Advertisment

Manmohan Singh: ମନମୋହନଙ୍କ ଓଡ଼ିଆ କନେକ୍‌ସନ୍‌, ଝିଅ ବାହା ଦେଇଥିଲେ ଓଡ଼ିଶାକୁ...ଓଡ଼ିଆଙ୍କୁ କରିଥିଲେ ଜ୍ବାଇଁ

ମନମୋହନ ସିଂ। ସରଳ, ନିର୍ବିବାଦୀୟ, ଅଜାତଶତ୍ରୁ । ଯାହାଙ୍କୁ ଆଜି ଝୁରୁଛି ଓଡ଼ିଶା, ମନେପକାଉଛନ୍ତି ପ୍ରତ୍ୟେକଟି ଓଡ଼ିଆ । ଲୋକସେବା ଭବନରୁ କଂଗ୍ରେସ ଭବନ, ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତିଚାରଣ କରୁଛନ୍ତି ସମସ୍ତେ ।

ଅଦ୍ୟତନ ହୋଇଛି
ଓଡ଼ିଶାର ସମୁଦି...ଓଡ଼ିଆଙ୍କ ବନ୍ଧୁ...

ଓଡ଼ିଶାର ସମୁଦି...ଓଡ଼ିଆଙ୍କ ବନ୍ଧୁ...

Advertisment

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ଅର୍ଥନୀତିର ପ୍ରମୁଖ ସଂସ୍କାରକ ମନମୋହନ ସିଂ ଓଡ଼ିଶାକୁ ଭଲ ପାଉଥିଲେ ପ୍ରାଣଭରି । ସେଥିପାଇଁ ତ ଝିଅ ଦେଇଥିଲେ ଓଡ଼ିଶାକୁ, ଜ୍ବାଇଁ କରିଥିଲେ ଓଡ଼ିଶାରୁ ଏବଂ ସମୂଦି ବନିଥିଲେ ଓଡ଼ିଶାର । ସେ ଅଣଓଡ଼ିଆ ଥିଲେ ସତ, କିନ୍ତୁ ଓଡ଼ିଶାର ଚାଲିଚଳଣୀ, ମାଟି, ପାଣି ପବନ ସହ ଓଡ଼ିଆ ପରମ୍ପରା ପ୍ରତି ଆକର୍ଷିତ ଥିଲେ । ଯେବେ ବି ଓଡ଼ିଶା ଆସୁଥିଲେ, ଓଡ଼ିଆଙ୍କ ସହ ସମୟ ବିତାଉଥିଲେ, ଆପଣାର ଭାବୁଥିଲେ ।

Advertisment

ମନମୋହନ ସିଂ। ସରଳ, ନିର୍ବିବାଦୀୟ, ଅଜାତଶତ୍ରୁ । ଯାହାଙ୍କୁ ଆଜି ଝୁରୁଛି ଓଡ଼ିଶା, ମନେପକାଉଛନ୍ତି ପ୍ରତ୍ୟେକଟି ଓଡ଼ିଆ । ଲୋକସେବା ଭବନରୁ କଂଗ୍ରେସ ଭବନ, ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତିଚାରଣ କରୁଛନ୍ତି ସମସ୍ତେ । ଭାରତୀୟ ଅର୍ଥନୀତିର ଏହି ପ୍ରମୁଖ ସଂସ୍କାରକଙ୍କ କଥା ଯେତେବେଳେ ଓଡ଼ିଆଙ୍କ ମୁହଁରେ ଚର୍ଚ୍ଚା ହୁଏ, ସେତେବେଳେ ଓଡ଼ିଶା ସହ ଥିବା ବ୍ୟକ୍ତିଗତ ପାରିବାରିକ ଏବଂ ଭାବଗତ ସଂପର୍କର କାହାଣୀ ସାମ୍ନାକୁ ଆସେ । କାରଣ ସେ ଥିଲେ ଓଡ଼ିଶା ମାଟିର ସମୂଦି, ନିଜ ଝିଅଙ୍କୁ ହାତକୁ ଦି’ହାତ କରି ବନ୍ଧୁ ବନିଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାଟି ଓଡ଼ିଶା ସହ ଯୋଡ଼ି ଦେଇଥିଲେ ସ୍ବର୍ଗୀୟ ସଂପର୍କ । ଜ୍ୱାଇଁ ହେଉଛନ୍ତି ଜଣେ ଓଡ଼ିଆ କିନ୍ତୁ ଗୁଜରାଟ କ୍ୟାଡରର IPS ଅଧିକାରୀ ଥିଲେ। ନାଁ ଅଶୋକ ପଟ୍ଟନାୟକ । ଯାହାଙ୍କୁ ନିଜ ମଝିଆ ଝିଅ ଦାମନ ସିଂହଙ୍କୁ ବିବାହ ଦେଇଥିଲେ ନିଜେ ମନମୋହନ ।

ଅଧିକ ପଢ଼ନ୍ତୁ: ମନମୋହନ ସିଂହଙ୍କ ଦସ୍ତଖତର କମାଲ୍‌; ଟଙ୍କିକିଆ ନୋଟ୍ ବିକ୍ରି ହେଉଛି ୧୦୦ ଟଙ୍କାରେ

Advertisment

ଦାମନ ସିଂହ ଦିଲ୍ଲୀ ୟୁନିଭର୍ସିଟିର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ସ୍ନାତକ ହାସଲ ପରେ IRMAରେ ରୁରାଲ ମ୍ୟାନେଜମେଣ୍ଟ ଶିକ୍ଷା ଲାଭ କରିଥିଲେ ଗୁଜରାଟରେ। ଜଣେ ସୁଲେଖିକା ଭାବେ ତାଙ୍କ ପରିଚିତ ମଧ୍ୟ ରହିଛି । ୧୯୯୧ରେ ସ୍ବର୍ଗତ ଆଇଏଏସ୍ ଅଫିସର ସଚ୍ଚିଦାନନ୍ଦ ପଟ୍ଟନାୟକଙ୍କ ଏକମାତ୍ର ପୁଅ ଅଶୋକ ପଟ୍ଟନାୟକଙ୍କୁ ବିବାହ କରିଥିଲେ ଦାମନ ସିଂ। ଯେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ମନମୋହନ ସିଂହ, ୨୦୧୨ ଜାନୁୟାରୀରେ ଓଡ଼ିଶା ଆସିଥିବାବେଳେ ତାଙ୍କ ପତ୍ନୀ ଗୁରୁଶରନ୍‍ କୌର ଅଶୋକଙ୍କ ଭୁବନେଶ୍ୱର ଘରକୁ ଆସିଥିଲେ । ଅଶୋକଙ୍କ ପରିବାର କଟକ ବାସିନ୍ଦା ହୋଇଥିଲେ ବି ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ଘରେ ରହୁଥିବାବେଳେ ମନମୋହନଙ୍କ ପତ୍ନୀ ଆସିଥିଲେ । ସେତେବେଳେ ଗୁରୁଶରନଙ୍କ ପାଇଁ ଅଶୋକଙ୍କ ମା’ ରତ୍ନମାଳା .ବେଶ୍ ଖୁସି ବ୍ୟକ୍ତ କରିଥିଲେ । ଆଜି ସବୁକିଛି ଅତୀତ । ପରିବାର ଝୁରୁଛି । ଦଳମତ ନିର୍ବିଶେଷରେ ନିଜ ନିଜର ଅଙ୍ଗେନିଭା ଅନୁଭୂତିର ସ୍ମୁତିଚାରଣ କରୁଛନ୍ତି ନେତା ।

୧୯୮୩ ବ୍ୟାଚ୍‍ର ଆଇପିଏସ୍‍ ତଥା ମନମୋହନଙ୍କ ମଝିଆ ଜ୍ବାଇଁ ଅଶୋକ ପଟ୍ଟନାୟକଜାତୀୟ ଗୁଇନ୍ଦା ଗ୍ରୀଡ୍‍ (ନାଟ ଗ୍ରୀଡ୍‍)ରେ ସିଇଓ ଭାବେ କାର୍ଯ୍ୟ କରିଛନ୍ତି। ୨୦୧୬ରୁ ୨୦୧୮ ଯାଏଁ ଅପରାଧୀଙ୍କୁ ଠାବ ପାଇଁ ଗୁଇନ୍ଦା ଗ୍ରୀଡ୍‍ ନେଟଓ୍ୱର୍କରେ ଯେତେବେଳେ ବ୍ୟାପକ ସଂସ୍କାର ଅଣାଯାଉଥିଲା ସେ ସମୟରେ ସିଇଓ ଥିଲେ ଅଶୋକ ପଟ୍ଟନାୟକ। ୨୦୦୭ରେ ପ୍ରଧାନମନ୍ତ୍ରୀ ଥିବାବେଳେ ଅଶୋକଙ୍କୁ ନିଜେ ରାଷ୍ଟ୍ରପତି ପୋଲିସ ମେଡାଲ ପିନ୍ଧାଇଥିଲେ ମନମୋହନ ସିଂ। ପଦରେ ରହିବା ପୂର୍ବରୁ ଓ ପରେ ବି ଓଡ଼ିଶାକୁ ମନମୋହନଙ୍କ ଯିବା ଆସିବା ଲାଗି ରହିଥିଲା। କହିବାକୁ ଗଲେ ମନମୋହନଙ୍କ ପରିବାର ଭଳି ଅଶୋକଙ୍କ ପରିବାର ବି ଅତ୍ୟନ୍ତ ସରଳ ଓ ନିର୍ବିବାଦୀୟ ଥିଲେ। ଜଣେ ଅଣ ଓଡ଼ିଆ ପ୍ରଧାନମନ୍ତ୍ରୀ ହୋଇ ବି ଓଡ଼ିଶାର ପାଣି, ପବନ, ପରମ୍ପରା, ଚାଲିଚଳଣୀକୁ ବେଶ୍ ଭଲ ପାଉଥିଲେ । ଯାହାକୁ ନେଇ ଗର୍ବ ଅନୁଭବ କରିଛନ୍ତି ପ୍ରତ୍ୟେକ ଓଡ଼ିଆ ନେତା ।

Advertisment

ଅଧିକ ପଢ଼ନ୍ତୁ: ପାଖରେ ନଥିଲା ଟଙ୍କା...ଟ୍ରେନ୍ ବଗି ତଳେ ଝୁଲି ଝୁଲି ଗଲେ ୨୯୦ କିଲୋମିଟର

Odisha Congress Manmohan Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ