Advertisment

Kalinga Ghati Landslides: କଳିଙ୍ଗା ଘାଟିରେ ଭୟଙ୍କର ଭୂସ୍ଖଳନ ପରେ ପୁନରୁଦ୍ଧାର

କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ଠପ୍ ହୋଇଯାଇଛି। ଏନଏଚ୍ଆଇ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି।

Kalinga Ghati

Kalinga Ghati

Advertisment

କଳିଙ୍ଗା ଘାଟିରେ ଭୟଙ୍କର ଭୂସ୍ଖଳନ ପରେ ଆରମ୍ଭ ହୋଇଛି ପୁନରୁଦ୍ଧାର କାମ। କନ୍ଧମାଳ ଓ ଗଞ୍ଜାମ ମଧ୍ୟରେ ଯୋଗାଯୋଗ ଠପ୍ ଥିବା ବେଳେ ସଫେଇ କାର୍ଯ୍ୟ ଜାରି ରହିଛି। ରାସ୍ତା ଉପରେ ପଡିଥିବା ବଡ଼ ବଡ଼ ପଥର ଖଣ୍ଡକୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ହଟାଇବା ପରେ ମଧ୍ୟ ସମାଧାନର ବାଟ ଫିଟି ପାରିନି।

Advertisment

ପାହାଡ କଡରେ ଲମ୍ବି ଯାଇଥିବା ରାସ୍ତା ଧୋଇ ଯିବା ପରେ ତାକୁ ପୁନଃରୁଦ୍ଧାର କରିବା ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଅନ୍ୟପଟେ ଯୁଦ୍ଧକାଳୀନ ଭିତ୍ତିରେ ରାସ୍ତାକୁ ପୁନଃ ନିର୍ମାଣ ପାଇଁ ବିଭାଗର ବରିଷ୍ଠ ଯନ୍ତ୍ରୀ ଘଟଣା ସମ୍ପର୍କରେ ଏବେ ବି ଅନୁଧ୍ୟାନ ଚଳାଇଛନ୍ତି। କେବେ କଳିଙ୍ଗା ଘାଟିରେ ସ୍ବାଭାବିକ ହେବ ସ୍ଥିତି ଅନେଇ ବସିଛନ୍ତି କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାବାସୀ ।

ଏପଟେ ତୁରନ୍ତ ମରାମତି ପାଇଁ NHIର ଆରଓ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ । ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ଏବଂ କଳିଙ୍ଗା ଘାଟିର ସୁରକ୍ଷା ପାଇଁ ଯାହା ଆବଶ୍ୟକ ସେ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରି ସ୍ଥାୟୀ ନିର୍ମାଣ ପାଇଁ ଦାବି କରିବେ ବୋଲି କହିଛନ୍ତି ସାଂସଦ ।

Advertisment

Ganjam National Highway Landslides Kalinga Ghati Kandhamal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ