Advertisment

ଭୁବନେଶ୍ୱର ଏୟାରପୋର୍ଟରେ ବାଘ ଆତଙ୍କ; ଖୋଜି ପାଉନି ବନବିଭାଗ

ଭୁବନେଶ୍ବର ବିମାନବନ୍ଦରରେ କଲରାପତରିଆ ବାଘ ଆତଙ୍କ। ବିମାନବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘ ବୁଲୁଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Leopard Spotted in Bhubaneswar

Leopard Spotted in Bhubaneswar

Advertisment

ଭୁବନେଶ୍ବର ବିମାନବନ୍ଦରରେ କଲରାପତରିଆ ବାଘ ଆତଙ୍କ। ବିମାନବନ୍ଦର ପରିସର ଡମ୍ପିଂ ୟାର୍ଡରେ ବାଘ ବୁଲୁଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଭୁବନେଶ୍ବର ଏୟାରପୋର୍ଟ ପାଖରେ ଥିବା ଡମ୍ପିଂୟାର୍ଡରେ କିଛି କର୍ମଚାରୀ କଲରାପତରିଆ ବାଘ ଭଳି ଏକ ଜନ୍ତୁ ବୁଲୁଥିବା ଦେଖିଥିଲେ। ଏନେଇ ସେମାନେ ଏୟାରପୋର୍ଟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା। ବାଘ ବୋଲି କୁହାଯାଉଥିବା ଜନ୍ତୁଟିକୁ ଠାବ କରିବାକୁ ଉଦ୍ୟମ ଚଳାଇଛି ବନ ବିଭାଗ।

Advertisment

ଡମ୍ପିଂ ୟାର୍ଡରେ ବାଘ ବୁଲୁଥିବା କୁହାଯାଉଛି। ଯଦିଓ ବାଘ ନା ଅନ୍ୟ କେଉଁ ଜନ୍ତୁ ତାହା ଏଯାଏ ସ୍ପଷ୍ଟ ହୋଇନି, ତେବେବି ଗଛ ଉପରେ ବସିଥିବାରୁ ଏହାକୁ କଲରାପତରିଆ ବାଘ ବୋଲି ସନ୍ଦେହ କରାଯାଉଛି। ବାଘକୁ ଠାବ କରିବାକୁ ବନ ବିଭାଗ ଓ ପୋଲିସ ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ। ଜନ୍ତୁଟିକୁ ଧରିବାକୁ କୁକୁଡା ଥୋପ ବି ଦେଇଛି ବନବିଭାଗ।ସେହିପରି ଯନ୍ତା, ପ୍ଲାଷ୍ଟିକ ଜାଲ ଓ ଅନ୍ୟାନ୍ୟ ଉପକରଣ ସହ ସଜାଗ ରହିଛି ଟିମ୍।

ବନବିଭାଗ ପକ୍ଷରୁ ୩ଟି ସ୍ବତନ୍ତ୍ର ଟିମ୍ ଆସି ଡମ୍ପିଂ ୟାର୍ଡ ପାଖରେ ଥିବା ଜଙ୍ଗଲରେ ଖୋଜାଖୋଜି ଚଳାଇଛନ୍ତି। ଜଙ୍ଗଲରେ କିଛି ପଗ୍ ମାର୍କ ଦେଖିବାକୁ ମିଳିଥିବାବେଳେ ବର୍ଷା ଯୋଗୁ ଏହା ଅସ୍ପଷ୍ଟ ହୋଇଯାଇଛି। ତେଣେ ଏହି ପଗ୍ ମାର୍କ ଗୁଡିକ ବିଲୁଆ ଭଳି ଜନ୍ତୁର ବୋଲି ଅନୁମାନ କରୁଛନ୍ତି ବନବିଭାଗର ଅଧିକାରୀ। ଦୀର୍ଘ ସମୟର ଖୋଳତାଡ ପରେବି ସ୍ପଷ୍ଟ ହୋଇପାରୁନି ଜନ୍ତୁଟି କଣ। ସେପଟେ ସ୍ଥାନୀୟ ଅଂଚଳରେ ଲୋକଙ୍କ ଭିତରେ ବାଘକୁ ନେଇ ଛନକା ପଶିଛି।

Advertisment

ଏହା ପୂର୍ବରୁ ଗତ ୨୦୧୯ ଫେବ୍ରୁଆରୀ ୨୦ ତାରିଖରେ ଏୟାରପୋର୍ଟ ଅଞ୍ଚଳରେ ଏକ କଲରାପତରିଆ ବାଘ ଦେଖାଯାଇଥିଲା। ସେତେବେଳେ ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ବନବିଭାଗ ।ଏହା ପୂର୍ବରୁ ଗତ ୨୦୧୯ ଫେବ୍ରୁଆରୀ ୨୦ ତାରିଖରେ ଏୟାରପୋର୍ଟ ଅଞ୍ଚଳରେ ଏକ କଲରାପତରିଆ ବାଘ ଦେଖାଯାଇଥିଲା। ସେତେବେଳେ ବାଘଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା ବନବିଭାଗ ।

Bhubaneswar Airport Leopard
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ