କେଉଁଦିନଠାରୁ ପାଳିବେ କାର୍ତ୍ତିକ ବ୍ରତ? ୧୭ କି ୧୮, ଜାଣନ୍ତୁ ...

କେଉଁଦିନଠୁ ହବିଷ୍ୟାଳି ଆରମ୍ଭ କରିବେ କାର୍ତ୍ତିକ ବ୍ରତ । ୧୭ ନା ୧୮ ତାରିଖ ।

Kartik Vrat

କେଉଁଦିନଠୁ ହବିଷ୍ୟାଳି ଆରମ୍ଭ କରିବେ କାର୍ତ୍ତିକ ବ୍ରତ । ୧୭ ନା ୧୮ ତାରିଖ । ବିଭିନ୍ନ କ୍ୟାଲେଣ୍ଡର ଓ ପଞ୍ଜିକାରେ ଭିନ୍ନ ଭିନ୍ନ ତାରିଖକୁ ନେଇ ଦ୍ୱନ୍ଦ୍ୱ । କାରଣ କ୍ୟାଲେଣ୍ଡର ଓ ପଞ୍ଜିକାରେ ଏଥର ଗଜଲକ୍ଷ୍ମୀ ପୂଜା ଓ କୁମାର ଉତ୍ସବ ଗୋଟିଏ ଦିନ ଅର୍ଥାତ୍ ୧୬ ତାରିଖରେ ପଡୁଥିବା ଉଲ୍ଲେଖ ରହିଛି । ଏଥିସହ ଏହା ପରଦିନ ପୂର୍ଣ୍ଣିମା ଏବଂ ତା ପରଦିନ ଅର୍ଥାତ୍ ୧୮ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭର ଉଲ୍ଲେଖ ରହୁଛି ।

ସାଧାରଣତଃ କୁମାର ପୂର୍ଣ୍ଣିମା ପରଦିନଠୁ କାର୍ତ୍ତିକ ବ୍ରତ ଆରମ୍ଭ ହୋଇଥାଏ । ଏଥିସହ କ୍ୟାଲେଣ୍ଡରରେ ଯେଉଁଦିନ କୁମାର ପୂର୍ଣ୍ଣିମା ତାରିଖ ଉଲ୍ଲେଖ କରାଯାଇଛି ସେ ତାରିଖ ଓ ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣିମା ପାଳନ ତାରିଖ ଭିନ୍ନ ରହୁଥିବାରୁ ତାକୁ ନେଇ ଦ୍ୱନ୍ଦ୍ୱ ରହୁଛି । ହବିଷ୍ୟାଳି କେଉଁ ତାରିଖରେ କାର୍ତ୍ତିକ ବ୍ରତ ଆରମ୍ଭ କରିବେ ବା କାର୍ତ୍ତିକ ଗୁଆ ଟେକି ବ୍ରାହ୍ମଣଙ୍କୁ ଛଞ୍ଚା ଦେବେ ସେ ସମସ୍ୟାରେ ପଡ଼ିଛନ୍ତି ।

ତେବେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ତଥା ଜ୍ୟୋତିର୍ବିଦ୍ ପଣ୍ଡିତ ପଦ୍ମନାଭ ତ୍ରିପାଠୀଙ୍କ କହିବା କଥା ୧୮ ତାରିଖରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ । ୧୭ରେ କୁମାର ପୂର୍ଣ୍ଣିମା ନୀତି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ । ୧୮ରେ କାର୍ତ୍ତିକ ବ୍ରତ ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ।