Advertisment

ବର୍ଷା ଅଭାବରୁ ଶୁଖିଲା ପଡ଼ିଛି ଡ୍ୟାମ୍, ୩ ଜିଲ୍ଲାରେ ସ୍ଥିତି ସଙ୍ଗିନ

ଶୁଖିଲା ପଡ଼ିଛି ଡ୍ୟାମ୍। ଶୁଖିଲା ପଡ଼ିଛି କେନାଲ। ଆଉ ଚାଷବାସ କାମ ବି ଆଗକୁ ବଢ଼ିପାରୁନି। ସ୍ବଳ୍ପ ବର୍ଷା ଏବଂ ବିଭିନ୍ନ ଡ୍ୟାମ୍ ପୋତି ହେବା ପରେ ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାରେ ଏବେ ଏଭଳି ସ୍ଥିତି।

ଅଦ୍ୟତନ ହୋଇଛି
Lack of Water in Canal haunts Farmers in Umerkote

Lack of Water in Canal

Advertisment

ବର୍ଷା ଅଭାବରୁ ଶୁଖିଲା ପଡ଼ିଛି ଡ୍ୟାମ୍। ଯେଉଁଠି ଦିନେ ଅକାତକାତ ପାଣି ଥିଲା ସେଠି ଏବେ ମାଟି ଦିଶୁଛି। ଫଳରେ ଚାଷବାସ ସହ ପିଇବା ପାଣି ପାଇଁ ବି ସମସ୍ୟା ଦେଖା ଦେଲାଣି। ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାରେ ଏଭଳି ସ୍ଥିତି ଏବେ ଚିନ୍ତାର ବିଷୟ ପାଲଟିଛି।

Advertisment

ଡ୍ୟାମ୍ ଶୁଖିଲା ପଡ଼ିଥିବାରୁ ଚାଷବାସ କାମ ବି ଆଗକୁ ବଢ଼ିପାରୁନି। ସ୍ବଳ୍ପ ବର୍ଷା ଏବଂ ବିଭିନ୍ନ ଡ୍ୟାମ୍ ପୋତି ହେବା ପରେ ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାରେ ଏବେ ଏଭଳି ସ୍ଥିତି। ମାଲକାନଗିରିର ସତୀଗୁଡ଼ା ଡ୍ୟାମ୍ ଚାଷ କାମ ସହ ମାଲକାନଗିରି ସହରକୁ ପାଣି ଯୋଗାଇଥାଏ । ମାତ୍ର ଏହା ଏବେ ମାଟିରେ ପୋତିହେବାକୁ ବସିଥିବା ବେଳେ ସହରରେ ଦେଖା ଦେଇଛି ପାଣି ସମସ୍ୟା।

ଅଧିକ ପଢ଼ନ୍ତୁ: ନିଦ ହଜାଇଛି ନିଅଣ୍ଟିଆ ବର୍ଷା, କେମିତି ହେବ ଫସଲ ଚିନ୍ତାରେ ଚାଷୀ

ଅନ୍ୟପଟେ ଡ୍ୟାମ୍ ଦାୟିତ୍ବରେ ଥିବା ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି ଚାଷ ପାଇଁ ଜଳ ଯୋଗାଇ ଦିଆଯାଉଛି। ତେବେ ପିଏଚଡିର ଇନ୍ ଟେକ୍ ୱାଲ୍ ଏବଂ ମୋଟର ସଫା ହେଉନଥିବାରୁ ପାନୀୟ ଜଳ ସମସ୍ୟା ଉପୁଜିଛି।ସେହିପରି ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବି ସମାନ ସ୍ଥିତି। ଡ୍ୟାମରେ ଜଳସ୍ତର ସଂପୂର୍ଣ୍ଣ ଖସି ଯାଇଥିବା ବେଳେ ଭଲ ବର୍ଷା ନହେଲେ ଚାଷକାମ ଓ ବିଦ୍ୟୁତ୍ ଉତ୍ପାଦନରେ ବାଧା ଉପୁଜିବା ଆଶଙ୍କା କରାଯାଉଛି।

Advertisment

ସେହିଭଳି କୋରାପୁଟ ଲମତାପୁଟସ୍ଥିତ ଜଲାପୁଟ ଜଳଭଣ୍ଡାରରେ ମଧ୍ୟ ଜଳାଭାବ ସ୍ଥିତି। ବର୍ଷା ଅଭାବରୁ ଶୁଖିଲା ପଡିଛି ମୁଖ୍ୟ ଜଳଭଣ୍ଡାର। ଫଳରେ ମାଛକୁଣ୍ଡ ବିଦ୍ୟୁତ୍ ପ୍ରକଳ୍ପର ୬ଟି ଟରବାଇନ ମଧ୍ୟରୁ ମାତ୍ର ୨ଟି ଟରବାଇନରୁ ଏବେ ବିଦ୍ୟୁତ୍ ଉତ୍ପାଦନ ହେଉଥିବା ଜଲାପୁଟ ଡ୍ୟାମ୍ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ କହିଛନ୍ତି।

ନବରଙ୍ଗପୁର ଉମରକୋଟ ଅଞ୍ଚଳରେ ପାଣି ଅଭାବରୁ ଅଧାରେ ଅଟକିଛି ଚାଷ କାମ। ତଳି ବୁଣା ସରିଛି, ମାତ୍ର ପାଣି ନଥିବାରୁ ଧାନ ରୁଆ ହୋଇପାରିନି। ଏଠାରେ ଥିବା ଭାସ୍କେଲ ଡ୍ୟାମ୍ ଶୁଖିଲା ପଡ଼ିଥିବା ବେଳେ ଡ୍ୟାମରୁ ବାହାରିଥିବା ଦୁଇଟି କେନାଲରେ ମଧ୍ୟ ପାଣି ନାହିଁ। ବର୍ଷା ଅଭାବ ଏବଂ ଡ୍ୟାମ୍ ପରିସର ସଙ୍କୁଚିତ ହେବାରୁ ଏଭଳି ସ୍ଥିତି ଉପୁଜିଛି। ଡ୍ୟାମ୍ ଖନନ କରାଗଲେ ବର୍ଷା ପାଣି ଗଚ୍ଛିତ କରାଯାଇ ପାରିବ ବୋଲି ଭାସ୍କେଲ ଡ୍ୟାମ୍ ସହକାରୀ ଯନ୍ତ୍ରୀ କହିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ଚାଷୀଙ୍କ ପାଇଁ ଖୁସି ଖବର; ୬ ତାରିଖରୁ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ...

Water Crisis Farmer Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ