KIIT University: ସାଧାରଣ ଲୋକଙ୍କ ଜମି ମାଡ଼ି ବସିଛି କିଟ୍‌, ନିଜ ପ୍ଲଟ୍‌କୁ ଯିବାକୁ ମିଳୁନି ବାଟ

ବର୍ଷ ବର୍ଷ ଧରି କିଟ୍ ଓ କିସ୍ ସେମାନଙ୍କ ଜମିକୁ ମାଡ଼ି ବସିଛି । ଫଳରେ ନିଜ ପ୍ଲଟ୍‌କୁ ଯିବାକୁ ବି ବାଟ ମିଳୁନି । ଏନେଇ ବାରମ୍ବାର ପୋଲିସଠୁ ଆରମ୍ଭ କରି ବିଭିନ୍ନ ସ୍ତରରେ ଜଣାଇବା ପରେ ବି କୌଣସି ସମାଧାନ ହୋଇନଥିବା ଅଭିଯୋଗ ହୋଇଛି ।

‘ଆମ ବାଟ ଓଗାଳିଛି କିସ୍‌’

KIIT ବିରୋଧରେ ଲମ୍ବିବାରେ ଲାଗିଛି ପୁଳା ପୁଳା ଅଭିଯୋଗ । କିଟ୍ ପାଇଁ ଅନେକ ସାଧାରଣ ଲୋକେ ନିଜ ଜମି ହରାଇଛନ୍ତି । ଜମି କିଣିଛନ୍ତି ହେଲେ କିଟ୍ ଏସବୁ ଜମିକୁ ମାଡ଼ି ବସିଛି । ଏଭଳି କିଛି ଅଭିଯୋଗ ନେଇ NHRC ଟିମ୍ ପାଖରେ ଫେରାଦ ହୋଇଛନ୍ତି ଅନେକ ଲୋକେ । ବର୍ଷ ବର୍ଷ ଧରି କିଟ୍ ଓ କିସ୍ ସେମାନଙ୍କ ଜମିକୁ ମାଡ଼ି ବସିଛି । ଫଳରେ ନିଜ ପ୍ଲଟ୍‌କୁ ଯିବାକୁ ବି ବାଟ ମିଳୁନି ।

ଅଧିକ ପଢ଼ନ୍ତୁ: ଆଜି ଘରେ ଘରେ ଜଳିବ ‘ସୁଭଦ୍ରା’ ଦୀପ, ବ୍ୟାଙ୍କ ଆକାଉଣ୍ଟକୁ ଆସିବ ଟଙ୍କା

ତେବେ ଅଭିଯୋଗ କରିବାକୁ ଆସିଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ, ସେ ୨୦ ବର୍ଷ ହେବ କିସ୍‌ ପାଖରେ କିଛି ଜାଗା କିଣିଥିଲେ । କିନ୍ତୁ ଏବେ ଯେତେବେଳେ ସେ ତାଙ୍କ ଜାଗାକୁ ଯିବାକୁ ଚାହୁଁଛନ୍ତି କିଟ୍‌ର ସିକ୍ୟୁରିଟି ଆମକୁ ଅଟକାଉଛନ୍ତି । ଏମିତି କି କିଟ୍‌ କର୍ତ୍ତୁପକ୍ଷ ପବ୍ଲିକ୍‌ଙ୍କ ପାଇଁ ଥିବା ରାସ୍ତାରେ ଗେଟ୍‌ ଲଗାଇ ଅବରୋଧ କରିଛନ୍ତି । ଖାଲି ଏତିକି ନୁହେଁ ବରଂ କିଟ୍‌ ଆମ ଜାଗାକୁ ମାଡ଼ି ବସିଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

ଏନେଇ ବାରମ୍ବାର ପୋଲିସଠୁ ଆରମ୍ଭ କରି ବିଭିନ୍ନ ସ୍ତରରେ ଜଣାଇବା ପରେ ବି କୌଣସି ସମାଧାନ ହୋଇନଥିବା ଅଭିଯୋଗ ହୋଇଛି । ଏନେଇ ସେ ବାରମ୍ବାର କିଟ୍‌ କର୍ତ୍ତୁପକ୍ଷ ଓ ପୋଲିସ୍‌ଙ୍କୁ ଜଣାଇବା ପରେ ମଧ୍ୟ କିଛି ସମାଧାନ ହୋଇନଥିବା କହିଛନ୍ତି । ଅପରପକ୍ଷେ, ଏହି ଅଭିଯୋଗକୁ ନେଇ କିଟ୍ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।

ସେପଟେ କିଟ୍ କେଳେଙ୍କାରୀ ତଦନ୍ତ ପାଇଁ ଗ୍ରାଉଣ୍ଡରେ NHRC ଟିମ୍ । ନେପାଳୀ ଛାତ୍ରୀ ଆତ୍ମହତ୍ୟା ଓ ପରବର୍ତ୍ତୀ କାଣ୍ଡର ସରଜମିନ୍ ଖୋଳତାଡ଼ କରୁଛି NHRC । ଜାତୀୟ ମାନବାଧିକାର କମିଶନଙ୍କ ଲ' ରେଜିଷ୍ଟ୍ରାର ଯୋଗିନ୍ଦର ସିଂଙ୍କ ନେତୃତ୍ବରେ ଏକ ଟିମ୍ କିଟ୍ କ୍ୟାମ୍ପସରେ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ତନାଘନା । ଗତକାଲି ତନାଘନା କରିବା ପରେ ଆଜି ମଧ୍ୟ କିଛି ଲୋକଙ୍କୁ ପଚରାଉଚରା କରିଛି NHRC ଟିମ୍ ।

ମିଳିଥିବା ସୂଚନା ଅନୁସାରେ ଟିମ୍ ପ୍ରଥମେ କିଟ୍‌ର ଇଣ୍ଟରନ୍ୟାସନାଲ୍ ରିଲେସନ୍ ଅଫିସର-IROଙ୍କୁ ପଚରାଉଚରା କରିଥିଲା । ମୃତ ନେପାଳୀ ଛାତ୍ରୀ ଜଣଙ୍କ ତାଙ୍କ ପୂର୍ବତନ ପୁରୁଷ ବନ୍ଧୁ ଅଦ୍ବିକ ଶ୍ରୀବାସ୍ତବଙ୍କ ଦ୍ବାରା ନିର୍ଯାତିତ ହୋଇ ଦୁଇ ଦୁଇ ଥର ଅଭିଯୋଗ କରିଥିଲେ ବି କାହିଁକି ତାଙ୍କ ଅଭିଯୋଗକୁ ଅଣଦେଖା କରାଯାଇଥିଲା ? କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ IROଙ୍କୁ ସେନେଇ ପଚରା ଉଚରା ହୋଇଥିଲା । ସେପଟେ ଗତକାଲି ପରେ ଆଜି ମଧ୍ୟ ରାଜ୍ୟ ଅତିଥି ଭବନରେ କିଟ୍‌ର ୨ ମହିଳା କର୍ମଚାରୀଙ୍କୁ ଜେରା କରାଯାଇଛି । କିଟ୍‌ ଛାତ୍ରୀ ମୃତ୍ୟୁ ମାମଲାରେ ଘନଘନ ଜେରା କରୁଛି NHRC । ମାମଲାରେ ଆଇଓ ମଧ୍ୟ ହାଜର ହୋଇ ତଥ୍ୟ ରଖିଥିବା ସୂଚନା ମିଳିଛି ।

ସେପଟେ କିଟ୍‌ ଘଟଣାରେ ଆଉ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ହାଜର ପାଇଁ ନୋଟିସ୍‌ ହୋଇଥିଲା । କିଟ୍‌ ବିଶ୍ୱବିଦ୍ୟାଳୟର ୩ ଜଣ ବରିଷ୍ଠ ଅଧିକାରୀ ତଥା କିଟ୍‌ର Director of Students affairs, DG International Relations, Director Administrative ଓ କିଟ୍‌ର ୩ ଜଣ ଛାତ୍ରଙ୍କୁ ପଚରାଉଚରା ପାଇଁ ରାଜ୍ୟ ଅତିଥି ଭବନରେ ଉଚ୍ଚ ସ୍ତରୀୟ କମିଟି ନିକଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ।

ଅଧିକ ପଢ଼ନ୍ତୁ: କିଟ୍‌ କାଣ୍ଡ: ଆଉ ୩ ବରିଷ୍ଠ ଅଧିକାରୀଙ୍କୁ ହାଜର ପାଇଁ ନୋଟିସ୍‌