Kansa Maharaja
ଚାକିରି ହରାଇଲେ କଂସ ମହାରାଜ । ବିବାଦ ପରେ ଚାକିରି ହରାଇଲେ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ । କିଛିଦିନ ତଳେ ଜଣେ ମୃତକଙ୍କ ସମ୍ପର୍କୀୟଙ୍କ ଠାରୁ ୩ ହଜାର ଟଙ୍କା ଆଣି ବିବାଦ ଘେରକୁ ଆସିଥିଲେ । ପେଶାରେ ସେ ସ୍ୱାସ୍ଥ୍ୟ ବିଭାଗର ମହାପ୍ରୟାଣ ଗାଡିର ଡ୍ରାଇଭର ଭାବେ କାମ କରନ୍ତି ।
କିଛିଦିନ ତଳେ ମହାପ୍ରୟାଣ ଗାଡି ଭଡା ବାବଦକୁ ଗାଇସିଲାଟ ବ୍ଲକ ଅଂଚଳର ଜଣେ ମୃତକଙ୍କ ପରିବାରଠାରୁ ୩ ହଜାର ଟଙ୍କା ଆଣିଥିଲେ । ତାକୁ ନେଇ ମୃତକଙ୍କ ପରିବାରବର୍ଗ ଅଭିଯୋଗ କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଅଭିଯୋଗର ତଦନ୍ତ ପାଇଁ ଏକ ଟିମ ଗଠନ କରିବାକୁ ଜିଲ୍ଲାପାଳଙ୍କ ଅନୁମତି ଲୋଡିଥିଲେ ।
ହୃଷିକେଶଙ୍କ ବିରୋଧରେ ଆସିଥିବା ଅଭିଯୋଗ ସଂପର୍କରେ ଅବଗତ ହେବା ପରେ ବରଗଡ଼ ସିଡିଏମ୍ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ହୃଷିକେଶଙ୍କ ନିକଟକୁ କାରଣ ଦର୍ଶାଅ ନୋଟିସ ପଠାଇବା ସହିତ ଘଟଣାର ତଦନ୍ତ କରିବା ପାଇଁ ଏକ ଟିମ୍ ଗଠନ କରିବାକୁ ଜିଲ୍ଲାପାଳଙ୍କୁ ଅନୁମତି ମାଗିଥିଲେ ସିଡିଏମ୍ଓ । ତଦନ୍ତ ପରେ ହୃଷିକେଶ ଭୋଇ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି ।
ତେବେ ଏନେଇ ହୃଷିକେଶଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଏଠି ସାଧାରଣରେ ପ୍ରଶ୍ନ ଉଠୁଛି ଯେ, ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରି ସାରା ରାଜ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ହୃଷିକେଶଙ୍କୁ ପୁଣି କଣ ଧନୁଯାତ୍ରା ମହୋତ୍ସବରେ କଂସ ଅଭିନୟର ସୁଯୋଗ ମିଳିବ କି ନାହିଁ । ଅନ୍ୟପଟେ କଂସ ଚରିତ୍ରର ଜଣେ କଳାକାରଙ୍କ ଏପରି ଆଚରଣକୁ ସବୁ ମହଲରୁ ତୀବ୍ର ନିନ୍ଦା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729610329.jpg)