Advertisment

କଲିଜା ଥରାଇ ଦେଇଛି କୋଲକାତା କାଣ୍ଡ; ଓଡ଼ିଶାରେ ବି ଅସୁରକ୍ଷିତ ମଣୁଛନ୍ତି ମହିଳା ଡାକ୍ତର

ନିଜ ଛାଇକୁ ଦେଖିଲେ ଛନକା ପଶୁଛି । ନିଛାଟିଆ ଜାଗାରେ ଅଣନିଶ୍ବାସୀ ଲାଗୁଛି। ମହିଳା ଡାକ୍ତର ଓ ଡାକ୍ତରୀ ଛାତ୍ରୀଙ୍କ କଲିଜା ଥରାଇ ଦେଇଛି କୋଲକାତା 'ଅଭୟା' କାଣ୍ଡ।

ଅଦ୍ୟତନ ହୋଇଛି
undefined

Kolkata rape-murder case

Advertisment

କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ନିଜ କର୍ମକ୍ଷେତ୍ରରେ ପ୍ରତି ସ୍ଥାନରେ ପ୍ରତି ମୁହୂର୍ତ୍ତରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ । ଏମିତିକି ସେମାନଙ୍କ ପରିବାର ଲୋକେ ମଧ୍ୟ ଚିନ୍ତାରେ ରହୁଛନ୍ତି। ଓଟିଭି କ୍ୟାମେରା ଆଗରେ ଏଭଳି ଆଶଙ୍କା ବ୍ୟକ୍ତ କରିଛନ୍ତି କୋଲକତା ଲଜ୍ଜା ପ୍ରତିବାଦରେ ସାରା ରାଜ୍ୟରେ ଆନ୍ଦୋଳନରତ ମହିଳା ଡାକ୍ତର ଓ ଡାକ୍ତରୀ ଛାତ୍ରୀ। ସେପଟେ ଆଜି IMA ପକ୍ଷରୁ ଦେଶବ୍ୟାପୀ ଧର୍ମଘଟ ପାଳନ ହେଉଥିବା ବେଳେ, ଏହାଦ୍ବାରା ରାଜ୍ୟରେ ବି ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । 

Advertisment

ନିଜ ଛାଇକୁ ଦେଖିଲେ ଛନକା ପଶୁଛି । ନିଛାଟିଆ ଜାଗାରେ ଅଣନିଶ୍ବାସୀ ଲାଗୁଛି। ମହିଳା ଡାକ୍ତର ଓ ଡାକ୍ତରୀ ଛାତ୍ରୀଙ୍କ କଲିଜା ଥରାଇ ଦେଇଛି କୋଲକାତା 'ଅଭୟା' କାଣ୍ଡ। ଭୟଭୀତ, ଆତଙ୍କିତ, ଅସୁରକ୍ଷିତ ମନେ କରୁଛନ୍ତି ସେମାନେ। କହୁଛନ୍ତି, ଯେଉଁଠି ସୁରକ୍ଷାକୁ ନେଇ ମନରେ ଶଙ୍କା ଆସୁଛି, ସେଠି ସେବା ଯୋଗାଇବୁ କେମିତି ?  ଏମ୍ସ, ଏସ୍‌ସିବି, ଏମ୍‌କେସିଜିରୁ ବୁର୍ଲା ଭିମସାର ଓ କ୍ୟାପିଟାଲ ହସ୍ପିଟାଲ । ଓଡ଼ିଶାର ପ୍ରମୁଖ ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକରେ ବି ମହିଳା ଡାକ୍ତରମାନେ ଡ୍ୟୁଟି ବେଳେ ନିଜକୁ ଅସୁରକ୍ଷିତ ମଣୁଥିବା ଖୋଲାଖୋଲି କହିଛନ୍ତି। 

ସେମାନଙ୍କୁ କେତେବେଳେ ଲଗାତାର ୧୨ ଘଣ୍ଟାରୁ ଅଧିକ ସମୟ ଡ୍ୟୁଟି କରିବାକୁ ପଡ଼ୁଛି, ତ କେତେବେଳେ ଏକାକୀ ରାତି ଡ୍ୟୁଟିରେ ରୋଗୀ ଦେଖିବାକୁ ପଡ଼ୁଛି। ହେଲେ କେଉଁଠି ସ୍ବତନ୍ତ୍ର ରୁମ୍ ଓ ୱାଶରୁମ ନାହିଁ, ତ କେଉଁଠି ନାହିଁ ପର୍ଯ୍ୟାପ୍ତ ସିସିଟିଭି କ୍ୟାମେରା କି ନାହିଁ ସିକ୍ୟୁରିଟି ଗାର୍ଡ। ତେଣୁ କେବଳ ମହିଳା ଡାକ୍ତର ନୁହଁନ୍ତି, ସେମାନଙ୍କ ଘରଲୋକ ମଧ୍ୟ କୋଲକାତା କାଣ୍ଡ ପରେ ଚିନ୍ତିତ ରହୁଥିବା ସେମାନେ ଜଣାଇଛନ୍ତି। ତା ଛଡ଼ା, କେବଳ ମହିଳାଙ୍କ ପ୍ରତି ଅସଦାଚରଣ କି ଦୁଷ୍କର୍ମ ଆଶଙ୍କା ନୁହେଁ, କର୍ମସ୍ଥଳୀରେ ପୁରୁଷ ଡାକ୍ତରମାନେ ବି ବିଭିନ୍ନ ସମୟରେ ରୋଗୀଙ୍କ ସଂପର୍କୀୟ ଦ୍ବାରା ଆକ୍ରମଣର ଶିକାର ହେଉଥିବାରୁ, ସେଣ୍ଟ୍ରାଲ ପ୍ରୋଟେକ୍ସନ ଆକ୍ଟର ଦାବି ଜୋର୍ ଧରିଛି।

Advertisment

ଏପଟେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍-IMAର ୨୪ ଘଣ୍ଟିଆ ଧର୍ମଘଟ ଡାକରା ପାଇଁ ପ୍ରଭାବିତ ହୋଇଛି ରୋଗୀ ସେବା। ପ୍ରଫେସର, ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀମାନେ କେବଳ ଏମର୍ଜେନ୍ସି ବ୍ୟତୀତ ବାକି ସବୁ ବିଭାଗ- ଯେମିତିକି ଓପିଡି, ଓଟି ଓ ଲ୍ୟାବ୍ ସେବା ଆଦି ବୟକଟ୍ କରିଛନ୍ତି। କୋଲକାତା ପୀଡ଼ିତାଙ୍କୁ ନ୍ୟାୟ ଏବଂ ଘଟଣାର ନିରପେକ୍ଷ ତଦନ୍ତ ସହ ଡାକ୍ତରଙ୍କ ସୁରକ୍ଷା ପାଇଁ ସେଣ୍ଟ୍ରାଲ୍ ପ୍ରୋଟେକ୍ସନ ଆକ୍ଟ ଲାଗୁ କରିବାକୁ ଦାବି ହୋଇଛି। ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ବାରିପଦା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ସହ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଡାକ୍ତରମାନେ। 

ଆସନ୍ତାକାଲି ସକାଳ ୬ଟା ଯାଏଁ ଏହି ଧର୍ମଘଟ ଜାରି ରହିବାକୁ ଥିବା ବେଳେ, ଏସସିବି ଅଧୀକ୍ଷକ କହିଛନ୍ତି, ରୋଗୀ ସେବା ପ୍ରଭାବିତ ନ ହେବା ଲାଗି ସବୁ ସିନିୟର ଡାକ୍ତର ଓ ଫାକଲ୍ଟିଙ୍କ ଛୁଟି ବାତିଲ କରାଯାଇଛି। ସେହିପରି ଭିମସାରରେ ମଧ୍ୟ ସବୁ ଡାକ୍ତର ଓ ମେଡିକାଲ ଷ୍ଟାଫଙ୍କ ଛୁଟି ବାତିଲ୍ କରାଯାଇଛି। ସେପଟେ DMET ନିର୍ଦ୍ଦେଶକ କହିଛନ୍ତି, OPD ବନ୍ଦ ଯୋଗୁଁ ରୋଗୀସେବା ପ୍ରଭାବିତ ହୋଇଥିଲେ ମଧ୍ୟ ମେଡିକାଲ କଲେଜ ଶିକ୍ଷକ ସଂଘ- OMTA କୌଣସି ଷ୍ଟ୍ରାଇକ ନୋଟିସ ଦେଇନି। ତେଣୁ ସେମାନେ କାର୍ଯ୍ୟ କରୁଛନ୍ତି ।

Advertisment

ସେପଟେ କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ତନାଘନା ଜାରି ରଖିଛି ସିବିଆଇ । RG କର୍ ମେଡିକାଲ କଲେଜର ତତ୍କାଳୀନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗତକାଲି ପରେ ଆଜି ପୁଣି ମାରାଥନ ଜେରା ହୋଇଛି। ସେପଟେ ଆଜି ୨୪ ଘଣ୍ଟା ହରତାଳ ଭିତରେ ଦିଲ୍ଲୀରେ ବିଭିନ୍ନ ଡାକ୍ତର ସଂଘକୁ ଭେଟିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅଧିକାରୀ। ଡାକ୍ତରମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଏକ କମିଟି ଗଠନ କରିବାକୁ ମନ୍ତ୍ରାଳୟ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ସହିତ, ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଅନୁରୋଧ କରାଯାଇଛି।

Murder Case Doctors
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ