Advertisment

ନୂଆ ସରକାର ଆଗରେ ଏକାଧିକ ଚାଲେଞ୍ଜ୍; ଫୋକସ୍‌ରେ ରତ୍ନଭଣ୍ଡାର ଖୋଲିବା, ଚିଟଫଣ୍ଡ ଟଙ୍କା ଫେରସ୍ତ

ନୂଆ ସରକାର, ନୂଆ ମୁଖ୍ୟମନ୍ତ୍ରୀ। ଶପଥକୁ ୪ ଦିନ ପୂରିଥିବା ବେଳେ, ଆଗକୁ ରହିଛି ଅନେକ ବାଟ । ଅନେକ ଚାଲେଞ୍ଜ। ଫୋକସ୍‌ରେ ରତ୍ନଭଣ୍ଡାର ଖୋଲିବା, ଚିଟଫଣ୍ଡ ଟଙ୍କା ଫେରସ୍ତ...

ଅଦ୍ୟତନ ହୋଇଛି
undefined

CM Mohan Majhi

Advertisment

ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଠୁ ନେଇ ପ୍ରଥମ କ୍ୟାବିନେଟର ୪ ବଡ଼ ନିଷ୍ପତ୍ତି । ଶାସନର ମଙ୍ଗ ଧରିବା ମାତ୍ରେ ଆକ୍ଟିଭ ମୋଡ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ତେବେ ଆଜି ଯାଏଁ ମନ୍ତ୍ରୀମାନଙ୍କ ବିଭାଗ ବଣ୍ଟନ ହୋଇନଥିବା ବେଳେ, ବିଜେପି ସଂକଳ୍ପ ପତ୍ରରେ ସ୍ଥାନ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକୁ ପାଳନ କରିବା ନୂଆ ସରକାର ପାଇଁ ବଡ଼ ଚାଲେଞ୍ଜ ହେବ ବୋଲି ଚର୍ଚ୍ଚା ହେଉଛି। ଏହାକୁ ନେଇ ସରକାରକୁ ଘେରିବା ପାଇଁ ବିରୋଧୀ ଏବେଠୁ ଅଣ୍ଟା ଭିଡ଼ୁଥିବା ବେଳେ, ବିଜେପି କହିଛି- ଯାହା ପ୍ରତିଶ୍ରୁତି ଦିଆଯାଇଛି, ତାହା ନିଶ୍ଚିତ ପାଳନ ହେବ।

Advertisment

ନୂଆ ସରକାର, ନୂଆ ମୁଖ୍ୟମନ୍ତ୍ରୀ। ଶପଥକୁ ୪ ଦିନ ପୂରିଥିବା ବେଳେ, ଆଗକୁ ରହିଛି ଅନେକ ବାଟ । ଅନେକ ଚାଲେଞ୍ଜ। ମନ୍ତ୍ରିମଣ୍ଡଳ ଗଠନ ସରିଥିଲେ ବି, ବିଭାଗ ବଣ୍ଟନ ହୁଏତ ପ୍ରଥମ ଚାଲେଞ୍ଜ ଭାବେ ଉଭା ହୋଇଛି ମୋହନ ସରକାର ପାଇଁ। ତେବେ ଇଏ ତ ଆରମ୍ଭ ମାତ୍ର। ବିଜେପି ନିର୍ବାଚନୀ ସଂକଳ୍ପ ପତ୍ରରେ ଦେଇଥିବା ପ୍ରତିଶ୍ରୁତିଗୁଡ଼ିକୁ କାର୍ଯ୍ୟକାରୀ କରାଇବା, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପାଇଁ ରହିବ ସବୁଠୁ ବଡ଼ ଆହ୍ବାନ। ଶପଥ ନେଉ ନେଉ ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଏବଂ ପ୍ରଥମ କ୍ୟାବିନେଟରେ ଶହେ ଦିନ ଭିତରେ ସୁଭଦ୍ରା ଯୋଜନା ଲାଗୁ ଓ ଧାନ ଏମ୍ଏସପି ୩୧ଶହ ଟଙ୍କାକୁ ବୃଦ୍ଧି ନିଷ୍ପତ୍ତି ନେଇ ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି ମୋହନ।

 ତେବେ ଅନ୍ୟ ପ୍ରମୁଖ ପ୍ରତିଶ୍ରୁତିଗୁଡ଼ିକ ଭିତରେ ରହିଛି- ରତ୍ନଭଣ୍ଡାର ଖୋଲିବା, ଚିଟଫଣ୍ଡ ଜମାକାରୀଙ୍କୁ ୧୮ ମାସ ଭିତରେ ଟଙ୍କା ଫେରସ୍ତ, ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ, ପିଏମ୍ ଆବାସ ଯୋଜନାରେ ପକ୍ଷପାତ ଦୂର କରିବା, ସାମାଜିକ ନ୍ୟାୟ, ନିଯୁକ୍ତି ଏବଂ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁଧାର। ଏ ସବୁ ପ୍ରତିଶ୍ରୁତି କେବେ ପାଳନ ହେବ, ତାକୁ ରାଜ୍ୟବାସୀଙ୍କ ଅପେକ୍ଷା ରହିଛି ।

Advertisment

ସେପଟେ ବିଜେଡି କହିଛି ନିର୍ବାଚନରେ ବିଜେପିକୁ ଜନାଦେଶ ମିଳିଛି। ସମ୍ବିଧାନ ଅନୁସାରେ ବିରୋଧୀ ଦଳକୁ ଗଠନମୂଳକ ପ୍ରସ୍ତାବ ଦେବାକୁ ପଡ଼ିବ। ରାଜ୍ୟର ବିକାଶ ନିମନ୍ତେ ବିରୋଧୀ ଦଳର ନେତା ଯାହା ପରାମର୍ଶ ଦେବେ, ସେହି ଅନୁସାରେ ଆମେ କାମ କରିବୁ। ସେପଟେ ନୂଆ ସରକାରର କାର୍ଯ୍ୟକାରିତା ପରଖିବାକୁ ଆଗାମୀ ବଜେଟ୍ ଉପରେ ନଜର ରଖିଛନ୍ତି ରାଜନୈତିକ ସମୀକ୍ଷକ

Chief Minister Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ