Advertisment

ରତ୍ନଭଣ୍ଡାରକୁ ନେଇ ଜଷ୍ଟିସ୍ ରଥଙ୍କ ଚମକାଇଲା ଭଳି ତଥ୍ୟ; କହିଲେ...

ରତ୍ନଭଣ୍ଡାର ଦୂରାବସ୍ଥାକୁ ନେଇ ମଧ୍ୟ କହିଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ । ଭଣ୍ଡାର ଖୋଲୁ ଖୋଲୁ ଆମେ ଯାହା ଦେଖିଲୁ ଦୂରାବସ୍ଥା ଭଳି ଲାଗିଲା । ରତ୍ନଭଣ୍ଡାର ଏମିତି ରହିବା କଥା ନୁହେଁ ବୋଲି ଆମର ହୃଦବୋଧ ହେଲା ।

undefined

Ratna Bhandar

Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାର ସଂପର୍କରେ ତଦାରଖ କମିଟି ମୁଖ୍ୟ ଜଷ୍ଟିସ୍ ବିଶ୍ବନାଥ ରଥ ଓଟିଭିକୁ ଦେଇଛନ୍ତି ଚମକାଇଲା ଭଳି ତଥ୍ୟ। ଓଟିଭି ଖୋଲାକଥାରେ- ରତ୍ନଭଣ୍ଡାରକୁ ପ୍ରବେଶ ବେଳର ଅନୁଭୂତି ବଖାଣି ଜଷ୍ଟିସ୍ ରଥ କହିଛନ୍ତି- ଭିତର ଭଣ୍ଡାର ଖୋଲିବାକୁ ଯେଉଁ ଚାବି ନେଇ ଯାଇଥିଲୁ, ଦେଖି ଲାଗୁଥିଲା ଏହା ଡୁପ୍ଲିକେଟ୍। କାରଣ ସେଠି ଇଂରେଜ ଅମଳର ତାଲା ପଡିଥିଲା। ତେବେ ଦୀପ ଜଳାଇ ଭିତର ଭଣ୍ଡାରରେ ପଶୁ ପଶୁ ଆମେ ଆଚମ୍ବିତ ହୋଇଗଲୁ। କିଛି ସିନ୍ଦୁକ ଓ ଆଲମାରୀ ଖୋଲାଥିଲା ତ କିଛିରେ ତାଲା ପଡ଼ିଥିଲା। ୨ଟି ତାଲା ପଡ଼ିବା ବ୍ୟବସ୍ଥା ଥିଲା । କିନ୍ତୁ ତାଲା ପଡ଼ିନଥିଲା । ସେହିପରି ୨ଟି କାଠ ସିନ୍ଦୁକରେ ତାଲା ନଥିଲା ଖୋଲା ପଡ଼ିଥିଲା । ୧୯୭୮ ମସିହାରେ ବହୁ ବିଦ୍ୱାନ ବ୍ୟକ୍ତି ରତ୍ନଭଣ୍ଡାର ଭିତରକୁ ଯାଇଥିଲେ । ସେମାନେ ଏମିତି ତାଲା ଖୋଲି ଚାଲି ଆସିଥିବେ ମୋର ବିଶ୍ୱାସ ହେଉନି ବୋଲି କହିଛନ୍ତି ଜଷ୍ଟିସ୍‌ ବିଶ୍ୱନାଥ ରଥ ।

Advertisment

ସେହିପରି ରତ୍ନଭଣ୍ଡାର ଦୂରାବସ୍ଥାକୁ ନେଇ ମଧ୍ୟ କହିଛନ୍ତି ଜଷ୍ଟିସ୍ ବିଶ୍ୱନାଥ ରଥ । ଭଣ୍ଡାର ଖୋଲୁ ଖୋଲୁ ଆମେ ଯାହା ଦେଖିଲୁ ଦୂରାବସ୍ଥା ଭଳି ଲାଗିଲା । ରତ୍ନଭଣ୍ଡାର ଏମିତି ରହିବା କଥା ନୁହେଁ ବୋଲି ଆମର ହୃଦବୋଧ ହେଲା । ଭିତର ଭଣ୍ଡାରରେ ଦେବଦେବୀଙ୍କ ବିଗ୍ରହ ମଧ୍ୟ ରହିଥିଲା। ମୋତି ମାଣିକ୍ୟ ତୁଳନାରେ ସୁନା ଅଳଙ୍କାର ଅଧିକ ଥିଲା। ତେବେ ଲଫାପା ଭିତରେ ଚାବି ସହ ଯେଉଁ ଲିଷ୍ଟ ଥିଲା, ତାହା ୧୯୭୮ ମସିହାର ନା ୨୦୧୮ ମସିହାର ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ବୋଲି କହିଛନ୍ତି ଜଷ୍ଟିସ୍ ରଥ।

Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ