ ତାପୂର୍ବରୁ ବାକି ଥିବା ବୈଷୟିକ ସର୍ଭେ ସାରି ରିପୋର୍ଟ ଦାଖଲ କରିବାକୁ ଚିଠି ଲେଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Advertisment

ସୂଚନା ଅନୁସାରେ ଗତକାଲି ଏଏସଆଇ ପକ୍ଷରୁ ରତ୍ନଭଣ୍ଡାର ବୈଷୟିକ ସର୍ଭେ କରାଯାଇଥିଲା। ଗତକାଲି ରତ୍ନ ଭଣ୍ଡାର ତଦାରଖ କରି ଫେରିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଥିଲେ । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଲେଜର ସ୍କାନିଂ ହୋଇଥିଲା । ଏଏସଆଇ ଏଡିଜି ଜାନ୍ ଭିଜ୍ ଶର୍ମାଙ୍କ ନେତୃତ୍ବରେ ୧୭ ଜଣିଆ ଟିମ୍ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ଲେଜର ସ୍କାନିଂ କରିଥିଲେ।

ଅଧିକ ପଢ଼ନ୍ତୁ: ଆନନ୍ଦ ବଜାରରେ ଭକ୍ତଙ୍କୁ ଆଉ ହେବନି ଅସୁବିଧା, ହେବେନି ଠକାମୀର ଶିକାର !

Advertisment

ରାଜ୍ୟ ସରକାରଙ୍କ ଏସଓପି ଅନୁସାରେ ଏଏସଆଇ ମରାମତି କାମ କରିବ। କାମ ଅଧା ଅଛି, ଟିମ୍ ପୁଣି ଆସିବ। ତେବେ ସୁଡ଼ଙ୍ଗ ଥିବା ନେଇ ସେଭଳି କୌଣସି ଲକ୍ଷଣ ଦେଖିପାରିଲୁନି ବୋଲି ASI ଏଡିଜି ସ୍ପଷ୍ଟ କରିଥିବାବେଳେ ଯାଞ୍ଚରେ କୌଣସି ନିର୍ଯାସରେ ପହଞ୍ଚି ପାରିଲୁନି ବୋଲି ସୂଚନା ଦେଇଥିଲେ । ଏହା ସହ କହିଛନ୍ତି ଯେ, ଆସନ୍ତା ୨୫ ତାରିଖ ଭିତରେ ରତ୍ନଭଣ୍ଡାର ସର୍ଭେ କାମ ସରିବ। କାରଣ ୨୫ ତାରିଖରୁ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହେଉଥିବାରୁ ଆଉ ସର୍ଭେ କାମ କରିହେବ ନାହିଁ।

Jagannath Temple Puri Srimandir Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ