ରାଜାଙ୍କ ସଂକଳ୍ପ ଗୁଆରେ ଆରମ୍ଭ ହୁଏ ମା’ଙ୍କ ପୂଜା

ରାଜବାଟିରୁ ରାଜାଙ୍କ ସଂକଳ୍ପ ଗୁଆରେ ଆରମ୍ଭ ହୁଏ ମା’ଙ୍କ ପୂଜା । ଦୁଇ ଶକ୍ତି ପୀଠର ଘଟ ପାଣିକୁ ମିଶାଇ ରାଜସିକ ପୂଜା ହୁଏ । ନୀଳଗିରିର ଦୁଇ ପ୍ରମୁଖ ଶକ୍ତିପୀଠ... ମା’ ଭୁଦାର ଚଣ୍ଡୀ... ମା’ କନକ ଦୁର୍ଗା ।

Nilagiri Shakti Pitha

ରାଜବାଟିରୁ ରାଜାଙ୍କ ସଂକଳ୍ପ ଗୁଆରେ ଆରମ୍ଭ ହୁଏ ମା’ଙ୍କ ପୂଜା । ଦୁଇ ଶକ୍ତି ପୀଠର ଘଟ ପାଣିକୁ ମିଶାଇ ରାଜସିକ ପୂଜା ହୁଏ । ନୀଳଗିରିର ଦୁଇ ପ୍ରମୁଖ ଶକ୍ତିପୀଠ... ମା’ ଭୁଦାର ଚଣ୍ଡୀ, ମା’ କନକ ଦୁର୍ଗା । ନୀଳଗିରି ରାଜବାଟିର ଇଷ୍ଟଦେବୀ ହେଉଛନ୍ତି ମା’ ଭୁଦାର ଚଣ୍ଡୀ । ଆଉ ରାଜବାଟିର କୁଳଦେବୀ ମା’ କନକ ଦୁର୍ଗା । କାହିଁ କେଉଁ ସମୟରୁ ମା’ ଏଠାରେ ପୂଜା ପାଇ ଆସୁଛନ୍ତି ।

ମା’ଙ୍କ ଷୋଡସ ଉପଚାର ପୂଜାରେ ରାଜବାଟିରୁ ସଂକଳ୍ପ ଗୁଆ ରାଜାଙ୍କ ପାଖରୁ ଆସିଥାଏ । ପରେ ଘଟ ବସାଇ ଆରମ୍ଭ ହୋଇଥାଏ ମା’ଙ୍କ ସମସ୍ତ ନୀତିକାନ୍ତି । ଚଳିତ ବର୍ଷ ବି ମୂଳାଷ୍ଟମୀଠୁ ମା’ଙ୍କ ପୂଜା ଆରମ୍ଭ ହୋଇଯାଇଥିବା ବେଳେ ହୋମ ଯଜ୍ଞ ପ୍ରତିଦିନ କରାଯାଉଛି ।

ଦଶହରା ଦିନ ଏହି ଘଟ ଯାଏ ନୀଳଗିରି ରାଜବାଟି ସ୍ଥିତ ମା’ କନକ ଦୁର୍ଗାଙ୍କ ପୀଠକୁ । ପୂଜକ ମୁଣ୍ଡରେ ରଖି ୫ କିମି ଦୂର ରାଜବାଟି ଯାଏ ଚାଲି ଚାଲି ଯାଆନ୍ତି । ରାଜବାଟିର କନକ ଦୁର୍ଗାଙ୍କ ପୀଠରେ ବି ପୂରା ନିଆରା ପୂଜା ହୁଏ । ଏଠାରେ ରାଜସିକ, ତାମଶିକ ଓ ସାତିକ ପଦ୍ଧତି ଭଳି ତିନି ପ୍ରକାରରେ ପୂଜା କରାଯାଏ । ଆଉ ଦଶମୀ ଦିନ ମା’ ଭୁଦାର ଚଣ୍ଡୀଙ୍କ ପୀଠର ଘଟରୁ ଆସିଥିବା ପାଣି ଓ ମା’ କନକ ଦୁର୍ଗାଙ୍କ ପୀଠର ଘଟର ପାଣିକୁ ମିଶାଇ ରାଜା ଓ ରାଣୀଙ୍କ ଉପରେ ପକାଯାଏ । ତେବେ ନୀଳଗିରିରେ ଶକ୍ତିପୀଠରେ ମା’ଙ୍କୁ ପୂଜା କରିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଭକ୍ତଙ୍କ ସମାଗମ ହୋଇଥାଏ । ମା’ଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥାନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।