Baijayant Panda
ଓଡ଼ିଶାକୁ ମୋଦି ସରକାର ସମୟରେ ୪ ଲକ୍ଷ କୋଟିରୁ ଅଧିକ ଅର୍ଥ ଦିଆଯାଇଛି। ଅନେକ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି। ତେବେ ପୂର୍ବ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ସେସବୁ ଅର୍ଥ ସଠିକ୍ ବିନିଯୋଗ କରୁନଥିଲେ ବୋଲି ପ୍ରେସମିଟ୍ କରି କହିଛନ୍ତି ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ।
ସେ କହିଛନ୍ତି ଯେ, ଗତ ୧୦ ବର୍ଷରେ କେନ୍ଦ୍ରରୁ ଓଡ଼ିଶା ପାଇଁ ବଢିଛି ୩ ଗୁଣା ଅଧିକ ଫଣ୍ଡିଂ। ଏପରିକି ଓଡ଼ିଶାରେ ରେଳ ବିକାଶ ପାଇଁ ବଜେଟରେ ୧୦ ହଜାର ୫୦୦ କୋଟି ଦିଆଯାଇଛି। ଚଳିତ ବଜେଟକୁ ଐତିହାସିକ କହିବା ସହ ବଜେଟରେ ବିକଶିତ ଭାରତ ଲାଗି ରୋଡ୍ ମ୍ୟାପ୍ ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି ।
ସେହିପରି ୟୁପିଏ ସମୟରେ ୧୦ ବର୍ଷରେ ୨.୯ କୋଟି ନିଯୁକ୍ତି ସୃଷ୍ଟି ହୋଇଥିଲା ବେଳେ ମୋଦି ସରକାରରେ ୧୨.୫ କୋଟି ନିଯୁକ୍ତି ସୃଷ୍ଟି ହୋଇଥିବା ବୈଜୟନ୍ତ କହିଛନ୍ତି। ସେପଟେ ବୈଜୟନ୍ତଙ୍କ ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1722183199.jpg)