Advertisment

Dead Body Shortage in Anatomy: ଆନାଟୋମି ବିଭାଗକୁ ଡେଡ୍ ବଡି ଅଭାବ, ପାଠପଢା ପାଇଁ ମିଳୁନି ପର୍ଯ୍ୟାପ୍ତ ମରଶରୀର

କୁହାଯାଏ ଡାକ୍ତରଙ୍କ ପ୍ରଥମ ଗୁରୁ ହେଉଛି ଶବ । କାରଣ, ମରଶରୀରକୁ ନେଇ ହିଁ ଆରମ୍ଭ ହୋଇଥାଏ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢା । ମଣିଷ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ, ଶିରା ପ୍ରଶିରା, ସ୍ନାୟୁ ବିଷୟରେ ୩୬୦ ଡିଗ୍ରୀ ଜ୍ଞାନ ପାଇଁ ମର ଶରୀରକୁ କାଟି ଅଧ୍ୟୟନ କରିବାକୁ ପଡିଥାଏ ।

ପଢ଼ିବାକୁ ମିଳୁନି ଡେଡ୍‌ବଡି

ପଢ଼ିବାକୁ ମିଳୁନି ଡେଡ୍‌ବଡି

Advertisment

ଆନାଟୋମି ବିଭାଗକୁ ଡେଡ୍ ବଡି ଅଭାବ। ରାଜ୍ୟରେ ମେଡିକାଲ୍ ଶିକ୍ଷା ପାଇଁ ଶରୀର ତତ୍ତ୍ବ ପଢିବାରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ମିଳୁନି ଆବଶ୍ୟକ ମରଶରୀର । ଅଜଣା ମରଶରୀର ପାଇଁ ଆଇନଗତ ପ୍ରକ୍ରିୟା ଥିବା ବେଳେ ସ୍ବଇଚ୍ଛାରେ ଶରୀର ଦାନ ପାଇଁ ରହିଛି ଇଚ୍ଛାର ଅଭାବ। ମେଡିକାଲ ପାଠପଢା ପାଇଁ କେଉଁଠୁ ଆସେ ମରଶରୀର, କିଭଳି ଦାନ କରାଯାଏ। ବର୍ତ୍ତମାନ ଯେତିକି ମିଳୁଛି, ତାହା କ’ଣ ଯଥେଷ୍ଟ ?

Advertisment

ଆନାଟୋମି ବିଭାଗରେ ଡେଡ୍ ବଡି ଅଭାବ । ପାଠପଢା ପାଇଁ ମିଳୁନି ପର୍ଯ୍ୟାପ୍ତ ମରଶରୀର । ନ୍ୟାସନାଲ୍ ମେଡିକାଲ କମିଶନ ନିୟମ ଅନୁସାରେ ମେଡିକାଲ କଲେଜ ଆନାଟୋମି ବିଭାଗରେ ପାଠପଢା ପାଇଁ ପ୍ରତି ୧୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକ ଗୋଟିଏ ମରଶରୀର । ଏହା କେବଳ ପ୍ରଥମ ବର୍ଷ ମେଡିକାଲ ଛାତ୍ରଛାତ୍ରୀଙ୍କ ଲାଗି ଦରକାର । ଏବେ ରାଜ୍ୟର ସରକାରୀ ମେଡିକାଲ କଲେଜ ଗୁଡିକରେ ରହିଛି ୧୬୦୦ ସିଟ୍ । ସେହି ହିସାବରେ ପ୍ରତି ବର୍ଷ ରାଜ୍ୟରେ ପିଲାଙ୍କ ପାଠପଢା ପାଇଁ ଆବଶ୍ୟକ ୧୬୦ ମରଶରୀର। ହେଲେ ମିଳିପାରୁନି ଆବଶ୍ୟକ ଡେଡ୍‌ ବଡି ।

ଅଧିକ ପଢ଼ନ୍ତୁ: ଲୁଚକାଳି ଖେଳୁଛି ମୌସୁମୀ, ୫ଦିନ ଯାଏଁ ତାତିରୁ ନିସ୍ତାର ନାହିଁ

କୁହାଯାଏ ଡାକ୍ତରଙ୍କ ପ୍ରଥମ ଗୁରୁ ହେଉଛି ଶବ । କାରଣ, ମରଶରୀରକୁ ନେଇ ହିଁ ଆରମ୍ଭ ହୋଇଥାଏ ମେଡିକାଲ ଛାତ୍ରଛାତ୍ରୀଙ୍କ ପାଠପଢା । ମଣିଷ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ, ଶିରା ପ୍ରଶିରା, ସ୍ନାୟୁ ବିଷୟରେ ୩୬୦ ଡିଗ୍ରୀ ଜ୍ଞାନ ପାଇଁ ମର ଶରୀରକୁ କାଟି ଅଧ୍ୟୟନ କରିବାକୁ ପଡିଥାଏ । ଏଥିପାଇଁ ଡେଡବଡିର ଆବଶ୍ୟକତା ରହିଥିବା ବେଳେ ପାଠପଢା ପାଇଁ ନିଜ ଶରୀର ଦାନ କରିବା ଇଛୁକଙ୍କ ସଂଖ୍ୟା ବହୁତ କମ୍ । ବ୍ରହ୍ମପୁର ଏମକେସିଜି ମେଡିକାଲ୍ କଲେଜରେ ପ୍ରଥମଥର ପାଇଁ ୨୦୧୩ରେ ଶରୀର ଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୧୨ ବର୍ଷ ଭିତରେ ମାତ୍ର ୨୬ଟି ମରଶରୀର ଦାନ ଆକାରରେ ମିଳିପାରିଛି । ଅଙ୍ଗ ଦାନ ଭଳି ଶରୀର ଦାନ କ୍ଷେତ୍ରରେ ବି ପ୍ରକ୍ରିୟାକୁ ଆଉ ଟିକେ ସରଳ ଏବଂ ସ୍ବୀକୃତି ଦିଆଗଲେ ସଂଖ୍ୟା ବଢିପାରିବ ବୋଲି କହିଛନ୍ତି, ଏମକେସିଜି ଆନାଟୋମି ବିଭାଗ ମୁଖ୍ୟ ।

Advertisment

ତେବେ ଧିରେ ଧିରେ ଲୋକଙ୍କ ଭିତରେ ସଚେତନତା ବଢୁଛି ଏବଂ ଶରୀର ଦାନ ପାଇଁ ଇଛା ବି ବଢିଛି। ମେଡିକାଲ ପାଠପଢାରେ ଆବଶ୍ୟକତାକୁ ଅନୁଭବ କରି ଅନେକ ସ୍ବଇଛାରେ ଶରୀର ଦାନ କରିବାକୁ ଆଗେଇ ଆସିଛନ୍ତି । ଏଇ ଯେମିତି, ବ୍ରହ୍ମପୁରର ଅଳି କିଶୋର ପଟ୍ଟନାୟକ ଏବଂ ଭାଲଚନ୍ଦ୍ର ଷଡଙ୍ଗୀ। ପତ୍ନୀ କୁସୁମ ମଞ୍ଜରୀଙ୍କ ଦେହାନ୍ତ ପରେ ପାର୍ଥିବ ଶରୀରକୁ ଏମକେସିଜିକୁ ଦାନ କରିଦେଇଛନ୍ତି ଅଳିକିଶୋର । ଭାଲଚନ୍ଦ୍ର ଷଡଙ୍ଗୀ ବି ତାଙ୍କ ବାପା, ସ୍ତ୍ରୀ ଏବଂ ନିଜ ଶରୀରକୁ ଦାନ କରିବାକୁ ମେଡିକାଲକୁ ଜଣାଇସାରିଛନ୍ତି । ଗତ ୨୮ ତାରିଖରେ ବରିଷ୍ଠ ଭେଷଜ ବିଶେଷଜ୍ଞ ପ୍ରଫେସର ପ୍ରଫୁଲ୍ଲ ସାହୁଙ୍କ ମରଶରୀର ବି ଏମକେସିଜିକୁ ଦାନ କରିଛନ୍ତି ସମ୍ପର୍କୀୟ ।

ଦୁଇଟି ପ୍ରକ୍ରିୟାରେ ମେଡିକାଲ କଲେଜକୁ ମିଳିଥାଏ ମରଶରୀର। ଗୋଟିଏ ଦୁର୍ଘଟଣାର ଶିକାର କିମ୍ବା ଅଚିହ୍ନା ମୃତଦେହ ଏବଂ ଅନ୍ୟଟି ସ୍ବଇଛାରେ। ଅଜଣା ବ୍ୟକ୍ତିର ମୃତଦେହ ମେଡିକାଲକୁ ମିଳିବା ପ୍ରକ୍ରିୟା ଟିକେ ଲମ୍ବା। ଏଥିପାଇଁ ବହୁତ ସମୟ ଲାଗେ ଏବଂ ଆଇନଗତ ପ୍ରକ୍ରିୟା ବି। ତେବେ ଜଣେ ଚାହିଁଲେ ଅତି ସହଜରେ ନିଜ ଶରୀରକୁ ମୃତ୍ୟୁ ପରେ ଦାନ କରିପାରିବ। ତେବେ ଏଥିପାଇଁ ଦରକାର ଇଛା ଶକ୍ତି ଏବଂ ସଚେତନତା।

Advertisment

ଅଧିକ ପଢ଼ନ୍ତୁ: ବିଲ୍ଡର ସସ୍ମିତ ବିଶ୍ୱାଳ ହତ୍ୟା ମାମଲା: ୨ ମାସ ପରେ ଅଭିଯୁକ୍ତ କହୁଛି ହତ୍ୟା କାହାଣୀ

Odisha Dead Body Medical Student
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ