khurdha - Balangir
ବହୁ ପ୍ରତିକ୍ଷିତ ଖୋର୍ଦ୍ଧା-ବଲାଙ୍ଗିର ରେଲୱେ ପ୍ରକଳ୍ପର ଖୋଲିଲା ଆଉ ଏକ ଟନେଲ । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଠାରୁ ଚାରିଛକ କୁ ସଂଯୋଗ କରୁଥିବା ରେଳ ରାସ୍ତାର ସୀଙ୍ଗାନିବିଡା ଠାରେ ସଫଳତାର ସହ ୭ ନମ୍ବର ଟନେଲ ର ଉଭୟ ପଟକୁ ଫିଟିଲା ବାଟ । ଯାହାର ଦୁରତା ପ୍ରାୟ ୨ କିଲୋମିଟର। ୭ଟି ଟନେଲ ରୁ ବୌଦ୍ଧ ଜିଲ୍ଲା ରେ ୪ଟି ଟନେଲ ରହିଥିବା ବେଳେ ଆଜି ପୂର୍ବତଟ ରେଳ ବିଭାଗର ସିଇଓ ଏଜି ଶ୍ରୀନିବାସ ଙ୍କ ଉପସ୍ଥିତରେ ୭ ନମ୍ବର ଟନେଲର ବାଟ ଫିଟିଛି ।
ଏବର୍ଷ ଶେଷ ସୁଦ୍ଧା ସବୁ ଟନେଲ ର ଉଭୟ ପଟକୁ ବାଟ ଫିଟିବ ବୋଲି କହିଛନ୍ତି ସିଇଓ । ଏଥିରେ ରେଳ ବିଭାଗର ଚିଫ୍ ଇଞ୍ଜିନୟର ଅଜୟ କୁମାର ସାମଲ , ଠିକା କମ୍ପାନୀର ଡାଇରେକ୍ଟର ଆର.କେ ଖାଲି ଏବଂ ପ୍ରୋଜେକ୍ଟ ମ୍ୟାନେଜର କେପିଏସ ରାଣା ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଦୁଇଟି ଟନେଲର ଉଭୟ ପଟୁ ରାସ୍ତା ଏବଂ ପ୍ରସ୍ଥାନ ବାଟ ଫିଟିଛି। ଯାହାର ଦୂରତା ପ୍ରାୟ ୩ ଶହ ମିଟରରୁ ଅଧିକ ହେବ। ଆମ ଟିମ୍ ମଧ୍ୟ ଏହି ଟନେଲ ମଧ୍ୟରେ ରହିଥିଲା। ସୁଇଚ ମାରିବା ମାତ୍ରେ ଫିଟି ଥିଲା ଟନେଲ ନମ୍ବର ୭ ର ରାସ୍ତା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724171602.jpg)