/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730639817.jpg)
LAccMI Bus Driver
ଲକ୍ଷ୍ମୀ ବସ୍ ଡ୍ରାଇଭର ଓ କଣ୍ଡକ୍ଟରକୁ ନିସ୍ତୁକ ମାଡ଼ । ଦୁର୍ଘଟଣାକୁ ନେଇ ବିଚ୍ ରାସ୍ତାରେ ଆକ୍ରମଣ । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ମହୁଲିଆ ପଞ୍ଚାୟତ କଣି ଛକରେ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଆକ୍ରମଣ ହୋଇଛି । କଣି ଛକରେ ଲକ୍ଷ୍ମୀ ବସ୍ ଓ ଟ୍ରକ୍ ଭିତରେ ଧକ୍କା ହୋଇଥିଲା । ଏହାକୁ କେନ୍ଦ୍ର କରି ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ମାଡ଼ ମାରିଥିଲେ ଉତ୍ୟକ୍ତ ଲୋକ ।
ଗୁରୁତର ଡ୍ରାଇଭର ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ଦୁର୍ଘଟଣାରେ କାହାର ତ୍ରୁଟି ସ୍ପଷ୍ଟ ହୋଇନି । ଏନେଇ ଥାନାରେ ବି ଅଭିଯୋଗ ହୋଇଛି । ଡ୍ରାଇଭର କହିଛନ୍ତି, ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଲକ୍ଷ୍ମୀ ବସକୁ ଧକ୍କା ଦେଇଥିଲା । ଏସମ୍ପର୍କରେ ପଚାରିବାରୁ କିଛି ଦୂରରେ ସେମାନଙ୍କୁ ଅଟକାଇ ମାଡ଼ ମାରିଥିଲେ କିଛି ଲୋକ । ସେପଟେ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ନାଁରେ ପାଲଟା ଅଭିଯୋଗ କରିଛନ୍ତି ଟ୍ରକ୍ ମାଲିକ ।
ସେପଟେ ଲଘୁ ଖଣିଜ ପରିବହନ କରୁଥିବା ଟ୍ରକ ମାଲିକ ସଂଘର କଡ଼ା ଚେତାବନୀ । ୯ ତାରିଖ ସୁଦ୍ଧା ବାଲି ପରିବହନ ସମସ୍ୟା ସମେତ ଲଘୁ ଖଣିଜ ପରିବହନ ନେଇ ଥିବା ୧୧ ଦଫା ଦାବି ପୂରଣ କରିବାକୁ ଡେଡଲାଇନ ଦେଇଛନ୍ତି । ଦାବି ପୂରଣ ନହେଲେ ୧୦ ତାରିଖରୁ ପରିବହନ ବନ୍ଦ କରିବାକୁ ଚେତେଇ ଦେଇଛି ଟ୍ରକ ମାଲିକ ସଂଘ ।
ଖୋର୍ଦ୍ଧା ଟ୍ରକ ମାଲିକ ସଂଘ ଆହ୍ୱାନରେ ୧୦ ଜିଲ୍ଲାର ୧୫ ଟ୍ରକ ମାଲିକ ସଂଘର ମିଳିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ୯ ତାରିଖ ଭିତରେ ଦାବି ପୂରଣ ନହେଲେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଚକା ବନ୍ଦ ଆନ୍ଦୋଳନ କରିବେ । ଏଥିରେ ସାମିଲ ହେବେ ୫ହଜାରରୁ ଅଧିକ ଟ୍ରକ । ସେମାନେ ଦାବି କରିଛନ୍ତି, ନଦୀ ବାଲି ପରିବହନ କ୍ଷେତ୍ରରେ ସୁବ୍ୟବସ୍ଥା ନ ଥିବାରୁ ଅନେକ ସମୟରେ ଟ୍ରକ ମାଲିକମାନେ ପରିବହନ ବିଭାଗ ଓ ଲଘୁ ଖଣିଜ ବିଭାଗ ଅଧିକାରୀଙ୍କ ଦ୍ୱାରା ଅଯଥା ଜରିମାନା ତଥା ଶୋଷଣର ଶିକାର ହେଉଛନ୍ତି । ସରକାରଙ୍କୁ ବାରମ୍ବାର ଅବଗତ କରାଇବା ସତ୍ତ୍ୱେ କୌଣସି ସୁଫଳ ମିଳିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)